ପରଦାକୁ ଫେରୁଛନ୍ତି ସୋନାଲି ବେନ୍ଦ୍ରେ
ମୁମ୍ୱାଇ: ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର୍ ହୋଇଥିବା ଖବର ଶୁଣିବା ପରେ ତାଙ୍କର ଫ୍ୟାନ୍ସମାନେ ଚିନ୍ତାରେ ରହିଥିଲେ। ଚିକିତ୍ସା ପାଇଁ ସୋନାଲି ଅନେକ ମାସ ଧରି ଆମେରିକାରେ ରହିଲେ। ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନସର୍ ପରି ଦୁରାରୋଗ୍ୟ ବ୍ୟାଧି ସହିତ ଲଢ଼ିବା ପାଇଁ ସେ ସକ୍ଷମ ହୋଇଥିଲେ। ଶେଷରେ ସୋନାଲି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଏବେ ଭାରତ ଫେରୁଛନ୍ତି।
ଖାଲି ଭାରତ ଫେରୁନାହାନ୍ତି ବରଂ ଖୁବ୍ଶୀଘ୍ର ସେ ଫ୍ୟାନ୍ସମାନଙ୍କୁ ପରଦା ଉପରେ ଦେଖା ଦେବାକୁ ଯାଉଛନ୍ତି।
ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ଶେଆର୍ କରି ସୋନାଲି ଲେଖିଛନ୍ତି, “ଲମ୍ୱା ସମୟ ଆରାମ କରିବା ପରେ ମୁଁ ଫେରି ଆସିଛି। ମୁଁ ଅନେକ ସ୍ତରରେ ସଂଘର୍ଷ କରିଛି। ଏକ ଅଜଣା ଅନୁଭୂତିକୁ ମଧ୍ୟ ଅନୁଭବ କରୁଛି। ଏହା ପରେ ମୁଁ ମୋ କାମକୁ ଫେରି ପାରିଥିବାରୁ ବହୁତ ଗୌରବାନ୍ୱିତ ଅନୁଭବ କରୁଛି। ମୋତେ ଲାଗୁନାହିଁ କି କୌଣସି ଶବ୍ଦରେ ମୁଁ ଏହାକୁ ଜଣାଇପାରିବି ଯେ, କାମକୁ ଫେରିବା ପରେ ମୁଁ କେମିତି ଅନୁଭବ କରୁଛି।”
କ୍ୟାନସର୍ରେ ପୀଡ଼ିତ ଥିବା ସମୟରେ ସୋନାଲି ପଢ଼ାଲେଖା କରିବାରେ ଅଧିକ ସମୟ ଅତିବାହିତ କରୁଥିଲେ। ଏପରି ଏକ ମାରାତ୍ମକ ରୋଗ ସହିତ ଲଢ଼େଇ କରି ସଫଳ ହେବା ପରେ ବଲିଉଡ୍କୁ ଫେରି ଆସିବାର ଖବର ସୋନାଲି ତାଙ୍କର ପ୍ୟାନ୍ସମାନଙ୍କୁ ମେସେଜ୍ କରି ଦେଇଛନ୍ତି। ସୋନାଲିଙ୍କ ମେସେଜ୍ରୁ ଜଣାପଡୁଛି ଯେ, ଜୀବନରେ କେବେ ହାର୍ ମାନିବା ଉଚିତ୍ ନୁହେଁ।
ତେବେ ଏବେ କେବଳ ଅପେକ୍ଷା ରହିଲା, ସୋନାଲି କେଉଁ ଫିଲ୍ମରେ ପରଦା ଉପରେ ଜଲୱା ଦେଖାଉଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।