ମୁମ୍ବାଇ: ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସେ ପ୍ରିୟ ଅଭିନେତା। ତାଙ୍କର ସେହି ‘ଢାଇ କିଲୋକା ହାତ’ ଡାଏଲଗ୍ ପ୍ରାୟ ସମସ୍ତଙ୍କ ମୁହଁରେ ଥାଏ। ଆଉ ‘ତାରିଖ ପର୍ ତାରିଖ୍’ ଡାଏଲଗ୍ ଓ ‘ୟାରା ଓ ୟାରା’ ଗୀତରେ ତାଙ୍କର ଡ୍ୟାନ୍ସକୁ କ’ଣ ଭୁଲି ହେବ? ସେ ହେଉଛନ୍ତି ସନ୍ନି ଦେଓଲ।
ଆକ୍ସନଠୁ ଆରମ୍ଭ କରି ରୋମାନ୍ସ ଓ କମେଡି- ସବୁଥିରେ ସେ ମାହିର୍। କିନ୍ତୁ ତାଙ୍କୁ ପରିଚୟ ମିଳିଥିଲା ଆଙ୍ଗ୍ରିୟଙ୍ଗ୍ ମ୍ୟାନ୍ ଭାବେ। ଜାଣିଛନ୍ତି, ଫିଲ୍ମର ଚରିତ୍ରରେ ସିନା ସେ ଖୁବ୍ ରାଗି, କିନ୍ତୁ ରିଅଲ୍ ଲାଇଫ୍ରେ ସେ ଖୁବ୍ ଲାଜୁଆ।
ପରଦାରେ ତାଙ୍କ ରାଗ ଦେଖିଲେ ଡର ଲାଗେ। ତେବେ ରାଗି ଯାଇ ସମସ୍ତଙ୍କୁ ଡରାଉଥିବା ସନ୍ନି ଦେଓଲ ରିଅଲ୍ ଲାଇଫ୍ରେ ଜଣଙ୍କୁ ଭାରି ଡରନ୍ତି। ଜାଣିଛନ୍ତି ସନ୍ନି କାହାକୁ ଡରନ୍ତି? ସେ ତାଙ୍କ ବାପା ଧର୍ମେନ୍ଦ୍ରଙ୍କୁ ଡରନ୍ତି। ଏକ ସାକ୍ଷତକାରରେ ସନ୍ନି ଏକଥା କହିଥିଲେ।
ସେ କହିଥିଲେ,‘‘ଛୋଟ ବେଳେ ମୁଁ ବାପାଙ୍କୁ ବହୁତ ଡରୁଥିଲି। ସେଥିପାଇଁ ତାଙ୍କ ସହ କେବେ କଥା ହେଉ ନଥିଲି। ଯାହା ଦରକାର ହୁଏ ମୁଁ ମା’ଙ୍କୁ କହୁଥିଲି। ସେ ବାପାଙ୍କୁ କହୁଥିଲେ। ଏବେବି ମୁଁ ବାପାଙ୍କ ସାମ୍ନାରେ କିଛି କହେ ନାହିଁ। ପିଲାଦିନରୁ ଆମକୁ ଏମିତି ସଂସ୍କାର ମିଳିଛି। ମୋ ପୁଅ ମଧ୍ୟ ମୋ ସହିତ ବେଶି କଥା ହୁଏ ନାହିଁ। ତାକୁ ଯାହା ଦରକାର ସେ ତା’ ମା’ଙ୍କୁ କହେ।”
ସନ୍ନି ଆହୁରି କହିଥିଲେ,“ବାପା ବହୁତ ଭଲ। ସେ କେବେବି କୌଣସି ଜିନିଷ ପାଇଁ ମନା କରନ୍ତି ନାହିଁ। ମୁଁ ମୋ ମା’ଙ୍କ ବହୁତ ନିକଟତର ଥିଲି। କାରଣ ତାଙ୍କ ସହ ମୁଁ ସବୁ କଥା ଶେୟାର କରି ପାରୁଥିଲି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।