ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନଛୁଆଁ ମ୍ୟୁଜିକ୍‌ ସାଙ୍ଗକୁ ଜବରଦସ୍ତ୍‌ ଡ୍ୟାନ୍ସ୍‌। ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ ଫିଲ୍ମ୍‌ 'କ୍ରିଷ୍ଣା'ର ଅଡିଓ ରିଲିଜ୍‌ ହୋଇଛି। ଦିନ ମଜୁରିଆରୁ ଦେଶର ବେଷ୍ଟ୍‌ ଡ୍ୟାନ୍ସର୍‌ ପାଲଟିଥିବା ପ୍ରିନ୍ସ୍‌ ଡ୍ୟାନ୍ସ୍‌ ଗ୍ରୁପ୍‌ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘କ୍ରିଷ୍ଣା, ଷ୍ଟୋରୀ ଅଫ୍‌ ଏ ଡ୍ୟାନ୍ସର’।</p> <p>ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ସୁରମୟୀ। ପୂର୍ବରୁ ଓଲିଉଡ୍‌ରେ ନିଜର ଯାଦୁ ଦେଖାଇ ସାରିଥିବା ସୁରମୟୀଙ୍କର ଏହା ହେଉଛି ତୃତୀୟ ଫିଲ୍ମ। ଏଥିରେ ତାଙ୍କର ବଳିଷ୍ଠ ଅଭିନୟ ସାଙ୍ଗକୁ ଦମ୍‌ଦାର ଡ୍ୟାନ୍ସ୍‌ ମଧ୍ୟ ରହିଛି।</p> <p>ଫିଲ୍ମ୍‌ରେ ୬ଟି ଗୀତ ରହିଛି। ଅନନ୍ୟା ଓ ଅର୍ପିତାଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି।</p> <p>ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରିନ୍ସ୍‌ ଡ୍ୟାନ୍‌ସ୍‌ ଗ୍ରୁପ୍‌ର ମୁଖ୍ୟ କ୍ରିଷ୍ଣା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।