କପିଲଙ୍କୁ ସୁନୀଲଙ୍କ ପରାମର୍ଶ: ମଣିଷକୁ ମଣିଷ ଭଳି ଦେଖ

ମୁମ୍ବାଇ: ନିକଟରେ କପିଲ ଶର୍ମା ଓ  ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ବିଷୟରେ ଆପଣମାନେ ଜାଣିଥିବେ ନିଶ୍ଚୟ। ଟ୍ୱିଟ୍ କରି କପିଲ ଭୁଲ୍ ମାଗିଥିଲେ ସୁଦ୍ଧା ଗତକାଲି ସୁନୀଲ ତାଙ୍କ ଶୋ’କୁ ଆସି ନ ଥିଲେ। ଏପରିକି ସେ କପିଲଙ୍କ ସହ ଫୋନ୍‌ରେ ବି କଥା ହେବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ସୁନୀଲ ଟ୍ୱିଟ୍ କରି ମଣିଷକୁ ମଣିଷ ଭଳି ବ୍ୟବହାର କରିବା ଶିଖି ବୋଲି କପିଲଙ୍କୁ ପରାମର୍ଶ ଦେଇଛନ୍ତି। ସୁନୀଲ ଟ୍ୱିଟ୍‌ରରେ […]

kapil2

kapil2

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 03:27 PM IST

Sports

Latest News

ମୁମ୍ବାଇ: ନିକଟରେ କପିଲ ଶର୍ମା ଓ  ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ବିଷୟରେ ଆପଣମାନେ ଜାଣିଥିବେ ନିଶ୍ଚୟ। ଟ୍ୱିଟ୍ କରି କପିଲ ଭୁଲ୍ ମାଗିଥିଲେ ସୁଦ୍ଧା ଗତକାଲି ସୁନୀଲ ତାଙ୍କ ଶୋ’କୁ ଆସି ନ ଥିଲେ। ଏପରିକି ସେ କପିଲଙ୍କ ସହ ଫୋନ୍‌ରେ ବି କଥା ହେବାକୁ ମନା କରି ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ସୁନୀଲ ଟ୍ୱିଟ୍ କରି ମଣିଷକୁ ମଣିଷ ଭଳି ବ୍ୟବହାର କରିବା ଶିଖି ବୋଲି କପିଲଙ୍କୁ ପରାମର୍ଶ ଦେଇଛନ୍ତି।

ସୁନୀଲ ଟ୍ୱିଟ୍‌ରରେ ଲେଖିଛନ୍ତି,“ଆପଣଙ୍କ ପାଖରୁ ଯଦିଓ ବହୁତ କିଛି ଶିଖିବାକୁ ମିଳିଛି, କିନ୍ତୁ ଆପଣଙ୍କ ବ୍ୟବହାର ବହୁତ ଦୁଃଖ ଦେଇଛି। କିନ୍ତୁ  ଆପଣଙ୍କୁ ଗୋଟିଏ ପରାମର୍ଶ ଦେବି। ମଣିଷକୁ ମଣିଷ ପରି ବ୍ୟବହାର କରି ଶିଖ। ସମସ୍ତେ କପିଲ ଶର୍ମା ପରି ସଫଳତା ପାଇପାରିବେ ନାହିଁ। ସମସ୍ତଙ୍କ ପାଖରେ ସେଭଳି ଟାଲେଣ୍ଟ ନାହିଁ।  ଯଦି ଆପଣଙ୍କ ଭଳି ସମସ୍ତଙ୍କ ପାଖରେ ଟାଲେଣ୍ଟେ ଥାଆନ୍ତା, ତା’ହେଲେ କପିଲ ଶର୍ମାଙ୍କୁ କେହି ଜାଣି ନଥାନ୍ତେ କି ଭଲ ପାଇ ନଥାନ୍ତେ।

ଗତକାଲି  କପିଲ ନିଜର  ଟ୍ୱିଟରରେ  ସୁନୀଲଙ୍କୁ ଭୁଲ ମାଗିବା ସହ ବୁଦ୍ଧି ଆସିଯାଇଛି ବୋଲି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos