ମିସ୍‌ ୟୁ ପାପା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବେଶି ରାଗିଯାଇ ଚୁପ୍‌ ହେଇଗଲେ ଭାରି ଡର ଲାଗୁଥିଲା। ଆଖିରେ ନକାନ୍ଦି ଛାତିରେ କାନ୍ଦିଲେ ମତେ ବେଳି ବାଧୁଥିଲା। ଆଜି ମୁଁ ଖୋଜୁଛି ଆଉଥରେ ରାଗନା। ସହି ମୁଁ ପାରୁନି ଚୁପ୍‌ ହେଇ ରୁହନା। ଓଠୋ ଖୋଲି ଥରେ ଡାକ ମୋ ନାଁ। ମିସ୍‌ ୟୁ ପାପା, ମିସ୍‌ ୟୁ ପାପା.. ଏମିତି କିଛି ଦରଦି ଭାଷାକୁ ନେଇ ନିର୍ମିତ ହୋଇଛି ଗୀତ ‘ମିସ୍‌ ୟୁ ପାପା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ […]

biswajit

biswajit

Biswobandita Swain
  • Published: Friday, 28 December 2018
  • Updated: 28 December 2018, 03:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ବେଶି ରାଗିଯାଇ ଚୁପ୍‌ ହେଇଗଲେ ଭାରି ଡର ଲାଗୁଥିଲା। ଆଖିରେ ନକାନ୍ଦି ଛାତିରେ କାନ୍ଦିଲେ ମତେ ବେଳି ବାଧୁଥିଲା। ଆଜି ମୁଁ ଖୋଜୁଛି ଆଉଥରେ ରାଗନା। ସହି ମୁଁ ପାରୁନି ଚୁପ୍‌ ହେଇ ରୁହନା। ଓଠୋ ଖୋଲି ଥରେ ଡାକ ମୋ ନାଁ। ମିସ୍‌ ୟୁ ପାପା, ମିସ୍‌ ୟୁ ପାପା.. ଏମିତି କିଛି ଦରଦି ଭାଷାକୁ ନେଇ ନିର୍ମିତ ହୋଇଛି ଗୀତ ‘ମିସ୍‌ ୟୁ ପାପା’। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହେଉଥିବା ଫିଲ୍ମ ‘ଚାଲ୍‌ ଟିକେ ଦୁଃଖ ହେବା’ର ଏ ହେଉଛି ଇମୋସନାଲ୍‌ ଟ୍ରାକ୍‌। ଏହି ଗୀତରେ  କଣ୍ଠଦାନ କରିଛନ୍ତି ଇଣ୍ଡିଆଲ୍‌ ଆଇଡଲ୍‌ ଫେମ୍‌ ବିଶ୍ୱଜିତ୍‌ ମହାପାତ୍ର।

ଯେମିତି ଆମେ ସମସ୍ତେ ଆମ ବାପାଙ୍କୁ ଭଲ ପାଉ ତାଙ୍କୁ ସବୁବେଳ୍ ପାଖରେ ଦେଖିବାକୁ ଚାହୁଁ। ସେମିତି କିଛି ଭାବନାକୁ ଏହି ଗୀତରେ ରହିଛି। ଏହି ଗୀତକୁ ବିଶ୍ୱଜିତ୍‌ ତାଙ୍କ ବାପାଙ୍କୁ ଡେଡିକେଟ୍‌ କରିଛନ୍ତି ବୋଲି କହିଛନ୍ତି। ଗୀତଟିର ନିର୍ଦ୍ଦେଶନା ବିଭୂତି ଭୂଷଣ ଗଡ଼ନାୟକ ଦେଇଥିବା ବେଳେ ସଙ୍ଗୀତ ଲେଖିଛନ୍ତି ନିର୍ମଳ ନାୟକ।

ସୂଚନା ଅନୁଯାୟୀ, ଫିଲ୍ମଟି ନୂଆବର୍ଷରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।

https://www.youtube.com/watch?v=6q2vLgrv8pQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos