ମୁମ୍ବାଇ: ନିକଟରେ ଶାହାରୁଖ ଖାନଙ୍କ ଫିଲ୍ମ ‘ରଇସ୍’ରେ ସନି ଲିଓନଙ୍କ ଆଇଟମ୍ ନମ୍ବର ‘ଲୈଲା ମେଁ ଲୈଲା’ ଧୂମ୍ ମଚାଇ ଥିଲା। ଏହି ଗୀତ ପରେ ବଢ଼ି ଯାଇଛି ସନିଙ୍କ ଡିମାଣ୍ଡ୍। ତାଙ୍କ ପାଖରେ ଏବେ ଆଇଟମ୍ ଗୀତରେ ନାଚିବା ପାଇଁ ଗଦା ଗଦା ଅଫର୍। ଏପରିକି ସାଉଥ୍ର ଡାଇରେକ୍ଟରମାନେ ବି ସନିଙ୍କୁ ସେମାନଙ୍କ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଫିଲ୍ମ ନିର୍ମାତା ପ୍ରବୀଣ ସତ୍ତାରୁ ନିଜର ଆଗାମୀ ଫିଲ୍ମ ‘ପିଏସ୍ବି ଗରୁଡ଼ା ବଗା’ରେ ଏକ ଖାସ୍ ଗୀତରେ ନାଚିବା ପାଇଁ ସନିଙ୍କୁ ନେଇଛନ୍ତି।
ପ୍ରବୀଣ କହିଛନ୍ତି ଯେ ଏହି ଗୀତଟି ପାଇଁ ସନି ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। ଏହି ଗୀତ ପାଇଁ ଆମ ପାଖରେ ଅନେକ ବିକଳ୍ପ ଥିଲେ। କିନ୍ତୁ ଆମେ ଭାବୁଛୁ ଏହି ଗୀତରେ ସନିଙ୍କ ଉପସ୍ଥିତି ଦର୍ଶକଙ୍କୁ ସିନେମା ଘରକୁ ଟାଣି ଆଣିବ।
ସେ ଆହୁରି କହିଛନ୍ତି ଯେ ସନି ଯେଉଁ ଗୀତଟିରେ ନାଚିବେ ତାହା କୌଣସି ଆଇଟମ୍ ସଙ୍ଗ୍ ନୁହେଁ। ଗୀତଟି ଫିଲ୍ମର ଏକ ଅଂଶ। ଫିଲ୍ମର ଦ୍ୱିତୀୟ ଭାଗରେ ଏହା ଏକ ମାତ୍ର ଗୀତ। ସନିଙ୍କୁ ଏହି ଗୀତରେ ଦର୍ଶକମାନେ ଏକ ଅଲଗା ଅବତାରରେ ଦେଖିବାକୁ ପାଇବେ। ଗୀତଟିର ସୁଟିଂ କେରଳରେ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।