ତା’ହେଲେ ବିମାନରେ ଏଥିପାଇଁ ରାଗି ଯାଇଥିଲେ କପିଲ?

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି କପିଲ ଶର୍ମା। ତିନୋଟି କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। ପ୍ରଥମ-ନିଜ ଗର୍ଲଫ୍ରେଣ୍ଡ୍ ଗିନ୍ନୀଙ୍କୁ ଦୁନିଆ ସାମ୍ନାକୁ ଆଣି। ଦ୍ୱିତୀୟ- ଅଷ୍ଟ୍ରେଲିଆରୁ ଫେରିବା ବେଳେ ବିମାନରେ ସୁନିଲ ଗ୍ରୋଭରଙ୍କ ସହିତ ଝଗଡ଼ା। ତୃତୀୟ-ମୋଟା ଆକାରର ଆଡ୍‌ଭାନ୍ସ ଟ୍ୟାକ୍ସ ଦେଇ। ତେବେ ଦ୍ୱିତୀୟ କାରଣଟି ସର୍ବାଗ୍ରେ ରହିଛି। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ବିମାନରେ ହୋଇଥିବା ଝଗଡ଼ାକୁ ନେଇ ସୁନୀଲ ଗ୍ରୋଭର କପିଲଙ୍କ ଶୋ’ ମଧ୍ୟ ଛାଡ଼ି ଦେଇଛନ୍ତି। ତେବେ […]

kapil

kapil

Rakesh Mallick
  • Published: Thursday, 23 March 2017
  • Updated: 23 March 2017, 11:47 AM IST

Sports

Latest News

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି କପିଲ ଶର୍ମା। ତିନୋଟି କାରଣରୁ ସେ ଚର୍ଚ୍ଚାରେ ଅଛନ୍ତି। ପ୍ରଥମ-ନିଜ ଗର୍ଲଫ୍ରେଣ୍ଡ୍ ଗିନ୍ନୀଙ୍କୁ ଦୁନିଆ ସାମ୍ନାକୁ ଆଣି। ଦ୍ୱିତୀୟ- ଅଷ୍ଟ୍ରେଲିଆରୁ ଫେରିବା ବେଳେ ବିମାନରେ ସୁନିଲ ଗ୍ରୋଭରଙ୍କ ସହିତ ଝଗଡ଼ା। ତୃତୀୟ-ମୋଟା ଆକାରର ଆଡ୍‌ଭାନ୍ସ ଟ୍ୟାକ୍ସ ଦେଇ। ତେବେ ଦ୍ୱିତୀୟ କାରଣଟି ସର୍ବାଗ୍ରେ ରହିଛି। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ବିମାନରେ ହୋଇଥିବା ଝଗଡ଼ାକୁ ନେଇ ସୁନୀଲ ଗ୍ରୋଭର କପିଲଙ୍କ ଶୋ’ ମଧ୍ୟ ଛାଡ଼ି ଦେଇଛନ୍ତି। ତେବେ କପିଲ ଏମିତି କାଣ୍ଡ କରି ଥିଲେ କ’ଣ ପାଇଁ? ଏବେ ଧୀରେ ଧୀରେ ପଦାକୁ ଆସୁଛି ପୂରା ଘଟଣାକ୍ରମ।

ମିଳିଥିବା ସୂଚନା ଅନୁଯାୟୀ, କପିଲ ନିଜ ଟିମ୍ ସହିତ ଅଷ୍ଟ୍ରେଲିଆରୁ ଫେରିବା ବେଳେ ହ୍ୱିସ୍କିର ଏକ ପୂରା ବୋତଲ ପିଇ ଦେଇଥିଲେ। ବିମାନରେ ଖାଦ୍ୟ ପରିବେଷଣ କରାଗଲା ପରେ ତାଙ୍କର ପୂରା ଟିମ୍ ଖାଇବା ଆରମ୍ଭ କରି ଦେଇଥିଲେ। ଏହାକୁ ନେଇ ରାଗି ଯାଇଥିଲେ କପିଲ। ସେ ଖାଇ ନ ଥିବା ବେଳେ ଅନ୍ୟମାନେ କିପରି ଖାଇବା ଆରମ୍ଭ କରି ଦେଲେ ବୋଲି କପିଲ କହିବା ସହ ଝଗଡ଼ା ଆରମ୍ଭ କରି ଦେଇଥିଲେ। ସେ ଏତେ ଜୋରରେ ଚିଲାଇଲେ ଯେ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ବିବ୍ରତ ହୋଇଗଲେ। ତାଙ୍କ ଟିମ୍‌ର ସଦସ୍ୟମାନେ ପୂରା ଡରି ଯାଇଥିଲେ। କେତେ ଜଣ ଅଧା ଖାଇଥିବା ପ୍ଲେଟକୁ ବିମାନ ପରିଚାରିକାଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହା ଦେଖି କପିଲ୍ ଆହୁରି ରାଗି ଯାଇଥିଲେ। ସେ ନିଜ ଜୋତା ଖୋଲି ସୁନୀଲଙ୍କ ଉପରକୁ ଫୋପାଡ଼ି ଦେଇଥିଲେ। କପିଲ ତାଙ୍କ କଲର ଧରି ଚାପୁଡ଼ା ମାରିଥିଲେ। କିନ୍ତୁ ସୁନୀଲ କିଛି କହି ନ ଥିଲେ। ଅନ୍ୟପକ୍ଷରେ କପିଲ ଆହୁରି ଅଧିକ ରାଗି ଯାଇଥିଲେ ଓ ଗାଳି ଦେବା ଜାରି ରଖିଥିଲେ। ସେ ତାଙ୍କ ଟିମ୍ ସଦସ୍ୟଙ୍କୁ କହିଥିଲେ- ମୁଁ ତୁମ ମାନଙ୍କୁ ତିଆରି କରିଛି। ସମସ୍ତଙ୍କ କ୍ୟାରିୟର ଶେଷ କରି ଦେବି। ତୁମେ ଟିଭି ଲୋକ କ’ଣ ଭାବୁଛ? ସମସ୍ତଙ୍କୁ ବାହାର କରି ଦେବି।

ସୁନୀଲଙ୍କୁ ଦେଖାଇ ସେ କହିଥିଲେ- ତୁ ତ ପଳାଇ ଯାଇଥିଲୁ। ପୁଣି ଫେରି ଆସିଲୁ।

ସୂଚନାଯୋଗ୍ୟ, ମଝିରେ କପିଲଙ୍କ ଶୋ ଛାଡ଼ି ସୁନୀଲ ଅଲଗା ଏକ ଶୋ’ରେ କାମ କରୁଥିଲେ। କିନ୍ତୁ ତାହା ନ ଚାଲିବାରୁ ସେ ପୁଣି କପିଲଙ୍କ ଶୋ’କୁ ଚାଲି ଆସିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos