ଏମିତି ଥିଲା ହିନା ଖାନ୍‌ଙ୍କ ପ୍ରଥମ ଆଡଲ୍ଟ୍‌ ଫିଲ୍ମ ଦେଖିବାର ଅନୁଭୂତି

ମୁମ୍ବାଇ: ଅଭିନୟ ହେଉ କି ବୋଲ୍‌ଡ୍‌ ଅନ୍ଦାଜ୍‌ ଅବା ବିଗ୍‌ ବସ୍‌ରେ ନଖରାମି, ଛୋଟ ପରଦାର ହଟ୍‌ ଅଭିନେତ୍ରୀ ହିନା ଖାନ୍‌ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ଟିଭି ଧାରାବାହିକ କସୌଟି ଜିନ୍ଦେଗୀ କି-୨ର ‘କମୋଲିକା’ ଚରିତ୍ରରେ ଦମ୍‌ଦାର୍‌ ଅଭିନୟ କରି ଢେର୍‌ ପ୍ରଶଂସା ସାଉଁଟିଥିବା ହିନା ଏବେ ତାଙ୍କ ଡେବ୍ୟୁ ଫିଲ୍ମ୍‌କୁ ନେଇ ବ୍ୟସ୍ତ। ତେବେ ତାଙ୍କ ପ୍ରଥମ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ଏକ ସାକ୍ଷାତକାରରେ ହିନା ଶେୟାର୍‌ କରିଥିବା ନିଜର […]

pjimage-1533001599

Biswobandita Swain
  • Published: Saturday, 15 December 2018
  • , Updated: 15 December 2018, 04:25 PM IST

ମୁମ୍ବାଇ: ଅଭିନୟ ହେଉ କି ବୋଲ୍‌ଡ୍‌ ଅନ୍ଦାଜ୍‌ ଅବା ବିଗ୍‌ ବସ୍‌ରେ ନଖରାମି, ଛୋଟ ପରଦାର ହଟ୍‌ ଅଭିନେତ୍ରୀ ହିନା ଖାନ୍‌ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ଟିଭି ଧାରାବାହିକ କସୌଟି ଜିନ୍ଦେଗୀ କି-୨ର 'କମୋଲିକା' ଚରିତ୍ରରେ ଦମ୍‌ଦାର୍‌ ଅଭିନୟ କରି ଢେର୍‌ ପ୍ରଶଂସା ସାଉଁଟିଥିବା ହିନା ଏବେ ତାଙ୍କ ଡେବ୍ୟୁ ଫିଲ୍ମ୍‌କୁ ନେଇ ବ୍ୟସ୍ତ।

ତେବେ ତାଙ୍କ ପ୍ରଥମ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ନାହିଁ, ଏକ ସାକ୍ଷାତକାରରେ ହିନା ଶେୟାର୍‌ କରିଥିବା ନିଜର ଏକ ଅନୁଭୂତି ତା' ଠାରୁ ଅଧିକ ଆଲୋଚ୍ୟ ବିଷୟ ପାଲଟିଛି।

ଜୀବନରେ ପ୍ରଥମ ଥର ଆଡଲ୍ଡ ଫିଲ୍ମ ଦେଖିବା ପରର ଅନୁଭୂତି ହିନା ନିକଟରେ ଶେୟାର୍‌ କରିଛନ୍ତି। ଏକ ମ୍ୟାଗାଜିନ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, “ପ୍ରଥମ ଥର ଆଡଲ୍ଟ ଫିଲ୍ମ ଦେଖିବା ପରେ ମୋ ଆଖି ଖୋଲା ରହିଯାଇଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।”

ହିନା ଏବେ କଶ୍ମୀର୍‌ରେ ନିଜ ଡେବ୍ୟୁ ପିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Related story