ପରଦାକୁ ଫେରୁଛନ୍ତି ସୋନାଲି ବେନ୍ଦ୍ରେ
ମୁମ୍ୱାଇ: ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର୍ ହୋଇଥିବା ଖବର ଶୁଣିବା ପରେ ତାଙ୍କର ଫ୍ୟାନ୍ସମାନେ ଚିନ୍ତାରେ ରହିଥିଲେ। ଚିକିତ୍ସା ପାଇଁ ସୋନାଲି ଅନେକ ମାସ ଧରି ଆମେରିକାରେ ରହିଲେ। ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନସର୍ ପରି ଦୁରାରୋଗ୍ୟ ବ୍ୟାଧି ସହିତ ଲଢ଼ିବା ପାଇଁ ସେ ସକ୍ଷମ ହୋଇଥିଲେ। ଶେଷରେ ସୋନାଲି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଏବେ ଭାରତ ଫେରୁଛନ୍ତି। ଖାଲି ଭାରତ ଫେରୁନାହାନ୍ତି ବରଂ ଖୁବ୍ଶୀଘ୍ର ସେ ଫ୍ୟାନ୍ସମାନଙ୍କୁ ପରଦା ଉପରେ ଦେଖା ଦେବାକୁ ଯାଉଛନ୍ତି। […]
ମୁମ୍ୱାଇ: ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ କ୍ୟାନସର୍ ହୋଇଥିବା ଖବର ଶୁଣିବା ପରେ ତାଙ୍କର ଫ୍ୟାନ୍ସମାନେ ଚିନ୍ତାରେ ରହିଥିଲେ। ଚିକିତ୍ସା ପାଇଁ ସୋନାଲି ଅନେକ ମାସ ଧରି ଆମେରିକାରେ ରହିଲେ। ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନସର୍ ପରି ଦୁରାରୋଗ୍ୟ ବ୍ୟାଧି ସହିତ ଲଢ଼ିବା ପାଇଁ ସେ ସକ୍ଷମ ହୋଇଥିଲେ। ଶେଷରେ ସୋନାଲି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଏବେ ଭାରତ ଫେରୁଛନ୍ତି।
ଖାଲି ଭାରତ ଫେରୁନାହାନ୍ତି ବରଂ ଖୁବ୍ଶୀଘ୍ର ସେ ଫ୍ୟାନ୍ସମାନଙ୍କୁ ପରଦା ଉପରେ ଦେଖା ଦେବାକୁ ଯାଉଛନ୍ତି।
ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ଶେଆର୍ କରି ସୋନାଲି ଲେଖିଛନ୍ତି, “ଲମ୍ୱା ସମୟ ଆରାମ କରିବା ପରେ ମୁଁ ଫେରି ଆସିଛି। ମୁଁ ଅନେକ ସ୍ତରରେ ସଂଘର୍ଷ କରିଛି। ଏକ ଅଜଣା ଅନୁଭୂତିକୁ ମଧ୍ୟ ଅନୁଭବ କରୁଛି। ଏହା ପରେ ମୁଁ ମୋ କାମକୁ ଫେରି ପାରିଥିବାରୁ ବହୁତ ଗୌରବାନ୍ୱିତ ଅନୁଭବ କରୁଛି। ମୋତେ ଲାଗୁନାହିଁ କି କୌଣସି ଶବ୍ଦରେ ମୁଁ ଏହାକୁ ଜଣାଇପାରିବି ଯେ, କାମକୁ ଫେରିବା ପରେ ମୁଁ କେମିତି ଅନୁଭବ କରୁଛି।”
View this post on Instagram
"Vanity is my favourite sin." - Al Pacino Well, it might not be my all-time favourite sin (that would be gluttony ?), but who doesn't like looking good? The way we look has a profound psychological impact on us... A little vanity here and there does no one any harm. It's important to do what makes you happy, even if it's something as simple as wearing a wig, bright red lipstick, high heels.... All that white noise doesn't make a difference in the larger picture. No one can tell you what's right or wrong for you. When I was testing out the wigs, I had a brief moment of self-doubt... "Am I vain for wanting to look good?" As part of the entertainment industry, you're always expected to look good... Maybe that has been ingrained in me? But then I gave it a thought and I realized I like looking good for me. If I'm in the mood to wear a scarf, I will. If I want to walk around bald and free, I will. Only you know what would make you feel good, and what works best for you. So take every opportunity you can to #SwitchOnTheSunshine. #OneDayAtATime ?? Thank you @priyankachopra for connecting me with the amazing @bokheehair, who created my new look.
A post shared by Sonali Bendre (@iamsonalibendre) on
କ୍ୟାନସର୍ରେ ପୀଡ଼ିତ ଥିବା ସମୟରେ ସୋନାଲି ପଢ଼ାଲେଖା କରିବାରେ ଅଧିକ ସମୟ ଅତିବାହିତ କରୁଥିଲେ। ଏପରି ଏକ ମାରାତ୍ମକ ରୋଗ ସହିତ ଲଢ଼େଇ କରି ସଫଳ ହେବା ପରେ ବଲିଉଡ୍କୁ ଫେରି ଆସିବାର ଖବର ସୋନାଲି ତାଙ୍କର ପ୍ୟାନ୍ସମାନଙ୍କୁ ମେସେଜ୍ କରି ଦେଇଛନ୍ତି। ସୋନାଲିଙ୍କ ମେସେଜ୍ରୁ ଜଣାପଡୁଛି ଯେ, ଜୀବନରେ କେବେ ହାର୍ ମାନିବା ଉଚିତ୍ ନୁହେଁ।
ତେବେ ଏବେ କେବଳ ଅପେକ୍ଷା ରହିଲା, ସୋନାଲି କେଉଁ ଫିଲ୍ମରେ ପରଦା ଉପରେ ଜଲୱା ଦେଖାଉଛନ୍ତି ।