ଆଜି ମୁମ୍ବାଇ ଆସିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର ଆଜି ମୁମ୍ବାଇରେ ପହଞ୍ଚିବାର ସମ୍ଭାବନା ଅଛି। ମୁମ୍ବାଇରେ ପହଞ୍ଚିବା ପରେ ସର୍ବସାଧାରଣରେ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖାଯିବ। ଜୁହୁର ପୱନ ହଂସ ମୁକ୍ତିଧାମରେ ଶ୍ରୀଦେବୀଙ୍କ ଶେଷକୃତ୍ୟ ହେବ।ଦୁବାଇରେ ଶ୍ରୀଦେବୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଛି ଏବଂ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ମଧ୍ୟ ସରିଛି। ଶ୍ରୀଦେବୀଙ୍କ ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ପ୍ରଥମେ କୁହାଯାଉଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଗତକାଲି ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ ହୃଦଘାତ ନୁହେଁ ବରଂ ପାଣିରେ ବୁଡ଼ି […]

sridevi

sridevi

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 08:46 AM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର ଆଜି ମୁମ୍ବାଇରେ ପହଞ୍ଚିବାର ସମ୍ଭାବନା ଅଛି। ମୁମ୍ବାଇରେ ପହଞ୍ଚିବା ପରେ ସର୍ବସାଧାରଣରେ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖାଯିବ। ଜୁହୁର ପୱନ ହଂସ ମୁକ୍ତିଧାମରେ ଶ୍ରୀଦେବୀଙ୍କ ଶେଷକୃତ୍ୟ ହେବ।ଦୁବାଇରେ ଶ୍ରୀଦେବୀଙ୍କ ମୃତଦେହ ବ୍ୟବଚ୍ଛେଦ ସରିଛି ଏବଂ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ମଧ୍ୟ ସରିଛି।

ଶ୍ରୀଦେବୀଙ୍କ ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ପ୍ରଥମେ କୁହାଯାଉଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଗତକାଲି ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ ହୃଦଘାତ ନୁହେଁ ବରଂ ପାଣିରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୁର୍ଘଟଣାବଶତଃ ସେ ବାଥଟବ୍‌ରେ ପଡ଼ି ଯାଇଥିଲେ। ଏପରିକି ସେ ମଦ୍ୟପାନ କରିଥିବା କଥା ମଧ୍ୟ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।ୟୁଏଇ ସ୍ୱାସ୍ଥ୍ୟ ବିଭାଗର ପୋଷ୍ଟମର୍ଟମ ରିପୋର୍ଟରେ ଏସବୁ ଉଲ୍ଲେଖ କରାଯାଇଛି,ଯେଉଁ ରିପୋର୍ଟ କି  ସୋସିଏଲ୍ ମିଡିଆରେ ଘୁରି ବୁଲୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos