ବାଘ ନ ଦେଖିଲେ ବିଲେଇ ଦେଖ! ଭେଟନ୍ତୁ ଷ୍ଟାରଙ୍କ ଡୁପ୍ଲିକେଟ୍‌ଙ୍କୁ

ବେଳେ ବେଳେ ପାଖାପାଖି ସମାନ ମୁହଁ ଥିବା ଅନେକ ବ୍ୟକ୍ତି ଦେଖିବାକୁ ମିଳିଥାନ୍ତି। ଏମାନେ କିନ୍ତୁ ଯାଆଁଳା ନୁହଁନ୍ତି। ସେହିପରି ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦେଖିବାକୁ ଅବିକଳ ବଲିଉଡର କେତେକ ଷ୍ଟାରଙ୍କ ଭଳି। ଆସନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଦେଖିବା ଓ ସେମାନଙ୍କ ବିଷୟରେ ଅଳ୍ପ କିଛି ଜାଣିବା। ହରନୀତ ସିଂ– ହରନୀତ ସିଂ ହେଉଛନ୍ତି ଦିଲ୍ଲୀର ଜଣେ ଫ୍ୟାସନ୍‌ ଡିଜାଇନର ଛାତ୍ରୀ। ଅନେକ କହନ୍ତି ସେ ଦେଖିବାକୁ ବଲିଉଡ୍ ଅଭିନେତ୍ରୀ ପରିଣିତି […]

ranbir

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 05:47 AM IST

ବେଳେ ବେଳେ ପାଖାପାଖି ସମାନ ମୁହଁ ଥିବା ଅନେକ ବ୍ୟକ୍ତି ଦେଖିବାକୁ ମିଳିଥାନ୍ତି। ଏମାନେ କିନ୍ତୁ ଯାଆଁଳା ନୁହଁନ୍ତି। ସେହିପରି ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଦେଖିବାକୁ ଅବିକଳ ବଲିଉଡର କେତେକ ଷ୍ଟାରଙ୍କ ଭଳି। ଆସନ୍ତୁ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଦେଖିବା ଓ ସେମାନଙ୍କ ବିଷୟରେ ଅଳ୍ପ କିଛି ଜାଣିବା।

ହରନୀତ ସିଂ- ହରନୀତ ସିଂ ହେଉଛନ୍ତି ଦିଲ୍ଲୀର ଜଣେ ଫ୍ୟାସନ୍‌ ଡିଜାଇନର ଛାତ୍ରୀ। ଅନେକ କହନ୍ତି ସେ ଦେଖିବାକୁ ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ପରି।

ମୁବାସିର ମଲିକ- ଏହି ବ୍ୟକ୍ତି ଜଣକ ଦେଖିବାକୁ ଜନ୍ ଆବ୍ରାହମଙ୍କ ପରି। ତେବେ ମୁବାସିରଙ୍କ ଗାଲରେ ଏକ ଡିମ୍ପଲ୍ ଅଛି। ଜନ୍ ଜଣେ ଅଭିନେତା। ଆଉ ମୁବାସିର ହେଉଛନ୍ତି ସାମ୍ବାଦିକ।

ନଜିମ ଖାନ- ନଜିମ ଖାନ ସଲମାନ ଖାନଙ୍କର ବହୁତ ବଡ଼ ଫ୍ୟାନ୍‌। ସଲମାନ ତାଙ୍କ ଯୁବାବସ୍ଥାରେ ଯେମିତି ଦେଖାଯାଉଥିଲେ ନଜିମ ମଧ୍ୟ ପାଖାପାଖି ସେମିତି ଲାଗନ୍ତି।

ଜୁନୈଦ ଶଦ- ପୂରା ଦେଶ ରଣବୀର କପୁରଙ୍କ ଫ୍ୟାନ୍! କିନ୍ତୁ କାଶ୍ମୀର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଜୁନୈଦଙ୍କ ଫ୍ୟାନ୍। ଜୁନୈଦ ଦେଖିବାକୁ ଅବିକଳ ରଣବୀର କପୁରଙ୍କ ପରି। ତାଙ୍କୁ ଲୋକମାନେ ଅନେକ ଥର ରଣବୀର ଭାବି ଦିଅନ୍ତି। ସେ କାଶ୍ମୀର ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ କରୁଛନ୍ତି।

ଇନ୍ଦୋରରେ ସିଙ୍ଗଡ଼ା ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ମୁହଁ ଶାହାରୁଖ ଖାନ୍‌ଙ୍କ ଚେହେରା ସହିତ ପାଖାପାଖି ମିଶିଯାଏ।

Related story