ସରକାରଙ୍କ ଉପରେ ବର୍ଷିଲେ ସୋନାଲି

ମୁମ୍ବାଇ: ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ ଫିଲ୍ମର ନିର୍ଦ୍ଦେଶକ ସୋନାଲି ବୋଷ୍ ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ  କରିବା ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୫ ପୂର୍ବ ରାତିରୁ ସେଠାରେ ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଏଥିଯୋଗୁ ୨ ସପ୍ତାହ ହେଲାଣି ସୋନାଲି ଅଭିନେତ୍ରୀ ଜାୟରା ୱସିମ୍‌ଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି। ତେଣୁ ସେ […]

sonali

sonali

Chinmayee Roy
  • Published: Monday, 19 August 2019
  • Updated: 19 August 2019, 01:16 PM IST

Sports

Latest News

ମୁମ୍ବାଇ: ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ ଫିଲ୍ମର ନିର୍ଦ୍ଦେଶକ ସୋନାଲି ବୋଷ୍ ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ  କରିବା ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୫ ପୂର୍ବ ରାତିରୁ ସେଠାରେ ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଏଥିଯୋଗୁ ୨ ସପ୍ତାହ ହେଲାଣି ସୋନାଲି ଅଭିନେତ୍ରୀ ଜାୟରା ୱସିମ୍‌ଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି। ତେଣୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ୍ କରି ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ସେ ଲେଖିଛନ୍ତି,“#NotmyIndia ଦୁଇ ସପ୍ତାହ ହେଲାଣି ଜମ୍ମୁ କଶ୍ମୀରରେ ଫୋନ୍‌ ବ୍ୟବସ୍ଥା ବନ୍ଦ ଅଛି। ମୁଁ ଚିନ୍ତିତ ଅଛି। କାରଣ ଭାରତର ଗଣତନ୍ତ୍ର ଉପରେ କଳା ବାଦଲ ଢାଙ୍କି ହୋଇଯାଇଛି। ୯୦ ଦଶକରୁ କଂଗ୍ରେସ ଅମଳରୁ ଘାଟିରେ ଭୟଙ୍କର ଭାବେ ମାନବାଧିକର ଉଲ୍ଲଂଘନ ହୋଇ ଆସୁଥିବା ବେଳେ ମୋ ହୃଦୟ ଏଥିପାଇଁ ସବୁବେଳେ କାନ୍ଦିଛି। ନିରୀହ ଯୁବକମାନେ ନିଖୋଜ ହୋଇଯିବା ଓ ସେମାନଙ୍କୁ ହତ୍ୟା କରାଯିବା କିଛି ନୂଆ ନୁହେଁ। କିନ୍ତୁ ଏ ସରକାର ସବୁ ସୀମା ପାର କରି ଯାଇଛନ୍ତି।”

https://www.instagram.com/p/B1SxPzjJ11n/?utm_source=ig_web_copy_link

ସେ ଆହୁରି ଲେଖିଛନ୍ତି, ‘ମୁଁ ସବୁ ଭାରତୀୟଙ୍କୁ ପଚାରିବାକୁ ଚାହେଁ, ଯଦି ରାତାରାତି ଆପଣଙ୍କ ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରି କେନ୍ଦ୍ର ଶାସିତ ଅଞ୍ଚଳରେ ପରିବର୍ତ୍ତନ କରି ଦିଆଯିବ, ତା’ହେଲେ ଆପଣଙ୍କୁ କେମିତି ଲାଗିବ? କ୍ଷଣିକ ପାଇଁ ଧାରା ୩୭୦କୁ ଭୁଲି ସଚ୍ଚୋଟତାର ସହିତ ଜବାବ ଦିଅନ୍ତୁ। ଏଭଳି ଅସମ୍ବିଧାନିକ ନିଷ୍ପତ୍ତି ଯୋଗୁ ମୋତେ ଏକ ବଡ଼ ଝଟକା ଲାଗିଛି ଓ ସେଥିପାଇଁ ମୋତେ ବହୁତ ରାଗ ମଧ୍ୟ ଲାଗୁଛି।‘

[caption id="attachment_422126" align="aligncenter" width="750"]sonalibose ସୋନାଲି ବୋଷ[/caption]

ସୋନାଲି ଲେଖିଛନ୍ତି, ‘ଏବେ ମଧ୍ୟ ସେଠାରେ ବ୍ଲାକଆଉଟ୍‌ ସ୍ଥିତି ରହିଛି। ବ୍ୟକ୍ତିଗତ ଭାବେ ପୂର୍ବରୁ ମୁଁ ସେହି ରାଜ୍ୟର କାହାକୁ ଜାଣି ନଥିଲି। ହେଲେ ଏବେ ସେଠି ମୋର ଜଣେ ଝିଅ ଅଛି, ଜାୟରା ୱସିମ୍‌।  ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ସେ ହୃଦୟ ଓ ଆତ୍ମା। ମୁଁ ବର୍ଷେ ହେଲା ତାଙ୍କୁ ଓ ତାଙ୍କ ପରିବାକୁ ଜାଣିଛି। ଶ୍ରୀନଗର ଓ ଜମ୍ମୁରେ ସେମାନଙ୍କ ସହିତ ବେଶ୍ ଭଲ ସମୟ କଟାଇଛି। ଏସବୁ ଘଟିବାର ଦିନକ ପୂର୍ବରୁ ମୁଁ ସେମାନଙ୍କ ସହ ଜମ୍ମୁରେ ଥିଲି। ହଠାତ୍ ଯବାନଙ୍କ ସଂଖ୍ୟା ବଢ଼ାଇ ଦିଆଯିବାରୁ କିଛି ଭୟଙ୍କର ଘଟିବାକୁ ଯାଉଛି ବୋଲି ଜାୟରା ଆଶଙ୍କା କରିଥିଲେ। କିଛି ଖରାପ ଘଟଣା ଘଟିବ ବୋଲି ଚିନ୍ତା ନ କରିବାକୁ ମୁଁ ତାଙ୍କୁ ବୁଝାଇଥିଲି। ଆଉ ସେବଠାରୁ ମୁଁ ତାଙ୍କ ସହିତ ଯୋଗାଯୋଗ କରିପାରୁନି। ତାଙ୍କ ମନୋବଳ ବଢ଼ାଇବା ପାଇଁ ତଥା ଇଦ୍‌ ମୁବାରକ୍ ଜଣାଇବା ପାଇଁ ମୁଁ ତାଙ୍କ ସହ ଯୋଗାଯୋଗ କରିପାରୁନି। ପ୍ରତ୍ୟେକ ଦିନ ଆମେ ଯୋଗାଯୋଗରେ ରହିବୁ ବୋଲି ଆମେ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲୁ। କିନ୍ତୁ ମୁଁ ଏବେ ମୋ ଝିଅ ସହ ଯୋଗାଯୋଗ କରିପାରୁନି।”

https://www.instagram.com/p/ByMWchiBmbS/?utm_source=ig_web_copy_link

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୨ ଦିନ ପରେ ଗତ ଶନିବାରଠାରୁ କିଛି ସ୍ଥାନରେ ଲ୍ୟାଣ୍ଡଫୋନ୍‌ ସେବା ଆରମ୍ଭ ହୋଇଛି। ଜମ୍ମୁର ୫ଟି ଜିଲ୍ଲାରେ ଟୁ-ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯାଇଛି। ତେବେ କଶ୍ମୀରରେ ଇଣ୍ଟରନେଟ୍‌ ସେବା ପୁନଃ ଆରମ୍ଭ ହେବାକୁ ଆଉ କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି।

https://www.instagram.com/p/BuIlksYgLPz/?utm_source=ig_web_copy_link

ସୂଚନାଯୋଗ୍ୟ, ଜାୟରା ୱସିମ୍ କିଛି ଦିନ ତଳେ ବଲିଉଡ୍‌ ଛାଡ଼ିବେ ବୋଲି ଘୋଷଣା କରି ଚର୍ଚ୍ଚାର ପରିସରକୁ ଆସିଥିଲେ।  ଜାୟରା ଫିଲ୍ମ ‘ଦଙ୍ଗଲ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଓ ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ବ୍ଲକ୍‌ବଷ୍ଟର୍‌ ମୁଭି ‘ସିକ୍ରେଟ୍‌ ସୁପରଷ୍ଟାର’ରେ ତାଙ୍କର ଅଭିନୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର କ୍ରିଟିକ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଅପ୍‌କମିଂ ଫିଲ୍ମର ନାଁ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’। ଏବେ ଏହାର ପୋଷ୍ଟ୍‌ ପ୍ରଡକ୍ସନ୍‌ କାମ ଚାଲିଛି। ଏହି ଫିଲ୍ମରେ ଜାୟରାଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ଓ ଫର୍‌ହାନ୍‌ ଅଖତର୍‌ ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ମାସରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos