ଏହି କଳାକାର କମ୍‌ ବୟସରେ ଛାଡିଥିଲେ ଦୁନିଆ

ଖୁବ୍‌ ଆଗକୁ ଯିବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଅଧୁରା ରହିଗଲା ସବୁ ସ୍ୱପ୍ନ। ଦୁନିଆକୁ ଭଲରେ ଦେଖିବା ଆଗରୁ ଚିରନିଦ୍ରାକୁ ଚାଲିଗଲେ। ଆମେ କହୁଛୁ ବଲିଉଡ୍‌ର ଏମିତି କିଛି କଳାକାରଙ୍କ ବିଷୟରେ, ଯେଉଁମାନଙ୍କର କମ୍‌ ବୟସରେ ମୃତ୍ୟୁ ହୋଇଥିଲା। ଆସନ୍ତୁ ଜାଣିବା ଏହି କଳାକାରଙ୍କ ସମ୍ପର୍କରେ। ଗୁରୁଦତ୍ତ- ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ଅଭିନେତା ଭାବେ ଗୁରୁଦତ୍ତ ବେଶ୍‌ ନାଁ କମେଇଛନ୍ତି। ସେ ‘ପ୍ୟାସା’, ‘ସାହେବ ବିବି’ ଓ ‘ଗୁଲାମ୍‌’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ […]

divya

divya

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 03:03 PM IST

Sports

Latest News

ଖୁବ୍‌ ଆଗକୁ ଯିବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଅଧୁରା ରହିଗଲା ସବୁ ସ୍ୱପ୍ନ। ଦୁନିଆକୁ ଭଲରେ ଦେଖିବା ଆଗରୁ ଚିରନିଦ୍ରାକୁ ଚାଲିଗଲେ। ଆମେ କହୁଛୁ ବଲିଉଡ୍‌ର ଏମିତି କିଛି କଳାକାରଙ୍କ ବିଷୟରେ, ଯେଉଁମାନଙ୍କର କମ୍‌ ବୟସରେ ମୃତ୍ୟୁ ହୋଇଥିଲା। ଆସନ୍ତୁ ଜାଣିବା ଏହି କଳାକାରଙ୍କ ସମ୍ପର୍କରେ।

gurudattaଗୁରୁଦତ୍ତ- ହିନ୍ଦୀ ସିନେମାର ଜଣେ ଲୋକପ୍ରିୟ ଅଭିନେତା ଭାବେ ଗୁରୁଦତ୍ତ ବେଶ୍‌ ନାଁ କମେଇଛନ୍ତି। ସେ ‘ପ୍ୟାସା’, ‘ସାହେବ ବିବି’ ଓ ‘ଗୁଲାମ୍‌’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଗୁରୁଦତ୍ତଙ୍କର ମାତ୍ର ୩୯ ବର୍ଷରେ ଦେହାନ୍ତ ହୋଇଥିଲା।

binodବିନୋଦ ମେହେରା- ବିନୋଦ ମେହେରା ତାଙ୍କ ସମୟରେ ଜଣେ ହ୍ୟାଣ୍ଡସମ୍‌ ହିରୋ ଥିଲେ। ଝିଅମାନେ ତାଙ୍କ ପାଇଁ ଦିୱାନା ଥିଲେ। ‘ଅନୁରାଗ’, ‘ଘର’ ଓ ‘ଖୁଦ୍ଦାର’ ଭଳି ଫିଲ୍ମରେ ତାଙ୍କ ଅଭିନୟ ଭୁଲି ହେବ ନାହିଁ। ମାତ୍ର ୪୫ ବର୍ଷ ବୟସରେ ବିନୋଦଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା।

nirmalନିର୍ମଲ ପାଣ୍ଡେ- ‘ଟ୍ରେନ୍‌ ଟୁ ପାକିସ୍ତାନ’ ଫିଲ୍ମର ଜଗ୍ଗା ଚରିତ୍ର ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହି ଚରିତ୍ର ପାଇଁ ଶତ ପ୍ରତିଶତ ଦେଇଥିଲେ ନିର୍ମଲ। ୨୦୧୦ ମସିହାରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟ ସମୟରେ ତାଙ୍କୁ ୪୮ ବର୍ଷ ହୋଇଥିଲା।

sanjibସଞ୍ଜୀବ କୁମାର- ସଞ୍ଜୀବଙ୍କ ‘ଶୋଲେ’ ଫିଲ୍ମର ଠାକୁର ଚରିତ୍ରକୁ କିଏ ବା ଭୁଲିବ। ସେହି ଫିଲ୍ମରେ ତାଙ୍କ ଚରିତ୍ର ଏତେ ଦମଦାର ଥିଲା ଯେ, ଆଜି ବି ସେ ଚିରସ୍ମରଣୀୟ। ସଞ୍ଜୀବ ସେ ସମୟରେ ରୋମାଣ୍ଟିକ୍‌ ହିରୋ ଥିଲେ। ସଞ୍ଜୀବଙ୍କର ୪୫ ବର୍ଷରେ ମୃତ୍ୟୁ ହୋଇଥିଲା।

soundrjyaସୌନ୍ଦର୍ଯ୍ୟା-  ସୌନ୍ଦର୍ଯ୍ୟା ଦକ୍ଷିଣ ଭାରତୀୟ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ‘ସୂର୍ଯ୍ୟବଂଶ’ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲୋ ଫିଲ୍ମଟି ଖୁବ୍‌ ସଫଳ ହୋଇଥିଲ। ଏକ ପ୍ଲେନ୍‌ କ୍ରାସ୍‌ରେ ମାତ୍ର ୨୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

meena-kumariମୀନା କୁମାରୀ- ବଲିଉଡ୍‌ ଅଭିନେତ୍ରୀ ମୀନା କୁମାରୀ ଜଣେ ଦକ୍ଷ ଅଭିନେତ୍ରୀ। ସେ ‘ପାକିଜା’ ଫିଲ୍ମର ନିର୍ଦ୍ଦେଶକ କମାଲ ଅମରୋହୀଙ୍କ ବିବାହ କରିଥିଲେ। ବିବାହର କିଛି ଦିନ ପରେ ତାଙ୍କ ସଂସାର ଭାଙ୍ଗି ଯାଇଥିଲା। ଏହା ପରେ ମଦ ତାଙ୍କର ବନ୍ଧୁ ହୋଇଯାଇଥିଲା। ୧୯୭୨ ମସିହାରେ ମାତ୍ର ୩୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।

madhubala-actressମଧୁବାଲା- ମଧୁବାଲା ନିଜ ଅଭିନୟ ସହ ନି ସୁନ୍ଦରତା ପାଇଁ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି। ହେଲେ ତାଙ୍କ ହୃଦୟରେ ହୋଇଥିବା ଛିଦ୍ର ତାଙ୍କ ଜୀବନ ନେଇଯାଇଥିଲା। ମାତ୍ର ୩୯ ବର୍ଷ ବୟସରେ ତାଙ୍କର ମତ୍ୟୁ ହୋଇଥିଲା।

divya-bhartiଦିବ୍ୟା ଭାରତୀ- ଦିବ୍ୟା ଭାରତୀ ୧୩ ବର୍ଷ ବୟସରେ  ଚାଇଲ୍ଡ ଆର୍ଟିଷ୍ଟ ଭାବେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ୯୦ ଦଶକର ତାଙ୍କୁ ବଲିଉଡ୍‌ର ମହାରାଣୀ କୁହାଯାଉଥିଲା। ବହୁତ କମ୍‌ ବୟସରେ ସେ ସଫଳତାର ଶିଖରରେ ପହଞ୍ଚିଥିଲେ। ମାତ୍ର ୧୯ ବର୍ଷ ବୟସରେ ସେ ମୁମ୍ବାଇର ଏକ ବିଲ୍‌ଡିଂରୁ ତଳେ ପଡି ପ୍ରାଣ ହରାଇଥିଲେ। ତାଙ୍କ ମତ୍ୟୁ ଆଜି ବି ଏକ ରହସ୍ୟ।

Jiya-Khanଜିଆ ଖାନ୍‌- ଫିଲ୍ମ ‘ଗଜନୀ’ରେ ତାଙ୍କ ଚରିତ୍ର ବହୁତ ଲୋକପ୍ରିୟ ହୋଇଥିଲା। ସେ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ନିଶବ୍ଦ’ରେ ବି ଅଭିନୟ କରିଥିଲେ। ୨୦୧୩ ରେ ବମ୍ବେର ଏକ ଫ୍ଲାଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କ ମତ୍ୟୁ ଆଜିବି ଏକ ରହସ୍ୟ।

smitaସ୍ମିତା ପଟେଲ୍‌- ପଦ୍ମଶ୍ରୀ ଓ ଦୁଇଟି ରାଷ୍ଟ୍ରିୟ ପୁରସ୍କାରରେ ସମ୍ମାନିତ ସ୍ମିତା ପଟେଲ୍‌ ଅଭିନୟକୁ ବାସ୍ତବତାର ରଙ୍ଗ ଦେଇଥାନ୍ତି। ସେ ଅଭିନେତା ରାଜ ବବରଙ୍କୁ ବିବାହ କରିଥିଲେ। ୧୯୮୬ ମସିହାରେ ପ୍ରସବ ସମୟରେ ତାଙ୍କ ମତ୍ୟୁ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୩୧ ବର୍ଷ ହୋଇଥିଲା।

inder-kumarଇନ୍ଦର କୁମାର- ୨୦୧୭ ଜୁଲାଇ ୨୮ ତାରିଖରେ ଅଭିନେତା ଇନ୍ଦର କୁମାରଙ୍କ ମୃତ୍ୟୁ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କର ମତ୍ୟୁ ହୋଇଥିଲା। ମାତ୍ର ୪୩ ବର୍ଷ ବୟସରେ ଇନ୍ଦର ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos