ଏହି ଟିଭି ଅଭିନେତ୍ରୀଙ୍କୁ ବାହା ହେଲେ ସୁସ୍ମିତା ସେନ୍‌ଙ୍କ ଭାଇ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜିବ ସେନ୍‌ ଟିଭି ଅଭିନେତ୍ରୀ ଚାରୁ ଓସୋପାଙ୍କୁ ବିବାହ କରିଛନ୍ତି। ରାଜୀବ ଓ ଚାରୁଙ୍କର ଏହି ଗ୍ରାଣ୍ଡ ୱେଡିଂ ଗୋଆରେ ଆୟୋଜନ ହୋଇଥିଲା। ଏଥିରେ ଉଭୟଙ୍କ ପରିବାର ବର୍ଗ ଓ କିଛି ନିକଟତର ସମ୍ପର୍କୀୟ ସାମିଲ ହୋଇ ଉଭୟଙ୍କୁ ଆଶୀର୍ବାଦ ଦେଇଥିଲେ।

ଚାରୁଙ୍କୁ ସିରିୟଲ ‘ମେରେ ଅଙ୍ଗନେ ମେ’ରେ ଲୋକପ୍ରିୟତା ମିଳିଥିଲା। ଚାରୁ ପୂର୍ବରୁ ଟେଲି ଅଭିନେତା ନିରଜ ମାଲଭିୟଙ୍କୁ ଡେଟ୍‌ କରୁଥିଲେ। ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା। ହେଲେ କୌଣସି କାରଣରୁ ସେମାନଙ୍କ ସମ୍ପର୍କ ଆଉ ଆଗକୁ ବଢ଼ିପାରି ନଥିଲା।  ପରେ ନିର୍ବନ୍ଧ ମଧ୍ୟ ଭାଙ୍ଗିଯାଇଥିଲା। ଚଳିତବର୍ଷ ହିଁ  ଚାରୁ ରାଜୀବ ସେନ୍‌ଙ୍କ ସହ ନିଜ ସମ୍ପର୍କର ଅଫିସିଆଲ ଘୋଷଣା କରିଥିଲେ। ସୋଶାଲ ମିଡିଆରେ ଏହି କପଲ୍‌ଙ୍କ ରୋମାଣ୍ଟିକ ଫଟୋ ଭାଇରାଲ ହେଉଛି।

ରାଜୀବ ଓ ଚାରୁଙ୍କର ବେଙ୍ଗଲି ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ଯାହାର ଫଟୋଗୁଡ଼ିକ ଏବେ ଭାଇରାଲ ହେବାରେ ଲାଗିଛି। ବେଙ୍ଗଲି ବ୍ରାଇଡ୍‌ ବେଶରେ ଚାରୁ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଚାରୁ ରାଜୀବଙ୍କ ସହ ଫଟୋରେ ରୋମାଣ୍ଟିକ ପୋଜ୍ ଦେଉଥିବା ଦେଖିବାକୁ ମିଳୁଛି। ଫଟୋଗୁଡ଼ିକରେ ଭାଇଙ୍କ ସହ ସୁସ୍ମିତା ମଧ୍ୟ ବେଶ୍‌ ସୁନ୍ଦର ଓ ଖୁସି ଲାଗୁଛନ୍ତି।

View this post on Instagram

Part 2 .. Engagement day ❤️

A post shared by Rajeev Sen (@rajeevsen9) on

ବାହାଘର ପୂର୍ବରୁ ଗୋଆରେ ପ୍ରିୱେଡିଂ ସେରିମନିକୁ ମଧ୍ୟ ଉଭୟ ଖୁବ୍‌ ଏନ୍‌ଜୟ କରିଛନ୍ତି।  ଦୁହିଁଙ୍କର ରିଙ୍ଗ ସେରିମନିର ଥିମ୍‌ ରଖାଯାଇଥିଲା ହ୍ୱାଇଟ୍। ଚାରୁ ଏହି ସେରିମନିରେ ଏକ ହ୍ୱାଇଟ କଲର ଗାଉନ ପିନ୍ଧିଥିଲେ ଯେଉଁଥିରେ କି ସେ କୌଣସି ପରିଠୁ କମ୍‌ ଲାଗୁନଥିଲେ। ରାଜୀବ ନିଜ ଇନ୍‌ଷ୍ଟାଗ୍ରାମରେ ବାହାଘରର ଅନେକ ରୋମାଣ୍ଚିକ ଫଟୋ ଓ ଭିଡିଓ ଶେଆର କରିଛନ୍ତି।

View this post on Instagram

❤️ @asopacharu #rajakibittu

A post shared by Rajeev Sen (@rajeevsen9) on

ବାହାଘରରେ ଟେଲି ଜଗତରୁ ଚାରୁଙ୍କ ବହୁ ବନ୍ଧୁ ସାମିଲ ହୋଇଥିଲେ। ଏକ ଫଟୋରେ ଚାରୁଙ୍କ ସହ ଅଭିନେତା ନୀଲ ଭଟ୍ଟ, ଆଳନ କପୁର, ଆମରିନ୍ ଚିକ୍କିୱାଲା ପ୍ରମୁଖ ନଜର ଆସିଛନ୍ତି।

ସଙ୍ଗୀତରେ ଉଭୟ  ଚାରୁ ଓ ରାଜୀବ  ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଥିଲେ। ଅନ୍ୟପଟେ ଭଉଣୀ ସୁସ୍ମିତା ମଧ୍ୟ ବୟଫ୍ରେଣ୍ଡ ରୋହମନ ଶୌଲଙ୍କ ସହ ଡ୍ୟାନ୍ସ କରିଥିଲେ। ରାଜୀବ ସେନ୍‌ ପେଶାରେ ଜମେ ମଡେଲ୍। ଅନେକଥର ତାଙ୍କର ବଲିଉଡରେ ଡେବ୍ୟକୁ ନେଇ ଚର୍ଚ୍ଚା ହୋଇଛି।