ଏହି ୪୪ ବର୍ଷୀୟ ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଯିବାକୁ ଚାହାଁନ୍ତି ଟାଇଗର

ମୁମ୍ବାଇ: ବଲିଉଡ୍‌ରେ ଏବେ ନୂଆ ନୂଆ ଅଭିନେତାଙ୍କ ଜଲୱା ଦେଖିବାକୁ ମିଳୁଛି। ଅଳ୍ପ କିଛି ଫିଲ୍ମରେ କାମ କରି ବି ସେମାନେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ସେହିଭଳି କିଛି ଅଭିନେତାଙ୍କ ମଧ୍ୟରେ ଅଛନ୍ତି ବଲିଉଡ୍‌ର ଏକ ନମ୍ବର ଡ୍ୟାନ୍ସିଂ ଷ୍ଟାର ତଥା ‘ବାଗୀ ବୟ’ ଟାଇଗର ଶ୍ରଫ। ସେ କେବଳ ନିଜ ଅଭିନୟରେ ନୁହେଁ, ଫାଇଟ୍‌ ଓ ଡ୍ୟାନ୍ସରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି। ସେ ରିଲ୍‌ ଲାଇଫ୍‌ରେ ଖୁବ୍‌ ସ୍ମାର୍ଟ ଏବଂ ଷ୍ଟାଇଲିସ୍‌ ଦେଖାଗଲେ […]

tiger

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 04:50 PM IST

ମୁମ୍ବାଇ: ବଲିଉଡ୍‌ରେ ଏବେ ନୂଆ ନୂଆ ଅଭିନେତାଙ୍କ ଜଲୱା ଦେଖିବାକୁ ମିଳୁଛି। ଅଳ୍ପ କିଛି ଫିଲ୍ମରେ କାମ କରି ବି ସେମାନେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ସେହିଭଳି କିଛି ଅଭିନେତାଙ୍କ ମଧ୍ୟରେ ଅଛନ୍ତି ବଲିଉଡ୍‌ର ଏକ ନମ୍ବର ଡ୍ୟାନ୍ସିଂ ଷ୍ଟାର ତଥା ‘ବାଗୀ ବୟ’ ଟାଇଗର ଶ୍ରଫ। ସେ କେବଳ ନିଜ ଅଭିନୟରେ ନୁହେଁ, ଫାଇଟ୍‌ ଓ ଡ୍ୟାନ୍ସରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି। ସେ ରିଲ୍‌ ଲାଇଫ୍‌ରେ ଖୁବ୍‌ ସ୍ମାର୍ଟ ଏବଂ ଷ୍ଟାଇଲିସ୍‌ ଦେଖାଗଲେ ବି ରିଅଲ୍‌ ଲାଇଫ୍‌ରେ ବହୁତ ଲାଜୁଆ। ଫିଲ୍ମରେ ସେ ନିଜ ହିରୋଇନ୍‌ମାନଙ୍କ ସହ କଥା ହେବାକୁ ଲାଜ କରନ୍ତି। ଏମିତିକି ତାଙ୍କୁ ଅନ୍ୟ ଅଭିନେତ୍ରୀ ଓ ନିଜ ରିଅଲ ଲାଇଫ୍‌ ପ୍ରେମିକାଙ୍କ ବିଷୟରେ କିଛି ପଚାରିଲେ ସେ ଠିକ୍‌ରେ କିଛି ଉତ୍ତର ଦିଅନ୍ତି ନାହିଁ। କିନ୍ତୁ ନିକଟରେ ଏକ ସାକ୍ଷତକାରରରେ ସେ ନିଜ ଡେଟ୍‌କୁ ନେଇ କରିଛନ୍ତି ବଡ଼ ଖୁଲାସା।

ତାଙ୍କୁ ଏହି ସାକ୍ଷତକାରରେ ପଚରାଯାଇଥିଲା ଯେ  ସେ କେଉଁ ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିବେ। ଉତ୍ତରରେ ସେ ଏମିତି ଜଣେ ଅଭିନେତ୍ରୀଙ୍କ ନାଁ କହିଥିଲେ ଯିଏ ତାଙ୍କ ଠାରୁ ୧୬ ବର୍ଷ ବଡ଼।

ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ୪୪ ବର୍ଷୀୟ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଟାଇଗର କହିଥିଲେ ଯେ ସେ ଫିଲ୍ମ ଦୁନିଆରେ ପାଦ ରଖିବା ବେଳେ ଐଶ୍ୱର୍ଯ୍ୟାଙ୍କୁ ପସନ୍ଦ କରୁଥିଲେ। ଐଶ୍‌ଙ୍କ ସୌନ୍ଦର୍ଯ୍ୟ ତାଙ୍କୁ ଦିୱାନା କରିଥିଲା। ସେ ଏବେବି ଐଶ୍ୱର୍ଯ୍ୟାଙ୍କୁ ପସନ୍ଦ କରନ୍ତି। ତାଙ୍କୁ ସୁଯୋଗ ମିଳିଲେ ସେ ଐଶ୍‌ଙ୍କ ସହ ନିଶ୍ଚିତ ଡେଟ୍‌ରେ ଯିବେ ଓ ତାଙ୍କ ସହ ଫିଲ୍ମ ବି କରିବେ। କାରଣ ଐଶ୍‌ ନିଜଠୁ ବୟସରେ ଛୋଟ ଅଭିନେତାଙ୍କ ସହ ମଧ୍ୟ ଫିଲ୍ମ କରୁଛନ୍ତି।

ନିକଟରେ ଟାଇଗରଙ୍କ ଫିଲ୍ମ ‘ବାଗୀ-୨’ସୁପରହିଟ୍‌ ହୋଇଛି। ଏବେ ସେ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

 

 

 

Related story