ମନଦୁଃଖ କଲେ ଅନୁଷ୍କା, ରିସେପ୍‌ସନ୍‌କୁ ଆସିଲେନି ଏହି ଷ୍ଟାରମାନେ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଦ୍ଵିତୀୟ ରିସେପସନ୍‌ ପାର୍ଟି ଗତ ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍‌, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଓ ରଣବୀର କପୁର ସମେତ ଅନେକ ବଲିଉଡ୍‌ ଷ୍ଟାର ସେହି ରିସେପସନ୍‌ ପାର୍ଟିରେ ଯୋଗ ଦେଇଥିଲେ। ତେବେ ଆହୁରି ଅନେକ ଷ୍ଟାରଙ୍କୁ ଏଥିରେ ଦେଖିବାକୁ ମିଳି ନଥିଲା। ସେମାନେ ଅନୁଷ୍କାଙ୍କ ନିକଟତର ହୋଇଥିବା ସତ୍ତ୍ୱେ ଓ ନିମନ୍ତ୍ରଣ ପାଇଥିବା ସତ୍ତ୍ୱେ ଏଥିରେ ଯୋଗ ଦେଇ ପାରିନଥିଲେ। […]

anu

anu

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 11:37 AM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଦ୍ଵିତୀୟ ରିସେପସନ୍‌ ପାର୍ଟି ଗତ ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ୍ ଖାନ୍‌, ଐଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଓ ରଣବୀର କପୁର ସମେତ ଅନେକ ବଲିଉଡ୍‌ ଷ୍ଟାର ସେହି ରିସେପସନ୍‌ ପାର୍ଟିରେ ଯୋଗ ଦେଇଥିଲେ। ତେବେ ଆହୁରି ଅନେକ ଷ୍ଟାରଙ୍କୁ ଏଥିରେ ଦେଖିବାକୁ ମିଳି ନଥିଲା। ସେମାନେ ଅନୁଷ୍କାଙ୍କ ନିକଟତର ହୋଇଥିବା ସତ୍ତ୍ୱେ ଓ ନିମନ୍ତ୍ରଣ ପାଇଥିବା ସତ୍ତ୍ୱେ ଏଥିରେ ଯୋଗ ଦେଇ ପାରିନଥିଲେ। ବିଭିନ୍ନକାରଣରୁ ସେମାନେ ଅନୁଷ୍କାଙ୍କ ବାହାଘର ଭୋଜିରେ ସାମିଲ ହୋଇ ପାରି ନଥିଲେ। ତେବେ ଅନୁଷ୍କା ଟିକେ ମନ ଖରାପ କରିଥିଲେ ବୋଲି ଶୁଣୁବାକୁ ମିଳିଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଷ୍ଟାରମାନେ ତାଙ୍କ ରିସେପ୍‌ସନ୍‌ରେ ସାମିଲ ହୋଇ ନଥିଲେ।

ସଲମାନ ଖାନ୍‌- ଫିଲ୍ମ ‘ସୁଲତାନ’ରେ ଅନୁଷ୍କାଙ୍କ ସହ ଅଭିନୟ କରିଥିବା ସଲମାନ ସେହି ପାର୍ଟିକୁ ଯାଇନଥିଲେ। କାରଣ ହେଉଛି ସଲମାନ ନିଜ ୫୨ତମ ଜନ୍ମଦିନ ପାଳନ କରିବାକୁ ୨୬ ଡିସେମ୍ବର ସଂଧ୍ୟାରେ ପନୱେଲ ସ୍ଥିତ ନିଜ ଫାର୍ମହାଉସକୁ ଯାଇଥିଲେ। ସେଥିପାଇଁ ସେ ଅନୁଷ୍କାଙ୍କ ରିସେପ୍‌ସନ୍‌ରେ ସାମିଲ ହୋଇ ପାରିନଥିଲେ।

ଆମୀର ଖାନ୍‌- ଆମୀର ଅନୁଷ୍କାଙ୍କ ସହ ଫିଲ୍ମ ‘ପିକେ’ରେ କାମ କରିଥିଲେ। କିନ୍ତୁ ସେ ଅନୁଷ୍କାଙ୍କ ରିସେପସନ୍‌ ପାର୍ଟିକୁ ଆସି ନଥିଲେ। କାରଣ କିଛି ସ୍ପଷ୍ଟ ହୋଇନି। କିନ୍ତୁ ମଙ୍ଗଳବାର ଦିନ ଆମୀରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା।

ଅକ୍ଷୟ କୁମାର- ଅକ୍ଷୟଙ୍କୁ ଅନୁଷ୍କା ବହୁତ ମାନନ୍ତି। ଦୁହେଁ ଫିଲ୍ମ ‘ପଟିଆଲା ହାଉସ୍‌’ରେ ଏକାଠି କାମ କରିଥିଲେ। ଏହି ଫିଲ୍ମରେ ତାଙ୍କୁ କାମ ମିଳିବାର ଶ୍ରେୟ ସେ ଅକ୍ଷୟଙ୍କୁ ହିଁ ଦିଅନ୍ତି। କିନ୍ତୁ ଅକ୍ଷୟ ଅନୁଷ୍କାଙ୍କ ରିସେପସନ୍‌ ପାର୍ଟିକୁ ଯାଇନଥିଲେ। କୁହାଯାଉଛି ସେ ଏହି ଦିନ ପରିବାର ସହ ବିଦେଶରେ ଛୁଟି କାଟୁଥିଲେ। ସେଥିପାଇଁ ସେ ଅନୁଷ୍କାଙ୍କ ରିସେପ୍‌ସନ୍‌ରେ ଯୋଗ ଦେଇ ନଥିଲେ।

ଦୀପିକା ପାଦୁକୋନ୍‌- ରଣବୀର ସିଂ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ରିସେପସନ୍‌ ପାର୍ଟିରେ ଦୀପିକା ମଧ୍ୟ ଗାଏବ୍‌ ଥିଲେ। ସେ ଏବେ ଫିଲ୍ମ  ‘ପଦ୍ମାବତୀ’ ରିଲିଜ୍‌କୁ ନେଇ ଚିନ୍ତିତ ଥିବାରୁ ବୋଧହୁଏ ଆସି ପାରି ନଥିଲେ ବୋଲି ଆଲୋଚନା ହେଉଛି।

ranbirରଣବୀର ସିଂ- ରଣବୀର ସିଂ ଓ ଅନୁଷ୍କା ଦୁହେଁ ଖୁବ୍‌ ଭଲ ବନ୍ଧୁ। ଫିଲ୍ମ ‘ବ୍ୟାଣ୍ଡ୍‌ ବାଜା ବାରାତ’ ଓ ‘ଲେଡିଜ୍‌ ଭର୍ସେସ ରିକି ବହଲ’ରେ ଦୁହେଁ ଏକାଠି ଅଭିନୟ କରିଥିଲେ। ଦୁହିଁଙ୍କ ଅଫେୟାର ଚାଲିଥିବା ନେଇ ମଧ୍ୟ ମିଡିଆରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ରଣବୀର ତାଙ୍କ ରିସେପସନ୍‌ ପାର୍ଟିରେ ନଜର ଆସି ନଥିଲେ। ତାଙ୍କୁ ମଙ୍ଗଳବାର ଦିନ ରାତିରେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା।

କପିଲ ଶର୍ମା- କମେଡିଆନ୍‌ କପିଲ ଶର୍ମା ମଧ୍ୟ ଅନୁଷ୍କାଙ୍କ ଘନିଷ୍ଠ ବନ୍ଧୁ। ଫିଲ୍ମ ପ୍ରମୋସନ ସମୟରେ ଅନୁଷ୍କା ଅନେକ ଥର କପିଲଙ୍କ ଶୋ’କୁ ଯାଇଛନ୍ତି। କିନ୍ତୁ କପିଲ ତାଙ୍କ ରିସେପସନ୍‌ ପାର୍ଟିରେ ନଜର ଆସିନଥିଲେ। କୁହାଯାଉଛି ଫିଲ୍ମ ‘ଫିରଙ୍ଗି’ ଫ୍ଲପ ହେବା କାରଣରୁ ସେ ଡିପ୍ରେସନ୍‌ରେ ଅଛନ୍ତି।

ଅନୀଲ କପୁର- ଅନୀଲ କପୁରଙ୍କ ସହ ଅନୁଷ୍କା ଫିଲ୍ମ ‘ଦିଲ୍‌ ଧଡ୍‌କନେ ଦୋ’ରେ କାମ କରିଥିଲେ। ଦୁହିଁଙ୍କ ବଣ୍ଡିଂ ଖୁବ୍‌ ଭଲ। କିନ୍ତୁ ଅନୀଲ ତାଙ୍କ ରିସେପସନ୍ ପାର୍ଟକୁ ଯାଇନଥିଲେ। କାରଣ ହେଉଛି ଫିଲ୍ମ ‘ରେସ୍‌-୩’ର ସୁଟିଂରେ ବ୍ୟସ୍ତ ଥିବା ଅନୀଲ ମଙ୍ଗଳବାର ଦିନ ସଲମାନଙ୍କ ଜନ୍ମଦିନ ପାଇଁ ତାଙ୍କ ଫାର୍ମ ହାଉସ୍‌କୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos