ସୋସିଆଲ ମିଡିଆରେ ସୁପରହିଟ୍, ଦେଖନ୍ତୁ ବାବୁସାନ-ଦିବ୍ୟାଙ୍କ ଅନ୍ସ୍କ୍ରିନ୍ ରୋମାନ୍ସ
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଜବରଦସ୍ତ ଷ୍ଟୋରୀ ଏବଂ ସୁପରହିଟ୍ ମ୍ୟୁଜିକ୍ ଟ୍ରାକ୍କୁ ନେଇ ରଜ ଉପଲକ୍ଷେ ପରଦାକୁ ଆସୁଛି ସୁରନ୍ଦରଗଡ଼ର ସଲମାନ୍ ଖାନ୍। ତରଙ୍ଗସିନେ ପ୍ରଡକ୍ସନ୍ସ ନିବେଦିତ ଏହି ଚଳଚ୍ଚିତ୍ରଟି ହଲକୁ ଆସିବା ପୂର୍ବରୁ ଏହାର ପ୍ରାୟତଃ ସବୁ ଗୀତ ମ୍ୟୁଜିକାଲ ରେକର୍ଡ଼ ସୃଷ୍ଟି କରିସାରିଲାଣି। ତେବେ ଏହି ଫିଲ୍ମ ପାଇଁ ତିଆରି ହୋଇଥିବା ୪/୫ଟି ଗୀତ ମଧ୍ୟରୁ ରୋମାଣ୍ଟିକ୍ ଭରା ଗୀତ ହେଉଛି ‘ତୁ ନୂଆ ସାୟରୀ, ନୂଆ କବିତା…’। ନିଆରା ଅନ୍ଦାଜରେ ତିଆରି ହୋଇଥିବା ଏହି ଗୀତଟି ଖୁବ୍ ଆକର୍ଷଣୀୟ ହୋଇଛି। ସୋସିଆଲ ମିଡିଆରେ ଏହା ବେଶ କ୍ରେଜ୍ ସୃଷ୍ଟି କରିଥିବା ବେଳେ ଦର୍ଶକ ଭରପୂର ଏଣ୍ଟରଟେନ୍ ହେଉଛନ୍ତି।
ବିଶେଷକରି ଗୀତଟି ଯୁବପିଢିଙ୍କ ହୃଦୟକୁ ଛୁଇଁପାରିଛି। ଅଦ୍ୟାବଧି ଏହି ଗୀତଟି 2,069,245 ଭ୍ୟୁ ହୋଇସାରିଲାଣି। ଏହି ଗୀତଟିକୁ ଡ.ନିର୍ମଳ ନାୟକ ଲେଖିଥିବା ବେଳେ ଓଲିଉଡ୍ର ସେନ୍ସେନାଲ୍ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ନିର୍ଦ୍ଦେଶନା ଦେଇଛନ୍ତି। ଗୀତଟିକୁ ନବାଗତା ମେଲ ସିଙ୍ଗର ସ୍ୱୟମ ପାଢି ଓ ଫିମେଲ ସିଙ୍ଗର ତଥା ଇଣ୍ଡିଆନ୍ ଆଇଡଲ-ସିଜିନ୍ ସିକ୍ସର ବିଜେତା ସୋହିନୀ ମିଶ୍ର କଣ୍ଠଦାନ କରିଛନ୍ତି। ତେବେ ଏହି ଗୀତର କେବଳ ମ୍ୟୁଜିକ୍ ଭିଡିଓ ନୁହଁ ଅଭିନୟ ଭିଡିଓଟି ମଧ୍ୟ ରିଲିଜ୍ ହୋଇସାରିଛି। ଯେଉଁଥିରେ ବାବୁସାନ୍ ଏବଂ ନବାଗତା ନାୟିକା ଦିବ୍ୟାଙ୍କ ଜବରଦସ୍ତ ଅନ୍ସ୍କ୍ରିନ୍ ରୋମାନ୍ସ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।