Advertisment

ରାଜନୀତି କରିବେ କି 'ଯାତ୍ରା ଟାଇଗର୍‌' ଦୈତାରୀ ପଣ୍ଡା?

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ୪୦ ବର୍ଷରୁ ଅଧିକ ସମୟ ଧରି ମଞ୍ଚରେ ଅଭିନୟ କରୁଛନ୍ତି ‘ଯାତ୍ରା ଟାଇଗର୍‌’ ଦୈତାରୀ ପଣ୍ଡା। ନିଜ ବଳିଷ୍ଠ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇଛନ୍ତି ତ ଆଉ କେବେ କନ୍ଦାଇଛନ୍ତି। ଆଉ ପୁଣି କେତେବେଳେ ଏମିତି କମାଲ୍‌ କରିଛନ୍ତି ଯେ ଯାହାକୁ ଦେଖି ଭୟ ପାଇଛନ୍ତି ଦର୍ଶକ। ହେଲେ ଏଥର ମଞ୍ଚ ଅଭିନୟରେ ନୁହେଁ, ବାସ୍ତବ ଜୀବନରେ କିଛି ପରିବର୍ତ୍ତନର ଆଭାସ ଦେଇଛନ୍ତି ଦୈତାରୀ ପଣ୍ଡା। ଏଣିକି ସେ ବି ରାଜନୀତି କରିବେ […]

ଅଦ୍ୟତନ ହୋଇଛି
ରାଜନୀତି କରିବେ କି 'ଯାତ୍ରା ଟାଇଗର୍‌' ଦୈତାରୀ ପଣ୍ଡା?

dai

Advertisment

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ୪୦ ବର୍ଷରୁ ଅଧିକ ସମୟ ଧରି ମଞ୍ଚରେ ଅଭିନୟ କରୁଛନ୍ତି 'ଯାତ୍ରା ଟାଇଗର୍‌' ଦୈତାରୀ ପଣ୍ଡା। ନିଜ ବଳିଷ୍ଠ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇଛନ୍ତି ତ ଆଉ କେବେ କନ୍ଦାଇଛନ୍ତି। ଆଉ ପୁଣି କେତେବେଳେ ଏମିତି କମାଲ୍‌ କରିଛନ୍ତି ଯେ ଯାହାକୁ ଦେଖି ଭୟ ପାଇଛନ୍ତି ଦର୍ଶକ। ହେଲେ ଏଥର ମଞ୍ଚ ଅଭିନୟରେ ନୁହେଁ, ବାସ୍ତବ ଜୀବନରେ କିଛି ପରିବର୍ତ୍ତନର ଆଭାସ ଦେଇଛନ୍ତି ଦୈତାରୀ ପଣ୍ଡା।

Advertisment

ଏଣିକି ସେ ବି ରାଜନୀତି କରିବେ ! ଯାତ୍ରା ଟାଇଗର୍‌ଙ୍କ ସମ୍ପର୍କରେ ଏମିତି କିଛି ଶୁଣିବା ପରେ କହିଲେ ଦେଖି କଥାଟା କେମିତି ଲାଗୁଛି।

ଦୈତାରୀ ପଣ୍ଡାଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଏଇଟା ନିଶ୍ଚୟ ଏକ ଭଲ ଖବର। ଦୈତାରୀ ଏ ନେଇ ଖୋଲାଖୋଲି କିଛି କହି ନ ଥିଲେ ବି ଯଦି ଭୋଟରଙ୍କ ମାନସିକତା ବଦଳେ, ତାହାହେଲେ ସେ ରାଜନୀତିକୁ ଆସିବେ ବୋଲି କହିଛନ୍ତି।

Advertisment

“ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।” ଆଜି ଏହି ଫର୍ମୁଲାରେ ଚାଲିଛି ରାଜନୀତି। ଯିଏ ପାରିଲା ରାଜନୀତିକୁ ଆସିଲା। ତେଣୁ ଯଲିଉଡ୍‌ର ଷ୍ଟାର୍‌ ଏଥିରୁ ବାଦ୍‌ ପଡ଼ିବେ ବା କାହିଁକି ।

ଓଡ଼ିଶା ରିପୋର୍ଟର୍‌କୁ ସାକ୍ଷାତକାରରେ ଦୈତାରୀ ପଣ୍ଡା କହିଛନ୍ତି, “ରାଜନୀତି ଆଉ ରାଜନୀତି ହୋଇ ରହିନାହିଁ। ତାହା ଏବେ କଳୁଷିତ ନୀତି ହୋଇ ଗଲାଣି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜନୀତି ମୈଦାନରେ ଛିଡ଼ା ହେଉଛନ୍ତି ପ୍ରାର୍ଥୀ। ମାଂସ, ମଦ ଓ ଟଙ୍କା ଦେଇ ଭୋଟ୍‌ କିଣୁଛନ୍ତି। ଆଉ ରାଜନେତାମାନେ ଜିତିଲା ପରେ ଖର୍ଚ୍ଚ କରିଥିବା ଟଙ୍କା ଆଦାୟ କରୁଛନ୍ତି। ତାହାହେଲେ ଆମର ସେହି ଭୋଟ୍‌ର ଅର୍ଥ କ’ଣ ରହିଛି? ତେଣୁ ଆମେ ହେଲୁ କଳାକାର। ଆମେ ନା ବିଜେପି ନା ବିଜେଡି ନା କଂଗ୍ରେସର। ଆମ ପାଇଁ ସମସ୍ତେ ସମାନ। ଯଦି ଗୋଟିଏ ଦଳକୁ ସମର୍ଥନ କରିବୁ, ତାହାହେଲେ ଅନ୍ୟମାନଙ୍କର ବିରୋଧୀ ହୋଇଯିବୁ। ମୁଁ ମଣିଷକୁ ଭଲ ପାଏ। ମୁଁ କୌଣସି ରାଜନୈତିକ ଦଳକୁ ଭଲ ପାଏ ନାହିଁ। ସତ କଥା ହେଉଛି, ଯାହାପାଖରେ ମଣିଷ ପଣିଆ ରହିଛି, ଆମେ ତାଙ୍କ ପାଖରେ ରହିଛୁ।”

ମଞ୍ଚରେ ଭୟଙ୍କର ଅଭିନୟକୁ ନେଇ ସେ କୁହନ୍ତି, “ମଞ୍ଚ ଉପରେ ଅଭିନୟ କରିବା ପାଇଁ ଯେଉଁ ଚରିତ୍ର ମିଳେ, ତାକୁ ଉଚିତ ନ୍ୟାୟ ଦେବାକୁ ଉଦ୍ୟମ କରୁଛି। ‘ଜଙ୍ଗଲ ଦସ୍ୟୁ ବିରାପ୍ପାନ’ ନାଟକରେ ବିରାପ୍ପାନଙ୍କ ଚରିତ୍ର ପାଇଁ ଭୟଙ୍କର ଅଭିନୟ କରିବାକୁ ପଡ଼ିଥିଲା। କିନ୍ତୁ ମୋର ତ ପୁଣି ଦୁଃଖଦ ନାଟକ ରହିଛି। ଯେମିତି ‘ବାହା ହେଉଛି ଦୈତାରୀ ପଣ୍ଡା’ ଓ ‘ଭଙ୍ଗା ଆଇନା’ ନାଟକ ମଧ୍ୟ ରହିଛି। ଭୟ କରିବାଟା ଗୋଟିଏ ସଂସ୍କାର। ଆମେ ବାପାଙ୍କୁ ଭୟ କରୁ। ଏହାର ଅର୍ଥ ଆମେ ବାପାଙ୍କୁ ସମ୍ମାନ ଦେଉଛୁ। ଆମେ ସମାଜକୁ ସଂସ୍କାର ଓ ଶିକ୍ଷା ଦେଉଛୁ। ଆମେ ସଂସ୍କାରୀ ହେଲେ ସିନା ଯାଇ ସମାଜକୁ ଶିକ୍ଷା ଦେବା।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe