ମୁମ୍ବାଇ: ‘ରକ୍ ଅନ୍-୨’ ଜଣେ ଗାୟିକା ଭୂମିକାରେ ଅଭିନୟ କରିଛନ୍ତି ଶ୍ରଦ୍ଧା କପୁର। ସେ ନିଜେ ଗୀତ ଗାଆନ୍ତି ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ସେ ଗୀତ ଲେଖନ୍ତି ବୋଲି ବହୁତ କମ୍ ଲୋକ ଜାଣିଥିବେ। ଗ୍ଲାମର ବଦଳରେ ଅଭିନୟ ପାଇଁ ଲୋକେ ତାଙ୍କୁ ଅଧିକ ଜାଣନ୍ତୁ ବୋଲି ଚାହାଁନ୍ତି ଶ୍ରଦ୍ଧା। ତା’ସହିତ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅନ୍ତର୍ଜାତୀୟ ସ୍ତରରେ ଗୀତ ଗାଇବାକୁ ବି ତାଙ୍କର ଖୁବ୍ ଇଚ୍ଛା ଅଛି। ତେବେ ଉଚିତ୍ ସମୟରେ ସେ ଅନ୍ତର୍ଜାତୀୟ ସ୍ତରରେ ଗୀତ ଗାଇବାରେ ଡେବ୍ୟୁ କରିବେ ବୋଲି କହିଛନ୍ତି।
‘ରକ୍ ଅନ୍ ୨’ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଶ୍ରଦ୍ଧା। ସେ କହିଛନ୍ତି,“ରକ୍ ଅନ୍ ଫିଲ୍ମ ମୋତେ ଖୁବ୍ ଭଲ ଲାଗିଥିଲା। ଏହାର ସ୍ୱିକେଲ୍ ହେଲେ ସେଥିରେ ନିଶ୍ଚିତ କାମ କରିବା ପାଇଁ ମୁଁ ସ୍ଥିର କରିଥିଲି। ଯେତେବେଳେ ଜାଣିଲି ‘ରକ୍ ଅନ୍ ୨’ ନିର୍ମାଣ ହେବ ମୁଁ ରିତେଶ ସିଧୱାନୀଙ୍କୁ ଭେଟିଲି ଓ ଏଥିରେ କାମ କରିବା ପାଇଁ ମୋ ଇଚ୍ଛା ଜାହିର କଲି। ମୁଁ ’ରକ୍ ଅନ୍’ ବଡ଼ ପ୍ରଶଂସକ। ଏହାର ସ୍ୱିକେଲ୍ରେ କାମ କରିବା ନେଇ ମୋ ସ୍ୱପ୍ନ ସତ ହୋଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।