ତବୁ ହେବେ ‘ଗୋଲମାଲ ଏଗେନ୍‌’ର ନୂଆ ମୁହଁ

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ ‘ଗୋଲମାଲ’ ସିରିଜରେ ଏଥର ଦର୍ଶକଙ୍କୁ ଆଉ ଏକ ନୂଆ ମୁହଁ ଦେଖାଇବେ। ସେହି ନୂଆ ମୁହଁ ହେଉଛି ଅଭିନେତ୍ରୀ ତବୁଙ୍କର।

‘ଗୋଲମାଲ ଏଗେନ୍‌’ ଟାଇଟଲର ଏହି ଚତୁର୍ଥ ଫିଲ୍ମରେ ପରିଣିତି ଚୋପ୍ରା, କୁନାଲ ଖେମୁ ଓ ତବୁ ପ୍ରଥମ ଥର ପାଇଁ ଅଜୟ ଦେବଗନ୍‌, ଅରସଦ ବାରସୀ ଓ ତୁଷାର କପୁରଙ୍କ ସହ ନଜର ଆସିବେ।

ବଲିଡର ଟ୍ରେଡ୍‌ ଆନାଲିଟିଷ୍ଟ ତରନ୍‌ ଆଦର୍ଶ ଟ୍ୱିଟ୍‌ କରି ଏହି ଫିଲ୍ମର ଫାଇନାଲ କାଷ୍ଟିଂର ଘୋଷଣା କରିଛନ୍ତି। ‘ଦ୍ରିଷ୍ୟମ’ ପରେ ତବୁ ଓ ଅଜୟ ଦେବଗନ୍‌ ପୁଣି ଥରେ ଏକାଠି ନଜର ଆସିବେ।