ଲୋକେ କହୁଥିଲେ ଲେଡି ରଣଧୀର କପୁର, କିନ୍ତୁ ଏହି ଫିଲ୍ମ ଯୋଗୁ ବଦଳିଥିଲା କରିସ୍ମାଙ୍କ କ୍ୟାରିଅରର ମୋଡ  

ମୁମ୍ୱାଇ:  କପୁର ଖାନଦାନର ଲଳନା କରିସ୍ମା କପୁର ବଲିଉଡରେ ଏବେ ସକ୍ରିୟ ନାହାନ୍ତି ସତ କିନ୍ତୁ ବଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ। ସେ କପୁର ଖାନଦାନର ପ୍ରଥମ ଝିଅ ଥିଲେ, ଯେ କି ବଲିଉଡରେ ପାଦ ଥାପିଥିଲେ। ୯୦ ଦଶକରେ ନିଜ କ୍ୟାରିଅର ଟପ୍‌ରେ ଥିବା  ଏହି ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କର ଆଜି ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା, ତାଙ୍କ ଜୀବନୀ ସହ […]

karisma-1..

karisma-1..

Niharika Rout
  • Published: Tuesday, 25 June 2019
  • Updated: 25 June 2019, 12:55 PM IST

Sports

Latest News

ମୁମ୍ୱାଇ:  କପୁର ଖାନଦାନର ଲଳନା କରିସ୍ମା କପୁର ବଲିଉଡରେ ଏବେ ସକ୍ରିୟ ନାହାନ୍ତି ସତ କିନ୍ତୁ ବଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ। ସେ କପୁର ଖାନଦାନର ପ୍ରଥମ ଝିଅ ଥିଲେ, ଯେ କି ବଲିଉଡରେ ପାଦ ଥାପିଥିଲେ। ୯୦ ଦଶକରେ ନିଜ କ୍ୟାରିଅର ଟପ୍‌ରେ ଥିବା  ଏହି ହାଇଏଷ୍ଟ ପେଡ ଅଭିନେତ୍ରୀଙ୍କର ଆଜି ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା, ତାଙ୍କ ଜୀବନୀ ସହ ଯୋଡିଥିବା କିଛି ରୋଚକ ଖବର।

[caption id="attachment_398166" align="alignnone" width="750"] କରିସ୍ମାଙ୍କ ବିବାହ ବେଳର ଫଟୋ[/caption]

କରିସ୍ମା ହେଉଛନ୍ତି ଲେଜଣ୍ଡାରୀ ଅଭିନେତା ରାଜକପୁରଙ୍କ ନାତୁଣୀ ଓ ରଣଧୀର କପୁରଙ୍କ ଝିଅ । ତାଙ୍କ ମା’ ବବିତା ମଧ୍ୟ ସେ ସମୟରେ ଜଣାଶୁଣା ଅଭିନେତ୍ରୀ ଥିଲେ। ପିଲା ଦିନୁ ଫିଲ୍ମି ପରିବେଶରେ ବଢିଥିବା କରିସ୍ମାଙ୍କର ଫିଲ୍ମ ପ୍ରତି ପାଗଳାମୀ ଦିନକୁ ଦିନ ବଢିବାକୁ ଲାଗିଲା। ଫଳରେ ଷଷ୍ଠ ଶ୍ରେଣୀରେ ତାଙ୍କ ପାଠପଢାରେ ଡୋରି ବନ୍ଧା ହେଲା। ‘ପ୍ରେମ କୈଦି’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ।

[caption id="attachment_398167" align="aligncenter" width="750"] ନିଜ ପୂର୍ବତନ ସ୍ୱାମୀ ଓ ୨ ପିଲାଙ୍କ ସହ କରିସ୍ମା[/caption]

ଫିଲ୍ମି ଫ୍ୟାମିଲିରୁ ଆସିଥିବା ସତ୍ତ୍ୱେ ପ୍ରଥମେ ପ୍ରଥମେ କରିସ୍ମାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡିଥିଲା। ତାଙ୍କ ଲୁକ୍ସ, ଆକ୍ଟିଂ ଓ ଡାଏଲଗ୍‌ କହିବା ଅନ୍ଦାଜକୁ ଦର୍ଶକ ସହଜେ ହଜମ କରି ପାରୁନଥିଲେ। ବହୁ ଜଣ ତାଙ୍କୁ ଲେଡି ରଣଧୀର କପୁର ମଧ୍ୟ କହୁଥିଲେ। କେହି କେହି ତାଙ୍କୁ ପୁଅ ଲୁକ୍‌ ଥିବା ହିରୋଇନ ବୋଲି କହୁଥିଲେ।

ହେଲେ ‘ରାଜା ହିନ୍ଦୁସ୍ଥାନୀ’ରେ ମେକଓଭର  ତାଙ୍କ କ୍ୟାରିଅରର ଟର୍ଣ୍ଣି ପଏଣ୍ଟ ଥିଲା। ଏହା ପରେ ତାଙ୍କୁ ବଲିଉଡରେ ଟପ୍‌ ହିରୋଇନ ଲିଷ୍ଟରେ ଏଣ୍ଟ୍ରି ମିଳିଲା।  ୧୯୯୭ ମସିହାରେ  କରିସ୍ମା ବ୍ୟାକ୍‌ ଟୁ ବ୍ୟାକ୍‌ ୩ ଟି ସୁପରହିଟ୍‌ ଫିଲ୍ମ ଦେଇଥିଲେ। ତାହା ହେଉଛି ‘ଜୁଡବା’, ‘ହିରୋ ନମ୍ବର ୧’, ‘ଦିଲ ତୋ ପାଗଲ ହେ’। ଗୋବିନ୍ଦା, ଅକ୍ଷୟ କୁମାର, ସଲମାନ, ଅଜୟ ଦେବଗନଙ୍କ ପରି ସୁପରଷ୍ଟାରଙ୍କ ସହ ସେ ବହୁ ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିଲେ। ଦିଲ ତୋ ପାଗଲ ହେ ପାଇଁ ତାଙ୍କୁ ନ୍ୟାସନାଲ ଆଓର୍ଡ ମଧ୍ୟ ମିଳିଥିଲା।

[caption id="attachment_398172" align="alignnone" width="750"] ପିଲା ଦିନେ ନିଜ ପରିବାର ସହ କରିସ୍ମା[/caption]

ଏହାପରେ ସେ ବିଜନେସମ୍ୟାନ ତଥା ବାଲ୍ୟ ବନ୍ଧୁ ସଞ୍ଜୟ କପୁରଙ୍କୁ ବିବାହ କରି ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ। ଇତି ମଧ୍ୟରେ କରିସ୍ମାଙ୍କର ୨ ପିଲା ଥିବା ବେଳେ ବିବାହ କିନ୍ତୁ ବେଶି ଦିନ ତିଷ୍ଠି ପାରି ନ ଥିଲା। ୨୦୧୨ ମସିହାରେ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ଡେଞ୍ଜର ଇସ୍କ’ରେ ସେ କମ୍‌ବ୍ୟାକ କରିଥିଲେ ମଧ୍ୟ ତାହା ସୁପରଫ୍ଲପ ହୋଇଯାଇଥିଲା। ଫିଲ୍ମରୁ ଦୂରେଇ ଯାଇଥିବା ଲୋଲୋ ଏବେ ୱେବ ସିରିଜରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos