ହୋଲିର ରଙ୍ଗରେ ରଙ୍ଗୀନ ହୁଅନ୍ତି ନାହିଁ ବଲିଉଡ୍‌ର ଏହି କଳାକାରମାନେ

ମୁମ୍ବାଇ: ହୋଲି ରଙ୍ଗର ପର୍ବ। ଏହି ପର୍ବକୁ ସମସ୍ତେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ୍ତି। ବଲିଉଡ୍‌ ସେଲିବ୍ରିଟିମାନେ ଅବା ଏଥିରୁ କେମିତି ବାଦ୍‌ ପଡ଼ିବେ। ସେମାନେ ମଧ୍ୟ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ୍ତି। କିନ୍ତୁ କେତେ ଜଣ ସେଲିବ୍ରିଟି ଅଛନ୍ତି ଯେଉଁମାନେ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଚାଲନ୍ତୁ ସେହି କଳାକାରମାନଙ୍କ ସଂପର୍କରେ। କରୀନା କପୁର ଖାନ୍‌: କରୀନା ପିଲାବେଳୁ ହୋଲି ଖେଳୁଥିଲେ, କିନ୍ତୁ ଏବେ ଆଉ ଖେଳୁ ନାହାଁନ୍ତି। ଏକଥା ସେ ଏକ […]

ranveersingh

ranveersingh

Rakesh Mallick
  • Published: Saturday, 03 March 2018
  • Updated: 03 March 2018, 01:58 PM IST

Sports

Latest News

ମୁମ୍ବାଇ: ହୋଲି ରଙ୍ଗର ପର୍ବ। ଏହି ପର୍ବକୁ ସମସ୍ତେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ୍ତି। ବଲିଉଡ୍‌ ସେଲିବ୍ରିଟିମାନେ ଅବା ଏଥିରୁ କେମିତି ବାଦ୍‌ ପଡ଼ିବେ। ସେମାନେ ମଧ୍ୟ ଏହି ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ୍ତି। କିନ୍ତୁ କେତେ ଜଣ ସେଲିବ୍ରିଟି ଅଛନ୍ତି ଯେଉଁମାନେ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ। ତେବେ ଚାଲନ୍ତୁ ସେହି କଳାକାରମାନଙ୍କ ସଂପର୍କରେ।

କରୀନା କପୁର ଖାନ୍‌: କରୀନା ପିଲାବେଳୁ ହୋଲି ଖେଳୁଥିଲେ, କିନ୍ତୁ ଏବେ ଆଉ ଖେଳୁ ନାହାଁନ୍ତି। ଏକଥା ସେ ଏକ ସାକ୍ଷତକାରରେ କହିଥିଲେ। ସେ କହିଥିଲେ,‘‘ମୋ ଜେଜେ ବାପାଙ୍କର ଦେହାନ୍ତ ହୋଇଯିବା ପରେ ମୋ ଜୀବନର ସବୁ ରଙ୍ଗ ଚାଲିଯାଇଛି।  ସେଥିପାଇଁ ମୁଁ ହୋଲି ଖେଳେ ନାହିଁ।”

ରଣବୀର ସିଂହ: ‘ଗୋଲିୟୋଁ କି ରାସଲୀଲା ରାମଲୀଲା’ ଓ ‘ପଦ୍ମାବତ୍‌’ ଭଳି ଫିଲ୍ମରେ ହୋଲି ସିନ୍‌ କରିଥିବା ରଣବୀର ସିଂହ ରିଅଲ ଲାଇଫ୍‌ରେ ଏହି ପର୍ବ ପାଳନ କରନ୍ତି ନାହିଁ। ଏକଥା ସେ ଏକ ସାକ୍ଷତକାରରେ କହିଥିଲେ। ସେ କହିଥିଲେ, ‘‘ମୁଁ ସ୍ୱଚ୍ଛତାକୁ ନେଇ ଚିନ୍ତିତ। ସେଥିପାଇଁ ମୁଁ ହୋଲି ଖେଳେ ନାହିଁ।’’

ଜନ୍‌ ଆବ୍ରହମ୍‌: ଜନ୍‌ ବି ହୋଲି ଖେଳନ୍ତି ନାହିଁ। ସେ ଏକ ସାକ୍ଷତକାରରେ କହିଥିଲେ, ‘‘ଲୋକମାନେ ହୋଲିର ଅପବ୍ୟବହାର କରୁଛନ୍ତି। ହୋଲିର ପର୍ବକୁ ବେକାର କରି ଦେଉଛନ୍ତି। ଧର୍ମ ନାଁରେ ସବୁ ଜିନିଷ ବରବାଦ୍ କରି ଦିଆଯାଉଛି। ସେଥିପାଇଁ ମୁଁ ହୋଲି ଖେଳେନି।’’

କୃତ୍ତି ସେନନ୍: କୃତ୍ତି କହନ୍ତି ଯେ ଦିଲ୍ଲୀ ଭଳି ଫ୍ରେଣ୍ଡ ସର୍କଲ ମୁମ୍ବାଇରେ ନଥିବାରୁ ସେ ହୋଲି ଖେଳନ୍ତିନି। ସେ କହନ୍ତି, ‘‘ଜଣେ ଅଭିନେତ୍ରୀ ହୋଇଥିବା କାରଣରୁ ମତେ ମୋ ତ୍ୱଚାର ଯତ୍ନ ନେବାକୁ ମଧ୍ୟ ପଡ଼ିଥାଏ। ସେଥିପାଇଁ ମୁଁ ହୋଲି ଖେଳେନି।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos