ଘୋଡ଼ାରେ ବସି ଯୁଦ୍ଧ କରିବେ ସନି

ମୁମ୍ବାଇ: ଯୁଦ୍ଧ କରିବେ ଅଭିନେତ୍ରୀ ସନି ଲିଓନ। ପୁଣି ଘୋଡ଼ାରେ ବସି। ଏକ ଫିଲ୍ମରେ ତାଙ୍କୁ ମିଳିଛି ଏମିତି ଏକ ଭିନ୍ନ ଭୂମିକାରେ ଅଭିନୟ କରିବାର ସୁଯୋଗ। ଏହା ହେଉଛି ଏକ ଦକ୍ଷିଣ ଭାରତୀୟ ପିଲ୍ମ। ଫିଲ୍ମର ନାଁ ହେଉଛି ‘ଭୀରମାଦେବୀ’। ଏହାରର ପୋଷ୍ଟର ବି ରିଲିଜ ହୋଇସାରିଛି। ସନି ନିଜେ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି। ଟ୍ୱିଟ୍‌ରେ ସନି ଲେଖିଛନ୍ତି, “ଏହାକୁ ଆପଣଙ୍କ ସହ ସେୟାର କରିବା ପାଇଁ ମୁଁ ବହୁତ ଉତ୍ସୁକ ଥିଲି। ଏହା […]

sunny-leon

sunny-leon

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 01:35 PM IST

Sports

Latest News

ମୁମ୍ବାଇ: ଯୁଦ୍ଧ କରିବେ ଅଭିନେତ୍ରୀ ସନି ଲିଓନ। ପୁଣି ଘୋଡ଼ାରେ ବସି। ଏକ ଫିଲ୍ମରେ ତାଙ୍କୁ ମିଳିଛି ଏମିତି ଏକ ଭିନ୍ନ ଭୂମିକାରେ ଅଭିନୟ କରିବାର ସୁଯୋଗ। ଏହା ହେଉଛି ଏକ ଦକ୍ଷିଣ ଭାରତୀୟ ପିଲ୍ମ। ଫିଲ୍ମର ନାଁ ହେଉଛି ‘ଭୀରମାଦେବୀ’। ଏହାରର ପୋଷ୍ଟର ବି ରିଲିଜ ହୋଇସାରିଛି। ସନି ନିଜେ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି। ଟ୍ୱିଟ୍‌ରେ ସନି ଲେଖିଛନ୍ତି, “ଏହାକୁ ଆପଣଙ୍କ ସହ ସେୟାର କରିବା ପାଇଁ ମୁଁ ବହୁତ ଉତ୍ସୁକ ଥିଲି। ଏହା ହେଉଛି ‘ଭୀରମାଦେବୀ’ର ଫାଷ୍ଟ ଲୁକ୍‌ ପୋଷ୍ଟର।” ପୋଷ୍ଟରରେ ସନି ଲିଓନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସେ ଜଣେ ଯୋଦ୍ଧାର ଭୂମିକାରେ ନଜର ଆସିଛନ୍ତି। ସେ ଯୁଦ୍ଧ ‍କ୍ଷେତ୍ରରେ ଏକ ଘୋଡ଼ା ଉପରେ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ପଛରେ ସୌନ୍ୟସାମନ୍ତ ବି ଅଛନ୍ତି।

ତାମିଲ ଓ ତେଲୁଗୁ ଭାଷାରେ ତିଆରି ହୋଇଥିବା ଏହି ଫିଲ୍ମ ମାଲାୟଲମ, କନ୍ନଡ଼ ଓ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ୍ ହେବ। ଏହା ପୂର୍ବରୁ ସନି ଅନେକ ଦକ୍ଷୀଣ ଭାରତୀୟ ଫିଲ୍ମର ଗୀତରେ ନଜର ଆସିଛନ୍ତି। କିନ୍ତୁ ପ୍ରଥମଥର ପାଇଁ ସନି ‘ଭୀରମାଦେବୀ’ ଜରିଆରେ ଦକ୍ଷୀଣ ଭାରତୀୟ ଫିଲ୍ମରେ ଲିଡ୍‌ ରୋଲରେ ଅଭିନୟ କରୁଛନ୍ତି। ଏବେ ଫିଲ୍ମର ସୁଟିଂ ଚାଲିଛି। ଏହି ଫିଲ୍ମଟି ବଡ଼ ବଜେଟ୍‌ର ବୋଲି ଶୁଣିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos