ଅକ୍ଷୟଙ୍କ ଆୟ ଦେଖି ତାପସୀ ତାଟକା

ମୁମ୍ବାଇ: ଆଉ ଦୁଇ ମାସ ପରେ ୫୨ ବର୍ଷରେ ପାଦ ଥାପିବେ ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଓ ଉପସ୍ଥାପକ ଅକ୍ଷୟ କୁମାର। ୨୯ ବର୍ଷ ହେଲା ଫିଲ୍ମ ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିବା ଏହି ଖିଲାଡି ଷ୍ଟାର୍ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଲେଣି। ହେଲେ ଏବେ ବି ତାଙ୍କ କ୍ରେଜ୍ କମିନି। ଏ ବୟସରେ ବି ଦର୍ଶକ ତାଙ୍କୁ ହିରୋ ଭୂମିକାରେ ଗ୍ରହଣ କରୁଛନ୍ତି। ସେହିପରି ବିଭିନ୍ନ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳୁଛି। ଉଭୟ […]

taapsee

taapsee

Jitendra Garnayak
  • Published: Saturday, 13 July 2019
  • Updated: 13 July 2019, 08:53 PM IST

Sports

Latest News

ମୁମ୍ବାଇ: ଆଉ ଦୁଇ ମାସ ପରେ ୫୨ ବର୍ଷରେ ପାଦ ଥାପିବେ ବଲିଉଡ୍ ଅଭିନେତା ତଥା ପ୍ରଯୋଜକ ଓ ଉପସ୍ଥାପକ ଅକ୍ଷୟ କୁମାର। ୨୯ ବର୍ଷ ହେଲା ଫିଲ୍ମ ଇଣ୍ଡଷ୍ଟ୍ରୀରେ ସକ୍ରିୟ ଥିବା ଏହି ଖିଲାଡି ଷ୍ଟାର୍ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଲେଣି। ହେଲେ ଏବେ ବି ତାଙ୍କ କ୍ରେଜ୍ କମିନି। ଏ ବୟସରେ ବି ଦର୍ଶକ ତାଙ୍କୁ ହିରୋ ଭୂମିକାରେ ଗ୍ରହଣ କରୁଛନ୍ତି। ସେହିପରି ବିଭିନ୍ନ ବିଜ୍ଞାପନରେ ତାଙ୍କୁ ଦେଖିବାକୁ ମିଳୁଛି। ଉଭୟ ଫିଲ୍ମ ଓ ବିଜ୍ଞାପନରୁ ସେ ବେଶ୍ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଛନ୍ତି।

ବିଶ୍ୱର ଜଣାଶୁଣା ପତ୍ରିକା ‘ଫୋର୍ବସ୍’ ଅନୁଯାୟୀ, ଅକ୍ଷୟ କୁମାର ହେଉଛନ୍ତି ବିଶ୍ୱରେ ସବୁଠୁ ଅଧିକ ଆୟ କରୁଥିବା ଅଭିନେତା। ୨୦୧୮ ଜୁନ୍‌ରୁ ୨୦୧୯ ଜୁନ୍‌ ମଧ୍ୟରେ ସେ ୪୪୪ କୋଟି ଟଙ୍କା ଆୟ କରିଛନ୍ତି। ଏହି କ୍ଷେତ୍ରରେ ସେ ଅନ୍ତର୍ଜାତୀୟ ଷ୍ଟାର ରିହାନା, ସ୍କାରଲେଟ୍ ଜୋହାନସର ଓ ବ୍ରେଡ୍‌ଲୀ କୁପରଙ୍କୁ ବି ପଛରେ ପକାଇ ଦେଇଛନ୍ତି।

[caption id="attachment_405637" align="aligncenter" width="750"]hollywood ରିହାନା, ସ୍କାରଲେଟ୍ ଜୋହାନସର[/caption]

ଅକ୍ଷୟଙ୍କ ଆୟ ସଂପର୍କରେ ଅବଗତ ହେବାରେ ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଲୋଭରେ ପଡ଼ିଯାଇଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ ସେ ଅକ୍ଷୟଙ୍କୁ ପ୍ରଶଂସା କରିବା ସହିତ ଲେଖିଛନ୍ତି, ସାର୍ ଏବେ ଶେଆରିଂ ଓ କେୟାରିଂର ସମୟ। ଅବଶ୍ୟ ସେ ମଜାରେ ଏମିତି କହିଛନ୍ତି।

ଅକ୍ଷୟ ମଧ୍ୟ ଟ୍ୱିଟ୍ ଯୋଗେ ଆହୁରି ମଜାଳିଆ ଢଙ୍ଗରେ ଏହାର ଜବାବ ଦେଇଛନ୍ତି। ସେ ତାଙ୍କର ଏକ ଫିଲ୍ମର ଏକ ଫଟୋ ପୋଷ୍ଟ୍ କରି ଲେଖିଛନ୍ତି- କ୍ଷମା କରିବେ? ଏହି ଫଟୋରେ ଅକ୍ଷୟ ନାକ ଟେକି ଏକ ଅଜବ ପ୍ରକାର ଏକ୍ସପ୍ରେସନ୍ ଦେଇଛନ୍ତି।

ସୂଚନାଯୋଗ୍ୟ, ଅକ୍ଷୟ କୁମାର ଓ ତାପସୀ ‘ନାମ୍ ଶବାନା’ ଓ ‘ବେବି’ ଆଦି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି। ଏହି ଯୋଡ଼ିଙ୍କର ଆଉ ଏକ ଫିଲ୍ମ ମଧ୍ୟ ଆସୁଛି। ଏହାର ନାଁ ‘ମିଶନ୍‌ ମଙ୍ଗଲ୍’। ଏ ଫିଲ୍ମର ପୋଷ୍ଟର ଓ ଟିଜର ରିଲିଜ୍ ହୋଇସାରିଛି। ଫିଲ୍ମଟି ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story