ମୁମ୍ବାଇ: କୁହାଯାଏ ଜଣେ ବ୍ୟକ୍ତିଙ୍କ ଚେହାର ଭଳି ଦୁନିଆରେ ୭ ଜଣ ଲୋକ ଥାଆନ୍ତି। କିନ୍ତୁ କେହି ଏହାକୁ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ। କାରଣ କେବେ କେହି ଏଭଳି ଘଟଣାକୁ ସାମ୍ନା କରିନାହାନ୍ତି। ହେଲେ ଏଠି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଚାହୁଁଛୁ, ଯାହାଙ୍କ ଫଟୋ ନେଇ ଏବେ ସୋଶାଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଆସାମର ମଡେଲ ‘ଡାଭିଡ୍ ସାହାରିଆ’ଙ୍କ ଫଟୋ ଇନ୍ଷ୍ଟାଗ୍ରାମ୍ରେ ଆସିବା ପରେ, ତାଙ୍କୁ ସମସ୍ତେ ଅଭିନେତା ‘ଟାଇଗର୍ ଶ୍ରଫ୍’ ବୋଲି କହିବା ଆରମ୍ଭ କରିଛନ୍ତି। କାରଣ ଡାଭିଡ୍ଙ୍କ ଫିଟ୍ନେସ୍ ଏବଂ ଚେହେରା ଏକଦମ୍ ଟାଇଗର୍ଙ୍କ ସହ ମେଳ ଖାଉଛି। ଟାଇଗରଙ୍କ ଭଳି ଡାଭିଡ୍ ଅନୁରୂପ ଚୁଟି ଏବଂ ବଡି ରଖିଛନ୍ତି। ଟାଇଗର୍ ଯେଉଁଭଳି ଷ୍ଟାଇଲ୍ରେ ଫଟୋ ଉଠାନ୍ତି, ଡାଭିଡ୍ ମଧ୍ୟ ଅନୁରୂପ ଢଙ୍ଗରେ ଫଟୋ ଉଠାଇଛନ୍ତି। ଯଦି ଆପଣ ଉଭୟଙ୍କ ଫଟୋ ଦେଖିବେ କିଏ ଅସଲରେ ଟାଇଗର ଓ ଡାଭିଡ୍ ଜାଣିପାରିବେ ନାହିଁ।
ନୂଆକରି ଟାଇଗର୍ ଯେତେବେଳେ ବଲିଉଡ୍ରେ ପାଦ ଦେଇଥିଲେ ଏବଂ ଯେମିତି ଦେଖା ଯାଉଥିଲେ, ଡାଭିଡ୍ ଏବେ ସେମିତି ଦେଖା ଯାଉଛନ୍ତି। ସୋଶାଲ୍ ମଡିଆରେ ଲୋକମାନେ ଡାଭିଡ୍ଙ୍କୁ ଟାଇଗର୍ଙ୍କ ସହ ସମାନ କରି କମେଣ୍ଟ ଦେଇଛନ୍ତି। ତେବେ ଡାଭିଡ୍ ଏହାକୁ ପସନ୍ଦ କରିନାହାନ୍ତି। ସେ କହିଛନ୍ତି, ଟାଇଗର ହେଊଛନ୍ତି ଜଣେ ବଡ଼ ଅଭିନେତା। ମୁଁ କେବେହେଲେ ବି ତାଙ୍କ ସମକକ୍ଷ ହୋଇପାରିବି ନାହିଁ। ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ। ତାଙ୍କ ଡ୍ୟାନ୍ସ ଓ ଫିଟ୍ନେସ୍କୁ ମୁଁ ଅନୁକରଣ କରେ। ୨୦୦୯ରୁ ଡାଭିଡ୍ ତାଙ୍କ ଫିଟେନସ୍କୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ବର୍ତ୍ତମାନ ସେ ଆସାମ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରୁଛନ୍ତି। ସେ ନିଜର କିଛି ଭିଡିଓ ଓ ଫଟୋ ସୋଶାଲ୍ ମଡିଆରେ ଛାଡ଼ିବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।