ମହିଳାଙ୍କ ପାଇଁ ଅପଶବ୍ଦ ବ୍ୟବହାର କରୁଥିବା ପୁରୁଷଙ୍କ ପାଇଁ ସୃତିଙ୍କ ଖାସ୍ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ସୃତି ହାସନ ‘ବିଚ୍’ ଶବ୍ଦକୁ ନେଇ କେବେ ଲଜ୍ଜିତ ଅନୁଭବ କରନ୍ତି ନାହିଁ, ବରଂ ଏହି ଗାଳିକୁ ସେ ଭିଡିଓ ମାଧ୍ୟମରେ ଭଲ ରୂପ ଦେଇଛନ୍ତି। ଭିଡିଓର ନାଁ ‘ବି ଦ ବିଚ୍’ ରଖାଯାଇଛି। ଏହି ଭିଡିଓକୁ ସୃତି ସେହି ପୁରୁଷଙ୍କ ପାଇଁ ବନେଇଛନ୍ତି ଯେଉଁମାନେ ନାରୀ ଜାତିକୁ ଅପଶବ୍ଦରେ ସମ୍ବୋଧିତ କରନ୍ତି। ଅଢ଼େଇ ମିନିଟର ଏହି ଭିଡିଓରେ ସୃତି ଏହି ବିଚ୍ ଶବ୍ଦର ନୂଆ ପରିଭାଷା ଦେଖାଇଛନ୍ତି। ଏହା ଜରିଆରେ ସେ ଲୋକମାନଙ୍କୁ ମହିଳାଙ୍କ […]

shruti-haasan

shruti-haasan

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 04:59 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ସୃତି ହାସନ ‘ବିଚ୍’ ଶବ୍ଦକୁ ନେଇ କେବେ ଲଜ୍ଜିତ ଅନୁଭବ କରନ୍ତି ନାହିଁ, ବରଂ ଏହି ଗାଳିକୁ ସେ ଭିଡିଓ ମାଧ୍ୟମରେ ଭଲ ରୂପ ଦେଇଛନ୍ତି। ଭିଡିଓର ନାଁ ‘ବି ଦ ବିଚ୍’ ରଖାଯାଇଛି। ଏହି ଭିଡିଓକୁ ସୃତି ସେହି ପୁରୁଷଙ୍କ ପାଇଁ ବନେଇଛନ୍ତି ଯେଉଁମାନେ ନାରୀ ଜାତିକୁ ଅପଶବ୍ଦରେ ସମ୍ବୋଧିତ କରନ୍ତି।

ଅଢ଼େଇ ମିନିଟର ଏହି ଭିଡିଓରେ ସୃତି ଏହି ବିଚ୍ ଶବ୍ଦର ନୂଆ ପରିଭାଷା ଦେଖାଇଛନ୍ତି। ଏହା ଜରିଆରେ ସେ ଲୋକମାନଙ୍କୁ ମହିଳାଙ୍କ ଶକ୍ତି ସଂପର୍କରେ ପରିଚିତ କରାଇଛନ୍ତି। ଏହି ଭିଡିଓରେ ସୃତି ନିଜେ କଣ୍ଠ ଦାନ ମଧ୍ୟ କରିଛନ୍ତି।

ସୃତିଙ୍କ କହିବାନୁସାରେ ନିଜ ବଳରେ ଯେତେବେଳେ ଜଣେ ମହିଳା କିଛି କରି ଆଗକୁ ବଢ଼େ ତାକୁ ପୁରୁଷ ସମାଜ ‘ବିଚ୍’ ପରି ଅପଶବ୍ଦର ବ୍ୟବହାର କରିଥାଏ। ଏହି ଭିଡିଓ ମାଧ୍ୟମରେ ସେ ଏଭଳି ପୁରୁଷଙ୍କୁ ସଠିକ୍ ଜବାବ ଦେଇ ପ୍ରକୃତରେ ‘ବିଚ୍’ କିଏ ବୋଲି ଜଣାଇଛନ୍ତି।

ସୋସିଆଲ ମିଡିଆରେ ସୃତିଙ୍କ ଭିଡିଓକୁ ବହୁ ସଂଖ୍ୟାରେ ପ୍ରଶଂସା କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos