ଜେନିଫର୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଦୁଃଖ ଖବର

ମୁମ୍ବାଇ: ଟେଲିଭିଜନ୍‌ର ଅନ୍ୟତମ ପପୁଲାର୍‌ ଶୋ’ ‘ବେହଦ୍’ ଖୁବ୍‌ଶୀଘ୍ର ଏହାର ଦ୍ୱିତୀୟ ସିଜିନ୍‌ ନେଇ ଆସୁଛି। ପୂର୍ବ ସିଜିନ୍‌ରେ ଜେନିଫର୍‌ ୱିଙ୍ଗେଟ୍‌ ଲିଡ୍‌ ରୋଲ୍‌ ‘ମାୟା’ ଚରିତ୍ରରେ ଚତ୍ମକାର ଅଭିନୟ କରିଥିଲେ। ନେଗେଟିଭ୍‌ ରୋଲ୍‌ରେ ତାଙ୍କର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା।  ଏହି ଶୋ’ ଟିଆର୍‌ପିର ସବୁ ରେକର୍ଡ ବି ଭାଙ୍ଗି ଦେଇଥିଲା। ହେଲେ ଏବେ ଯେଉଁ ଖବର ଆସିଛି, ତାହା ଜେନିଫର୍‌ଙ୍କ ଫ୍ୟାନ୍‌ମାନଙ୍କୁ ଝଟ୍‌କା ଦେଇପାରେ। ଶୁଣିବାକୁ ମିଳିଛି, ‘ବେହଦ୍‌ ୨’ରେ ତାଙ୍କୁ ନିଆଯିବ ନାହିଁ।

View this post on Instagram

#indianwear #indianjewellery #lehngacholi

A post shared by Surbhi Jyoti (@surbhijyoti) on

ସୂଚନା ଅନୁଯାୟୀ, ‘ବେହଦ୍‌-୨’ରେ ‘ନାଗିନ୍‌-୩’ର ଅଭିନେତ୍ରୀ ସୁରଭି ଜ୍ୟୋତି ତାଙ୍କୁ ରିପ୍ଲେସ୍ କରିବେ। ‘ନାଗିନ୍‌-୩’ରେ ସୁରଭିଙ୍କ ଅଭିନୟ ତଥା ତାଙ୍କ ଲୋକପ୍ରିତାକୁ ଦେଖି ପ୍ରଡ୍ୟୁସର ତାଙ୍କୁ ଜେନିଫର୍‌ଙ୍କ ସ୍ଥାନରେ ନେବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ରିପୋର୍ଟ ଅନୁଯାୟୀ, ‘ବେହଦ୍‌’ର ପ୍ରଡ୍ୟୁସରଙ୍କ ସହିତ ଜେନିଫରଙ୍କ ମତାନ୍ତର ହୋଇଛି। ସେଥିପାଇଁ ଜେନିଫର୍ ‘ବେହଦ ୨’ରେ କାମ କରିବାକୁ ଚାହୁଁ ନାହାନ୍ତି।

ଏହା ବି ଶୁଣିବାକୁ ମିଳିଛି ଯେ, ‘ବେହଦ୍‌’ର ଅନ୍ୟତମ ଲିଡ୍ ଆକ୍ଟର୍ କୁଶାଲ ଟଣ୍ଡନ୍‌ଙ୍କୁ ମଧ୍ୟ ‘ବେହଦ ୨’ରେ ନିଆଯିବ ନାହିଁ। ତାଙ୍କ ସ୍ଥାନରେ ‘ନାମକରଣ’ ଧାରାବାହିକର ଭିରାଫ୍‌ ପଟେଲ୍‌ଙ୍କୁ ନିଆଯାଇପାରେ। ଯଦି ଏହା ସତ ହୁଏ, ତା’ହେଲେ ସୁରଭି ଓ ଭିରାଫଙ୍କ ଯୋଡ଼ିକୁ ଦର୍ଶକମାନେ ପ୍ରଥମ ଥର ପାଇଁ ଟିଭି ପରଦାରେ ଏକାଠି ଦେଖିବେ।

ଅନ୍ୟପକ୍ଷରେ ଜେନିଫର୍‌ ୱେବ୍ ସିରିଜ୍ ‘କୋଡ୍ ଏମ୍‌’ରୁ ଡିଜିଟାଲ୍ ଡେବ୍ୟୁ କରିବେ। ଏଥିରେ ସେ ମେଜର୍ ମୋନିକା ମେହ୍‌ରା ଚରିତ୍ରରେ ଅଭିନୟ କରିବେ। ଏହି ୱେବ୍ ସିରିଜ୍‌ରେ ଜେନିଫରଙ୍କ ଫାଷ୍ଟ୍ ଲୁକ୍‌ ବି ସାମ୍ନାକୁ ଆସି ସାରିଛି।