ସୋଶାଲ ମିଡ଼ିଆରେ ସନ୍ନି ଲିଓନିଙ୍କ ଭିଡିଓ ହେଉଛି ଭାଇରାଲ୍‌ !

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ସୋଶାଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବାର ଦେଖାଯାଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ସନ୍ନିଙ୍କର ୧୮ ମିଲିୟନ୍ ଫଲୋୟର୍ ରହିଛନ୍ତି। ନିକଟରେ ସନ୍ନି ଓ ତାଙ୍କ ସ୍ୱାମୀଙ୍କ ସହିତ ଡ୍ୟାନ୍ସ୍‌ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକୁ ସନ୍ନି ନିଜେ ଶେଆର୍‌ କରିଛନ୍ତି। ସନ୍ନି ତାଙ୍କ ସ୍ୱାମୀ ଡାନିଏଲ୍‌ ୱେବର୍‌ଙ୍କ ସହିତ ଫିଲ୍ମ ‘ସିମ୍ୱା’ର ପପୁଲାର୍‌ ଗୀତ ଆଁଖ୍‌ ମାରେରେ ଡ୍ୟାନ୍ସ୍‌ କରୁଥିବା ଦେଖିବାକୁ ମିଳିଛି । ଦୁହେଁ ସାଙ୍ଗ ହୋଇ […]

sunny1

Puspanjali Panda
  • Published: Tuesday, 22 January 2019
  • , Updated: 22 January 2019, 11:58 AM IST

ମୁମ୍ୱାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କୁ ସୋଶାଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବାର ଦେଖାଯାଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ସନ୍ନିଙ୍କର ୧୮ ମିଲିୟନ୍ ଫଲୋୟର୍ ରହିଛନ୍ତି। ନିକଟରେ ସନ୍ନି ଓ ତାଙ୍କ ସ୍ୱାମୀଙ୍କ ସହିତ ଡ୍ୟାନ୍ସ୍‌ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହେଉଛି। ଯାହାକୁ ସନ୍ନି ନିଜେ ଶେଆର୍‌ କରିଛନ୍ତି।

ସନ୍ନି ତାଙ୍କ ସ୍ୱାମୀ ଡାନିଏଲ୍‌ ୱେବର୍‌ଙ୍କ ସହିତ ଫିଲ୍ମ ‘ସିମ୍ୱା’ର ପପୁଲାର୍‌ ଗୀତ ଆଁଖ୍‌ ମାରେରେ ଡ୍ୟାନ୍ସ୍‌ କରୁଥିବା ଦେଖିବାକୁ ମିଳିଛି । ଦୁହେଁ ସାଙ୍ଗ ହୋଇ ଡ୍ୟାନ୍ସ କରିବା ପରେ ସ୍ୱାମୀ ଡାନିଏଲ୍‌ ସନ୍ନିଙ୍କୁ ପିଠିରେ ଧରି ଚାଲିଯାଉଥିବାର ଏକ ଦୃଶ୍ୟ ରହିଛି।

ସନ୍ନି ଏହି ଭିଡିଓଟିକୁ ୨୦ ଜାନୁଆରୀରେ ଶେଆର୍‌ କରିଥିଲେ। ଗୋଟିଏ ଦିନ ମଧ୍ୟରେ ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ୧୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ଖୁସିରେ ସନ୍ନି ଏହି ଭିଡିଓଟିକୁ ଶେଆର୍‌ କରି ଲେଖିଛନ୍ତି, “ଏହି ଭିଡିଓଟିକୁ ଏତେ ମାତ୍ରାରେ ପସନ୍ଦ କରିଥିବାରୁ ୧୮ ମିଲିୟନ୍ ଫଲୋୟର୍ସଙ୍କୁ ମୁଁ ଧନ୍ୟବାଦ ଜଣାଉଛି।”

 

 

View this post on Instagram

 

Thanks everyone 18million!! Woohoo! Time to dance and celebrate with @dirrty99 Love all 18 million of you! ?

A post shared by Sunny Leone (@sunnyleone) on


୧୯୬୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତେରେ ମେରେ’ରେ ଆଁଖ ମାରେ ଗୀତଟି ରହିଥିଲା। ଯାହାକୁ ‘ସିମ୍ୱା’ ଫିଲ୍ମରେ ରିମେକ୍‌ କରାଯାଇଛି। ସନ୍ନି ଲିଓନି ବର୍ତ୍ତମାନ ଫିଲ୍ମ ‘ଟୋଟାଲ ଧମାଲ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ । ଏହି ଫିଲ୍ମରେ ସନ୍ନିଙ୍କ ସହିତ ଅଜୟ ଦେବଗନ୍‌, ଅନୀଲ୍‌ କପୁର୍‌, ମାଧୁରୀ ଦୀକ୍ଷିତ, ଜନି ଲିବର୍‌, ଅରଶଦ୍‌ ବାରସୀ, ରିତେଶ ଦେଶମୁଖ ଓ ଜାବେଦ୍‌ ଜାଫର୍‌ ପରି ପ୍ରମୁଖ କଳାକାର ରହିଛନ୍ତି।

 

 

Related story