ସୋନମ୍‌ ଖୋଲିଲେ ନିଜ ବେଡ୍‌ରୁମ୍‌ ସିକ୍ରେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ତାଙ୍କ ଫ୍ୟାଶନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କୁ ବଲିଉଡ୍‌ର ଫ୍ୟାଶନ୍ ଆଇକନ୍ ବି କୁହାଯାଏ। ଏହା ଛଡ଼ା ସେ ଖୁବ୍‌ ସ୍ପଷ୍ଟବାଦୀ। ଯାହା କୁହନ୍ତି ମୁହେଁ ମୁହେଁ। ଯେକୌଣସି ପ୍ରସଙ୍ଗରେ ନିଜ ମତ ରଖିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତିକି ସେ ନିଜ ବେଡ୍‌ ରୁମ୍‌ ସିକ୍ରେଟ୍‌ ଶେୟାର୍‌ କରିବାକୁ ବି କୁଣ୍ଠାବୋଧ କରିନାହାନ୍ତି। ଆଜ୍ଞା ହଁ, କଥାଟି ସତ। ନିକଟରେ ସେ ଅନୀତା […]

sonam2

Jitendra Garnayak
  • Published: Wednesday, 12 September 2018
  • , Updated: 12 September 2018, 03:51 AM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ତାଙ୍କ ଫ୍ୟାଶନ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ତାଙ୍କୁ ବଲିଉଡ୍‌ର ଫ୍ୟାଶନ୍ ଆଇକନ୍ ବି କୁହାଯାଏ।

ଏହା ଛଡ଼ା ସେ ଖୁବ୍‌ ସ୍ପଷ୍ଟବାଦୀ। ଯାହା କୁହନ୍ତି ମୁହେଁ ମୁହେଁ। ଯେକୌଣସି ପ୍ରସଙ୍ଗରେ ନିଜ ମତ ରଖିବାକୁ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମିତିକି ସେ ନିଜ ବେଡ୍‌ ରୁମ୍‌ ସିକ୍ରେଟ୍‌ ଶେୟାର୍‌ କରିବାକୁ ବି କୁଣ୍ଠାବୋଧ କରିନାହାନ୍ତି। ଆଜ୍ଞା ହଁ, କଥାଟି ସତ।

ନିକଟରେ ସେ ଅନୀତା ଶ୍ରଫ୍‌ ଅଦାଜାନିୟାଙ୍କ ଟକ୍‌ ଶୋ’ ‘Feet Up With The Stars’କୁ ଆସିଥିଲେ। ଏହି ଶୋ’ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଅନେକ କଥା କହିଥିଲେ। ତା’ ଭିତରେ ସେ ତାଙ୍କ ବେଡ୍‌ ରୁମ୍‌କୁ ନେଇ ଏକ କଥା ବି କହିଥିଲେ।

ଶୋ’ରେ ତାଙ୍କୁ ପଚରା ଯାଇଥିଲା ଯେ ରାତିରେ ତାଙ୍କ ବେଡ୍‌ ରୁମ୍‌ ଲାଇଟ୍‌ ଜଳୁ ଥାଏ ନା ବନ୍ଦ ରହେ। ସେ ଚଟାପଟ୍ କହିଥିଲେ,‘ଜଳୁ ଥାଏ’।

ତାଙ୍କୁ ଏହା ବି ପଚରା ଯାଇଥିଲା ଯେ ସେ ମନେ ମନେ ରାଗି ସେ କେଉଁ କୋ-ଷ୍ଟାରଙ୍କୁ ମାରିଛନ୍ତି। ସେ ଆୟୁଷ୍ମାନ୍‌ ଖୁରାନା ଓ ଶାହିଦ୍‌ କପୁରଙ୍କ ନାଁ ନେଇଥିଲେ।

ସୋନମ୍‌ କହିଥିଲେ,‘ଶାହିଦ୍‌ ଓ ଆୟୁଷ୍ମାନ ନିଜ କେଶ ସଜାଡ଼ିବାକୁ ବହୁ ସମୟ ନିଅନ୍ତି। ସେଥିପାଇଁ ମୁଁ ସେମାନଙ୍କ ଉପରେ ଖୁବ୍‌ ରାଗେ।’

Related story