ଦିନେ ୱେଟର ଥିଲେ, ଆଜି ସୁପରଷ୍ଟାର

ମୁମ୍ବାଇ: ସଫଳତା ପାଇବା ଏତେ ସହଜ ନୁହେଁ। ମଣିଷ ଅନେକ ଘାତ ପ୍ରତିଘାତର ସାମ୍ନା କରିବା ପରେ ସଫଳତାର ଶିଖରରେ ପହଞ୍ଚିଥାଏ। ଏଥିରୁ କଳାକାର ମାନେ ବା କେମିତି ବାଦ୍‌ ପଡ଼ିବେ। ସଫଳତା ପାଇବା ପାଇଁ ସେମାନଙ୍କୁ ବି ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥାଏ। ଆମେ ଆଜି ଏମିତି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟଲିଉଡ୍‌ ସହ ବଲିଉଡ୍‌ରେ ବି ନିଜ ଜଲୱା ଦେଖେଇ ସାରିଛନ୍ତି। ସେ ହେଉଛନ୍ତି ଫିଲ୍ମ ‘ବାହୁବଲୀ’ର ବଲ୍ଲାଲଦେବଙ୍କ ବାପା […]

starrrrrr

starrrrrr

Rakesh Mallick
  • Published: Monday, 05 March 2018
  • Updated: 05 March 2018, 03:03 PM IST

ମୁମ୍ବାଇ: ସଫଳତା ପାଇବା ଏତେ ସହଜ ନୁହେଁ। ମଣିଷ ଅନେକ ଘାତ ପ୍ରତିଘାତର ସାମ୍ନା କରିବା ପରେ ସଫଳତାର ଶିଖରରେ ପହଞ୍ଚିଥାଏ। ଏଥିରୁ କଳାକାର ମାନେ ବା କେମିତି ବାଦ୍‌ ପଡ଼ିବେ। ସଫଳତା ପାଇବା ପାଇଁ ସେମାନଙ୍କୁ ବି ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥାଏ। ଆମେ ଆଜି ଏମିତି ଜଣେ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟଲିଉଡ୍‌ ସହ ବଲିଉଡ୍‌ରେ ବି ନିଜ ଜଲୱା ଦେଖେଇ ସାରିଛନ୍ତି। ସେ ହେଉଛନ୍ତି ଫିଲ୍ମ ‘ବାହୁବଲୀ’ର ବଲ୍ଲାଲଦେବଙ୍କ ବାପା ବିଜ୍ଜଲଦେବ ଚରିତ୍ରରେ ନଜର ଆସିଥିବା ଅଭିନେତା ନସର। ଆଜି ସେ ୬୦ ବର୍ଷରେ ପାଦ ଥାପିଛନ୍ତି। ସେ ଏକାଧାରାରେ ସାଉଥ୍‌ର ଜଣେ ନାମୀ ଦାମୀ ଅଭିନେତା,କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକ ମଧ୍ୟ। କିନ୍ତୁ ତାଙ୍କ ଜୀବନରେ ଏମିତି ବି ଗୋଟିଏ ସମୟ ଥିଲା ଯେବେ ହୋଟେଲରେ ୱେଟର କାମ କରୁଥିଲେ। ଚାଲନ୍ତୁ ଜାଣିବା ନସର ଜୀବନର କିଛି ଅଜଣା କଥା।

ଅଭିନୟରେ ଗୋଲ୍ଡ ମେଡାଲିଷ୍ଟ ନସରଙ୍କୁ ଏତେ ସହଜରେ ପିଲ୍ମରେ କାମ ମିଳି ନଥିଲା। ସେଥିପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ଫିଲ୍ମରେ କ୍ୟାରିୟର ବନେଇବା  ସମୟରେ ନିଜ ଖର୍ଚ୍ଚ ଚଳେଇବା ପାଇଁ ସେ ହୋଟେଲ୍‌ରେ ୱେଟର ଥିଲେ। ୱେଟର ଥିବା ସହ ସିକୁରିଟି ଗାର୍ଡ ଚାକିରି ମଧ୍ୟ କରୁଥିଲେ। ତା’ପରେ ତାଙ୍କୁ ୧୯୮୫ ମସିହାରେ ପିଲ୍ମ ‘କଲ୍ୟାଣ ଅଗାଥିଗଲ’ରେ ସପୋର୍ଟିଂ ରୋଲ ମିଳିଥିଲା। କିଛିଦିନ ସପୋର୍ଟିଂ ରୋଲ କରିବା ପରେ ତାଙ୍କୁ ୧୯୮୭ରେ ‘ବନା କନାବୁଗଲ’ରେ ଭିଲିଆନ୍‌ ଚରିତ୍ର ମିଳିଥିଲା। ଏହି ଫିଲ୍ମରୁ ତାଙ୍କ କାମକୁ ଖୁବ୍‌ ପସନ୍ଦ କରାଯାଇଥିଲା। ତା’ପରେ ତାଙ୍କୁ ଫିଲ୍ମ ‘ନାୟାକନ୍‌’ରେ ପୋଲିସ୍‌ ଅଫିସରର ଚରିତ୍ର ମିଳିଥିଲା। ସେହି ଫିଲ୍ମରୁ ହିଁ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ନସର ତାଙ୍କ ଫିଲ୍ମ କ୍ୟାରିରରେ ୨୦୦ ଫିଲ୍ମରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos