ଏକାଠି ଫେରିବେ ଅଙ୍କିତା ଓ ସୁଶାନ୍ତ!

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ପୁଣି ଛୋଟ ପରଦାକୁ ଏକାଠି ଫେରିବେ ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ। ଏକଦା ଏହି ଯୋଡ଼ି ଖୁବ୍‌ ଲୋକପ୍ରିୟ ହୋଇଥିଲା। ‘ପବିତ୍ର ରିସ୍ତା’ ଧାରାବାହିକ ଜରିଆରେ ଏଦୁହେଁ ପପୁଲାର୍ ହୋଇଯାଇଥିଲେ। ରିଅଲ୍ ଲାଇଫ୍‌ରେ ବି ଦୁହେଁ ଏକାଠି ରହୁଥିଲେ। କିନ୍ତୁ ପରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା। ଦୁହେଁ ଆଉ ଏକାଠି ଅଭିନୟ ବି କରି ନଥିଲେ। ଇତି ମଧ୍ୟରେ ସୁଶାନ୍ତ ବଡ଼ ପରଦାରେ ଅନେକ ଫିଲ୍ମରେ ଅଭିନୟ କରି […]

sushanta

Jitendra Garnayak
  • Published: Saturday, 01 September 2018
  • , Updated: 01 September 2018, 05:00 AM IST

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ପୁଣି ଛୋଟ ପରଦାକୁ ଏକାଠି ଫେରିବେ ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ଲୋଖଣ୍ଡେ। ଏକଦା ଏହି ଯୋଡ଼ି ଖୁବ୍‌ ଲୋକପ୍ରିୟ ହୋଇଥିଲା। ‘ପବିତ୍ର ରିସ୍ତା’ ଧାରାବାହିକ ଜରିଆରେ ଏଦୁହେଁ ପପୁଲାର୍ ହୋଇଯାଇଥିଲେ।

ରିଅଲ୍ ଲାଇଫ୍‌ରେ ବି ଦୁହେଁ ଏକାଠି ରହୁଥିଲେ। କିନ୍ତୁ ପରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା। ଦୁହେଁ ଆଉ ଏକାଠି ଅଭିନୟ ବି କରି ନଥିଲେ। ଇତି ମଧ୍ୟରେ ସୁଶାନ୍ତ ବଡ଼ ପରଦାରେ ଅନେକ ଫିଲ୍ମରେ ଅଭିନୟ କରି ସାରିଲେଣି।

ଏବେ ଶୁଣିବାକୁ ମିଳୁଛି ‘ପବିତ୍ର ରିସ୍ତା’ ଧାରାବାହିକକୁ ପୁଣି ଟେଲିଭିଜନ୍ ପରଦାରେ ଦେଖିବାକୁ ମିଳିବ। ଆଉ ଏହା ସହିତ ସୁଶାନ୍ତ ଓ ଅଙ୍କିତା ବି ଫେରିବେ।

ଏସବୁ ଶୁଣିଲା ବେଳକୁ ଆପଣଙ୍କୁ ଖୁସି ଲାଗୁଥିବ! କାରଣ ଆପଣ ଏ ଦୁହିଁଙ୍କୁ ପୁଣି ଏକାଠି ଦେଖିବାକୁ ପାଇବେ। ତା’ଛଡ଼ା ଆପଣଙ୍କ ମନକୁ ଏକ ପ୍ରଶ୍ନ ମଧ୍ୟ ଆସୁଥିବ। ଏହା କ’ଣ ‘ପବିତ୍ର ରିସ୍ତା’ର ‘ପାର୍ଟ-ଟୁ’ ହେବ? ଏବେ ଆମେ ଅସଲ କଥାଟା କହି ଦେଉଛୁ ଓ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରି ଦେଉଛୁ।

[caption id="attachment_270143" align="aligncenter" width="750"] image credit- internet[/caption]

କଥାଟା ହେଲା, ଜିଟିଭି ନିଜର ଦୁଇଟି ଶୋ’କୁ ପୁଣି ପ୍ରସାରଣ କରିବ। ଏ ଦୁଇଟି ହେଲା- ‘ଯୋଦ୍ଧା ଆକ୍‌ବର୍‌’ ଓ ‘ପବିତ୍ର ରିସ୍ତା’। ଜିଟିଭି ପକ୍ଷରୁ ଇନ୍‌ଷ୍ଟାଗାମ୍‌ ଜରିଆରେ ଏହି ବିଷୟରେ ସୂଚନା ଦିଆଯାଇଛି।

ଏଥିରେ ଲେଖାଯାଇଛି,“ଦର୍ଶକଙ୍କ ଦାବିକୁ ଦୃଷ୍ଟିରେ ରଖି ଲୋକପ୍ରିୟ ଶୋ’ ‘ପବିତ୍ର ରିସ୍ତା’  ଓ ‘ଯୋଦ୍ଧା ଆକ୍‌ବର’କୁ ପୁଣି ପ୍ରସାରଣ କରାଯିବ। ସେପ୍ଟେମ୍ବର ୩ ତାରିଖରୁ ସୋମବାରରୁ ଶୁକ୍ରବାର ଅପରାହ୍ନ ୪ଟାରେ ‘ପବିତ୍ର ରିସ୍ତା’ ଓ ୫ ଟାରେ ‘ଯୋଦ୍ଧା ଆକ୍‌ବର’ ପ୍ରସାରିତ ହେବ।”

ସୂଚନାଯୋଗ୍ୟ, ‘ପବିତ୍ର ରିସ୍ତା’ ୨୦୦୯ରେ ଆରମ୍ଭ ହୋଇଥିଲା ଓ ଏହା ୫ ବର୍ଷ ଧରି ଚାଲିଥିଲା।

Related story