ମା’ ହେଲେ ଭାରତୀ ସିଂହ

ମୁମ୍ବାଇ: ମା’ ହେଲେ ଭାରତୀ ସିଂହ। ସେ ଆଜି ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି। ହର୍ଷ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଓ ଭାରତୀ ଅଛନ୍ତି। ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ ସେମାନେ ଏକ ପୁତ୍ର ସନ୍ତାନର ଜନକଜନନୀ ହୋଇଛନ୍ତି।   View this post on Instagram   A post shared by […]

bharti singh

Jitendra Garnayak
  • Published: Sunday, 03 April 2022
  • , Updated: 04 April 2022, 12:41 PM IST

ମୁମ୍ବାଇ: ମା’ ହେଲେ ଭାରତୀ ସିଂହ। ସେ ଆଜି ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି।

ହର୍ଷ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଓ ଭାରତୀ ଅଛନ୍ତି। ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ ସେମାନେ ଏକ ପୁତ୍ର ସନ୍ତାନର ଜନକଜନନୀ ହୋଇଛନ୍ତି।

 

View this post on Instagram

 

A post shared by Haarsh Limbachiyaa (@haarshlimbachiyaa30)


ଏହା ସେମାନଙ୍କର ପ୍ରଥମ ସନ୍ତାନ। ଏହି ଖବର ପାଇବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ହର୍ଷ ଶେୟାର କରିଥିବା ଫଟୋଟି ଭାରତୀ ଗର୍ଭବତୀ ଥିବା ବେଳେ ଉଠାଇଥିଲେ। ଏହି ଫଟୋରେ ଉଭୟ ଧଳା ପୋଷାକ ପିନ୍ଧିଛନ୍ତି। ଏଥିସହ ବେବୀ ବାସକେଟର ନୀଳ ରଙ୍ଗର ଫୁଲ ରହିଛି। ଭାରତୀ ମା’ ହୋଇଥିବାରୁ ତାଙ୍କୁ ଅଭିନେତ୍ରୀ ବନ୍ଦଗୀ କାଲ୍ଲରା, ଜାସ୍ମୀନ ବସିନ, ଅଭିନେତା ତୁଷାର କାଲିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଭାରତୀ ଗର୍ଭବତୀ ଥାଇ ମଧ୍ୟ ବିଭିନ୍ନ ଶୋ’ ଶୁଟିଂ କରିଥିଲେ। ଏପରି କି ଡେଲିଭରୀର ଗୋଟିଏ ଦିନ ପୂର୍ବରୁ ହର୍ଷ ଓ ଭାରତୀ ଏକାଠି ଖତରା ଖତରା ଶୋ’ର ଶୁଟିଂ ସେଟରେ କାମ କରିଥିଲେ। ଭାରତୀ ଏବେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ସୋଶାଲ ମିଡିଆରେ ଭାରତୀ କନ୍ୟା ସନ୍ତାନର ଜନନୀ ହୋଇଥିବା ଗୁଜବ ପ୍ରଚାର ହୋଇଥିଲା। ଆଉ କେହି କେହି ଭାରତୀୟ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିବା ମଧ୍ୟ ଖବର ପ୍ରଚାର କରିଥିଲେ। ହେଲେ ଭାରତୀ ଏହାକୁ ଖଣ୍ଡନ କରିଥିଲେ। ଏଥିସହ ଗୁଜବରେ ବିଶ୍ୱାସ ନ କରିବାକୁ କହିଥିଲେ।

Related story