ଆଜି ଦର୍ଶକ ଭେଟିବେ ନୂଆ ଅନୁରାଗ୍‌ ଓ ପ୍ରେରଣାଙ୍କୁ

ମୁମ୍ବାଇ: ସେହି ଧାରାବାହିକର ଟାଇଟଲ୍‌ ଟ୍ରାକ୍‌କୁ ଆଜି ବି ଦର୍ଶକ ଗୁଣୁଗୁଣେଇ ଥା’ନ୍ତି। ‘ଚାହତ୍‌କି  ସଫର୍‌ ମୈ ଦିଲୋଁକି ହୋସଲେ ଦେଖୋ, ୟେ ଅକ୍ସର ତୁଟ୍‌ ଯାତେ ହୈ କଭି ଆଁସୁ ବହାତେ ହୈଁ, ଫିର୍‌ ଭି ମୁସ୍‌କୁରାତୈ ହେଁ କସୌଟି….’’। ଏବେ ପୁଣି ଏହି ଟାଇଟଲ୍‌ ଟ୍ରାକ୍‌ ଟେଲି ପରଦାକୁ କମ୍‌ବ୍ୟାକ୍‌ କରିଛି।

preranaଆଜ୍ଞା ହଁ, ଦର୍ଶକଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ଟେଲି ପରଦାର ଲୋକପ୍ରିୟ ଧାରବାହିକ ‘କସୌଟି ଜିନ୍ଦେଗୀ କି’ ଆଜିଠୁ ଆରମ୍ଭ ହେବାକୁ ଯାଉଛି।  ଫାର୍ଟ୍‌-୨ର ପ୍ରଥମ ପ୍ରମୋ ଆସିଲା ପରେ  ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି ଆଉ ଧାରାବାହିକକୁ ଚର୍ଚ୍ଚା ବି ଜୋର୍‌ ଧରିଛି। ତେବେ ଆଜି ଦର୍ଶକ ନୂଆ ‘ଅନୁରାଗ୍‌’ ଓ ‘ପ୍ରେରଣା’ଙ୍କୁ ସ୍କ୍ରିନ୍‌ରେ ଦେଖିପାରିବେ। ଏହାର ପ୍ରଯୋଜିକା ଏକ୍‌ତା କପୁର୍‌ ସୋଶାଲ୍‌ ମିଡିଆରେ ଏ ସମ୍ପର୍କିତ ସୂଚନାକୁ  ଶେୟାର୍ କରିଛନ୍ତି। 

ପ୍ରଥମ ପ୍ରମୋରେ ‘ଅନୁରାଗ୍‌’ ଓ ‘ପ୍ରେରଣା’ଙ୍କ ଲଭ୍‌ ଷ୍ଟୋରୀର କିଛି ଝଲକ୍‌ ଦେଖିବାକୁ ମିଳିଥିଲା। ଏଥିରେ ବଲିଉଡ୍‌ ‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ ଏହି ଦୁହିଁଙ୍କ ପ୍ରେମ କାହାଣୀଙ୍କୁ ଉପସ୍ଥାପନ କରିଥିଲେ । ଆଉ ଦ୍ୱିତୀୟ ପ୍ରମୋରେ ‘କୋମଲିକା’ ଚରିତ୍ରକୁ ମଧ୍ୟ ଦେଖିବାକୁ ମିଲିଛି।

ସୂଚନାଯୋଗ୍ୟ, ‘ଅନୁରାଗ୍‌’ ଚରିତ୍ରରେ ପାର୍ଥ ସମ୍‌ଥାନ୍‌ ଓ ‘ପ୍ରେରଣା’ ଚରିତ୍ରରେ ଏରିକା ଫର୍ଣ୍ଣାଡିସ୍‌ ଏବଂ ‘କୋମଲିକା’ ଚରିତ୍ରରେ ହୀନା ଖାନ୍‌  ଅଭିନୟ କରୁଛନ୍ତି।  ‘କସୌଟି ଜିନ୍ଦେଗୀ କି’ ପାର୍ଟ-୨ ଆରମ୍ଭ ହେବା ପୂର୍ବରୁ ପାର୍ଥ ମଧ୍ୟ ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି।

ଧାରାବାହିକ ପ୍ରଥମ ସିଜିନ୍‌ ସୁପରହିଟ୍‌ ହୋଇଥିଲା। ଏହା ସାତ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏବେ ଦେଖିବାକୁ ବାକି ରହିଲା, ଏହାର ପାର୍ଟ୍‌-୨କୁ ଦର୍ଶକ କେମିତି ପସନ୍ଦ କରୁଛନ୍ତି ।

ଆହୁରି ପଢ଼ନ୍ତୁ

‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

ଛେଳିଙ୍କ ଡିସ୍କୋ ଡ୍ୟାନ୍ସ, ଭିଡିଓ ଭାଇରାଲ

ସୁଶାନ୍ତଙ୍କ ଶେଷ ସନ୍ତକ ଜାରି କରି ଇମୋସନାଲ ହେଲେ ରିୟା ଚକ୍ରବର୍ତ୍ତୀ

ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ

୨୧ ଲକ୍ଷ ନିକଟରେ ପହଞ୍ଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୯୩୩ ମୃତ

ଏହି ହିନ୍ଦୀ ଫିଲ୍ମରେ କାମ କରୁଛନ୍ତି ପ୍ରକୃତି, ଶେଆର କଲେ ଫାଷ୍ଟ ଲୁକ୍‌

ରିୟାଙ୍କ କଲ୍‌ ଡିଟେଲ୍‌ସରୁ ଆସିଲା ଏମିତି ତଥ୍ୟ

ପଚରାଉଚରା ବେଳେ ଇଡି ଆଗରେ କ’ଣ କହିଲେ ରିୟା?

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ