ସୁସ୍ମିତା ସେନ୍‌ଙ୍କ ବୋଲ୍‌ଡ୍‌ ବେଲି ଡ୍ୟାନ୍ସ ଭାଇରାଲ୍

ମୁମ୍ବାଇ: ପୁରୁଣା ଗୀତକୁ ନୂଆ ଧୁନ୍‌ ଦେଇ ଏହାର ରିମିକ୍ସ ଭର୍ସନ୍‌ କରିବା ଏବେ ‘ବି’ ଟାଉନ୍‌ରେ ଏକ ଟ୍ରେଣ୍ଡ୍‌ ପାଲଟିଛି। ଏହା ମଧ୍ୟରେ ବଲିଉଡ୍‌ର ବହୁ ହିଟ୍ ଗୀତର ରିମିକ୍ସ ଭର୍ସନ୍‌ ଆସିଛି। ନିକଟରେ ରିଲିଜ୍‌ ହୋଇଥିବା ଜନ୍ ଆବ୍ରାହମ୍‌ ଅଭିନୀତ ଫିଲ୍ମ ‘ସତ୍ୟମେବ ଜୟତେ’ରେ ସୁସ୍ମିତା ସେନ୍‌ ଅଭିନୀତ ‘ସିର୍ଫ ତୁମ୍‌’ ଫିଲ୍ମର ହିଟ୍‌ ଗୀତ ‘ଦିଲବର୍‌ …ଦିଲ୍‌ବର୍‌…’ ଟ୍ରାକ୍‌କୁ ମଧ୍ୟ ରିମିକ୍ସ ଭର୍ସନ୍‌ରେ ଦେଖିବାକୁ ମିଳିଛି।

ଏହି ‘ଦିଲ୍‌ବର୍‌..’ ଟ୍ରାକ୍‌ର ରିମିକ୍ସ ଭର୍ସନ୍‌ରେ ବଲିଉଡ୍‌ର ନୂଆ ସେନ୍‌ସେସନ୍‌ ନୋରା ଫତେହିଙ୍କ ହଟ୍‌ ବେଲି ଡ୍ୟାନ୍ସ ମଧ୍ୟ ବେଶ୍ ହିଟ୍‌ ହୋଇଛି। ତେବେ ‘ଦିଲ୍‌ବର୍‌…’ର ରିମିକ୍ସ ଭର୍ସନ୍‌ରେ ନୋରାଙ୍କ ବେଲି ଡ୍ୟାନ୍ସକୁ ନକଲ କରି ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ନିଜେ ଏକ ଜିମ୍ ଭିତରେ ବେଲି ଡ୍ୟାନ୍‌ସ କରୁଥିବାର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଛି।

 

ସୋଶାଲ୍ ମିଡିଆରେ ଏହି ଭିଡିଓକୁ ଏଯାଏ ୫ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି।

ଭାଇରାଲ୍ ହୋଇଥିବା ଏହି ଭିଡିଓରେ ସୁସ୍ମିତା ନିଜ ଟପ୍‌କୁ ମୁହଁରେ କାମୁଡି ପେଟ ଦେଖାଇ ଏକଦମ୍ ଜବରଦସ୍ତ ଅନ୍ଦାଜ୍‌ରେ ଡ୍ୟାନ୍ସ କରିଛନ୍ତି। କୁହାଯାଉଛି, ନୋରାଙ୍କ ସେକ୍ସି ଡ୍ୟାନ୍‌ସ ଜବାବରେ ଡ୍ୟାନ୍ସ କରି ସୁସ୍ମିତା ‘ଦିଲ୍‌ବର୍‌ …’ ଟ୍ରାକ୍ ପାଇଁ ସେ କେବଳ ନିଜେ ହିଁ ଫିଟ୍‌ ବୋଲି ପ୍ରମାଣିତ କରିବାକୁ ଚାହିଁଛନ୍ତି।

ତେବେ ସୁସ୍ମିତାଙ୍କ ଏହି ବୋଲ୍‌ଡ୍‌ ଅନ୍ଦାଜ୍‌ ଦେଖି ସୋଶାଲ୍ ମିଡିଆରେ ଯୁଜର୍ସ ଏବଂ ଏପରିକି ନିଜେ ଅଭିନେତ୍ରୀ ନୋରା(ସତ୍ୟମେବ ଜୟତେ ଫେମ୍‌) ମଧ୍ୟ ଏହି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀଙ୍କୁ ମନଖୋଲି ପ୍ରଶଂସା କରିଛନ୍ତି।     .

ନିଜ ଦୁଇ ପୋଷ୍ୟ ଝିଅଙ୍କ ଦାୟିତ୍ୱ ଯୋଗୁ ଗତ ୮ ବର୍ଷ ଧରି ବଲିଉଡ୍‌ରୁ ଏକପ୍ରକାର ଦୂରେଇ ରହିଥିବା ସୁସ୍ମିତା ଖୁବ୍‌ଶୀଘ୍ର ରୂପେଲି ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯୋଜନା କରିଛନ୍ତି।