ଜାଣନ୍ତୁ, କେଉଁ ବଲିଉଡ୍‌ ଷ୍ଟାର୍‌ଙ୍କର ଅଛନ୍ତି ହଲିଉଡ୍‌ରେ ଫ୍ୟାନ୍‌?

ନ୍ୟୁୟର୍କ୍‌: ବଲିଉଡ୍‌ କଳାକାରଙ୍କର କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅନେକ ଫ୍ୟାନ୍ ଅଛନ୍ତି। ସେହିପରି ହଲିଉଡ୍ କଳାକାରଙ୍କର ବିଶ୍ୱବ୍ୟାପୀ ଫ୍ୟାନ୍ ଅଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ୍‌ କଳାକାରଙ୍କ ଫ୍ୟାନ୍‌ ତାଲିକାରେ ହଲିଉଡ୍‌ର କିଛି ନାମୀ ଦାମୀ କଳାକାର ବି ଅଛନ୍ତି। ଆଜି ଚାଲନ୍ତୁ ଜାଣିବା, ବି’ ଟାଉ‌ନ୍‌ର କଳାକାରଙ୍କ ଫ୍ୟାନ୍ ଥିବା କିଛି ହଲିଉଡ୍ ଷ୍ଟାର୍‌ଙ୍କୁ। ସିଲ୍‌ଭେଷ୍ଟର୍‌ ଷ୍ଟାଲୋନ୍‌: ହିନ୍ଦୀ ଫିଲ୍ମ୍‌ ‘କମ୍‌ବକ୍ତ୍‌ ଇସ୍କ୍‌’ରେ ଅକ୍ଷୟ କୁମାର ଓ କରିନା କପୁର୍‌ଙ୍କ […]

aish

aish

Jitendra Garnayak
  • Published: Wednesday, 22 August 2018
  • Updated: 22 August 2018, 06:23 AM IST

Sports

Latest News

ନ୍ୟୁୟର୍କ୍‌: ବଲିଉଡ୍‌ କଳାକାରଙ୍କର କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଅନେକ ଫ୍ୟାନ୍ ଅଛନ୍ତି। ସେହିପରି ହଲିଉଡ୍ କଳାକାରଙ୍କର ବିଶ୍ୱବ୍ୟାପୀ ଫ୍ୟାନ୍ ଅଛନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ୍‌ କଳାକାରଙ୍କ ଫ୍ୟାନ୍‌ ତାଲିକାରେ ହଲିଉଡ୍‌ର କିଛି ନାମୀ ଦାମୀ କଳାକାର ବି ଅଛନ୍ତି।

ଆଜି ଚାଲନ୍ତୁ ଜାଣିବା, ବି' ଟାଉ‌ନ୍‌ର କଳାକାରଙ୍କ ଫ୍ୟାନ୍ ଥିବା କିଛି ହଲିଉଡ୍ ଷ୍ଟାର୍‌ଙ୍କୁ।

sylvesterସିଲ୍‌ଭେଷ୍ଟର୍‌ ଷ୍ଟାଲୋନ୍‌ହିନ୍ଦୀ ଫିଲ୍ମ୍‌ ‘କମ୍‌ବକ୍ତ୍‌ ଇସ୍କ୍‌’ରେ ଅକ୍ଷୟ କୁମାର ଓ କରିନା କପୁର୍‌ଙ୍କ ସହ ହଲିଉଡ୍‌ର ଟପ୍‌ଷ୍ଟାର୍‌ ସିଲ୍‌ଭେଷ୍ଟର୍‌ଙ୍କୁ ଏକ ଛୋଟ ଭୂମିକାରେ ଦେଖିବାକୁ ମିଳିଥିଲା। ହଲିଉଡ୍‌ର ଜଣେ ଲୋକପ୍ରିୟ ଅଭିନେତା ହୋଇ ମଧ୍ୟ ବଲିଉଡ୍‌ରେ କାମ କରିବା ତାଙ୍କ ପାଇଁଏକ ଗୌରବର କଥା ବୋଲି ସିଲ୍‌ଭେଷ୍ଟର୍‌ କୁହନ୍ତି। ତେବେ ଦବଙ୍ଗ ଖାନ୍‌ ସଲ୍‌ମାନ୍‌ଙ୍କ ସହ ଏକାଠି କୌଣସି ଫିଲ୍ମ୍‌ରେ କାମ କରିବାକୁ ସେ ଖୁବ୍ ଆଗ୍ରହୀ। କାରଣ ସିଲ୍‌ଭେଷ୍ଟର୍ ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌।

robertରବର୍ଟ୍‌ ପ୍ୟାଟିନ୍‌ସନ୍‌:ହଲିଉଡ୍ ଷ୍ଟାର୍ ପ୍ୟାଟିନ୍‌ସନ୍‌ ଶାହାରୁଖ୍‌ ଓ କାଜୋଲ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌। ତାଙ୍କୁ ଫିଲ୍ମ୍‌ ‘ଦିଲ୍‌ ୱାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ ଦେଖିବାକୁ ଖୁବ୍‌ ଭଲ ଲାଗେ। ଏକ ସାକ୍ଷାତକାରରେ ପ୍ୟାଟିନ୍‌ସନ୍‌ କହିଥିଲେ ଯେ ଶାହାରୁଖ୍‌ଙ୍କ ସହ କାମ କରିବାକୁ ସେ ଖୁବ୍ ଆଗ୍ରହୀ।

sonam

ଟମ୍‌ କ୍ରୁଜ୍‌:ହଲିଉଡ୍‌ର ନାମୀ ଅଭିନେତା ଟମ୍‌ କ୍ରୁଜ୍‌,ବଲିଉଡ୍ ବିୟୁଟି ସୋନମ୍‌ କପୁରଙ୍କର ଜଣେ ବଡ଼ପ୍ରଶଂସକ।ଏକ ସାକ୍ଷାତକାରରେ ଟମ୍ କହିଥିଲେ ଯେ ହିନ୍ଦୀ ଫିଲ୍ମ ଦେଖିବା ତାଙ୍କୁ ଖୁବ୍‌ ପସନ୍ଦ। ତେବେ ପ୍ରତିବର୍ଷ ରିଲିଜ୍‌ ହେଉଥିବା ଫିଲ୍ମ ମଧ୍ୟରୁ ସେ ଅତିକମ୍‌ରେ ଗୋଟିଏ ଅବଶ୍ୟ ଦେଖନ୍ତି। ଯଦି ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳେ, ତେବେ ସେ କେବେବି ମନା କରିବେନି।

hritikକ୍ରିଷ୍ଟେନ୍‌ ଷ୍ଟିୱର୍ଟ୍‌:ହଲିଉଡ୍‌ ଅଭିନେତ୍ରୀ କ୍ରିଷ୍ଟେନ୍‌ ଷ୍ଟିୱର୍ଟ୍‌ଙ୍କର ବଲିଉଡ୍ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ସହ ଏକାଠି ଏକ ହିନ୍ଦୀ ଫିଲ୍ମ୍‌ରେ କାମ କରିବାକୁ ଖୁବ୍‌ ଇଚ୍ଛା।ସେ ହ୍ରିତିକ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ଏକ ସାକ୍ଷାତକାରରେ କ୍ରିଷ୍ଟେନ୍‌ କହିଥିଲେ ଯେ ଯଦି ତାଙ୍କୁ କୌଣସି ଭଲ ସ୍କ୍ରିପ୍ଟ୍‌ ମିଳେ, ତେବେ ସେ ହ୍ରିତିକ୍‌ଙ୍କ ସହ ନିଶ୍ଚୟ କାମ କରିବେ। କ୍ରିଷ୍ଟେନ୍‌ ଆହୁରି ମଧ୍ୟ କହିଥିଲେ, ହ୍ରିତିକ୍ ଜଣେ ଦକ୍ଷ ଅଭିନେତା ଏବଂ ଗୁଡ୍‌ ଲୁକିଂ ମଧ୍ୟ।

kim

କିମ୍‌ କାର୍‌ଡାଶିଆନ୍‌: ହଲିଉଡ୍‌ ଅଭିନେତ୍ରୀ କିମ୍‌ କାର୍‌ଡାଶିଆନ୍‌,'ଦବଙ୍ଗ ଖାନ୍‌' ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍ । ତାଙ୍କୁ ଥରେ ସଲ୍‌ମାନ୍ ଓ ଶାହାରୁଖ୍‌ଙ୍କ ଫିଲ୍ମର ଲିଙ୍କ୍‌ ପଠାଯାଇଥିଲା, ଯାହା ଦେଖି ସେ ଖୁବ୍‌ ପ୍ରଭାବିତ ହୋଇଥିଲେ। ତାଙ୍କର ସଲମାନ୍‌ଙ୍କ ସହ ଏକାଠି ଫିଲ୍ମ କରିବାକୁ ଖୁବ୍‌ ଇଚ୍ଛା।

priyankaଜିରାର୍ଡ ବଟ୍‌ଲର୍‌ଜିରାର୍ଡ୍‌ ବଟ୍‌ଲର ବଲିଉଡ୍‌ ଦେଶୀ ଗାର୍ଲ୍‌ ପ୍ରିୟଙ୍କାଙ୍କର ଜଣେ ବଡ଼ ଫ୍ୟାନ୍‌ । ସେ ତାଙ୍କ ସହ ଫିଲ୍ମ ବି କରିବାକୁ ଚାହୁଁଛନ୍ତି। ଅନେକ ଜାଣିଥିବେ,ବଟଲର୍‌ ଆମୀର ଖାନ୍‌ଙ୍କ ଫିଲ୍ମ ‘ଲଗାନ୍‌’ପାଇଁ ଅଡିଶନ୍‌ ଦେଇଥିଲେ। କିନ୍ତୁ ସେ ସେହି ଫିଲ୍ମ୍‌ରେ କାମ କରିବାକୁ ସୁଯୋଗ ପାଇନଥିଲେ।

aishଜିନ୍‌ କ୍ଲଡ୍‌: ଜିନ୍‌, ସଲ୍‌ମାନ୍‌ ଓ ଐଶ୍ୱର୍ଯ୍ୟାଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କୁ ବଲିଉଡ୍‌ରେ କାମ କରିବା ସମ୍ପର୍କରେ ଥରେ ପଚରା ଯାଇଥିଲା। ଏହାର ଜବାବ୍‌ରେ ସେ ସ୍ପଷ୍ଟ ଭାବେ କହିଥିଲେ, ଯଦି କାମ କରିବେ, ତେବେ କେବଳ ଐଶ୍ୱର୍ଯ୍ୟାଙ୍କ ସହ ହିଁ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story