ଆଠ ବର୍ଷ ହେବ ଅତୁଟ ରେକର୍ଡ, ଜାଣନ୍ତୁ ସବୁଠୁ ଅଧିକ କଲେକ୍ସନ କରିଥିବା ୧୦ଟି ଫିଲ୍ମ ସମ୍ପର୍କରେ

ରିଲିଜ୍‌ ହୋଇଛି ହଲିଉଡ୍‌ ଫିଲ୍ମ ‘ବ୍ଳାକ ପାନ୍ଥର’। ବକ୍ସ ଅଫିସ୍‌ରେ ଫିଲ୍ମଟି ଜବରଦସ୍ତ କଲେକ୍ସନ କରିଛି। ଫିଲ୍ମଟି ପାଞ୍ଚ ଦିନ ମଧ୍ୟରେ ୨୯୦୧ କୋଟି ଟଙ୍କା କମାଇଛି। ଫିଲ୍ମର କଲେକ୍ସନ୍‌ ଦେଖି ଅନୁମାନ କରାଯାଉଛି ଯେ ଖୁବ୍‌ ଶୀଘ୍ର ଫିଲ୍ମଟି ରେକର୍ଡ ଭାଙ୍ଗିବାକୁ ଯାଉଛି। ଏଥିସହ ଫିଲ୍ମଟି ଟପ୍‌-୧୦ ଫିଲ୍ମ ମଧ୍ୟରେ ସାମିଲ୍‌ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ଦର୍ଶକେ ଅପେକ୍ଷା କରିଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ପୂର୍ବରୁ ୧୦ବର୍ଷ ମଧ୍ୟରେ ସବୁଠୁ ଅଧିକ […]

avtar copy

avtar copy

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 03:13 PM IST

ରିଲିଜ୍‌ ହୋଇଛି ହଲିଉଡ୍‌ ଫିଲ୍ମ ‘ବ୍ଳାକ ପାନ୍ଥର’। ବକ୍ସ ଅଫିସ୍‌ରେ ଫିଲ୍ମଟି ଜବରଦସ୍ତ କଲେକ୍ସନ କରିଛି। ଫିଲ୍ମଟି ପାଞ୍ଚ ଦିନ ମଧ୍ୟରେ ୨୯୦୧ କୋଟି ଟଙ୍କା କମାଇଛି। ଫିଲ୍ମର କଲେକ୍ସନ୍‌ ଦେଖି ଅନୁମାନ କରାଯାଉଛି ଯେ ଖୁବ୍‌ ଶୀଘ୍ର ଫିଲ୍ମଟି ରେକର୍ଡ ଭାଙ୍ଗିବାକୁ ଯାଉଛି। ଏଥିସହ ଫିଲ୍ମଟି ଟପ୍‌-୧୦ ଫିଲ୍ମ ମଧ୍ୟରେ ସାମିଲ୍‌ ହୋଇପାରୁଛି କି ନାହିଁ ତାହା ଦେଖିବାକୁ ଦର୍ଶକେ ଅପେକ୍ଷା କରିଛନ୍ତି। ତେବେ ଆଜି ଆସନ୍ତୁ ଜାଣିବା ପୂର୍ବରୁ ୧୦ବର୍ଷ ମଧ୍ୟରେ ସବୁଠୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ସମ୍ପର୍କରେ।

୧) ଅବତାର

ଜେମ୍ସ କେମରୋନ୍‌ଙ୍କ ଦ୍ୱାରା ନିର୍ମିତ ହଲିଉଡ୍‌ ଫିଲ୍ମ ‘ଅବତାର’ ଗତ ୮ବର୍ଷ ହେବ ସବୁଠୁ ଅଧିକ କଲେକ୍ସନ କରିଛି। ୧୮ଡିସେମ୍ବର ୨୦୦୯ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ୧୯୯୭ର ସୁପରହିଟ୍‌ ଫିଲ୍ମ ‘ଟାଇଟେନିକ୍‌’ର ରେକର୍ଡ ମଧ୍ୟ ଭାଙ୍ଗି ଦେଇଥିଲା। ବକ୍ସ ଅଫିସ୍‌ରେ ଏହାର କଲେକ୍ସନ ଥିଲା ୧୮୦୩୩କେଟି।

ଟାଇଟେନିକ୍‌

ଦ୍ୱିତୀୟରେ ରହିଛି ‘ଟାଇଟେନିକ୍‌’। ୧୯୯୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ରେ କଲେକ୍ସନ ଥିଲା ୧୪୩୦୪ କୋଟି।

୩) ଷ୍ଟାର ୱାର୍ସ EP-4: ଦ ଆୱାକେନ୍ସ

ତୃତୀୟରେ ରହିଛି ‘ଷ୍ଟାର ୱାର୍ସ EP-4: ଦ ଆୱାକେନ୍ସ’। ୨୦୧୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ରେ କଲେକ୍ସନ ଥିଲା ୧୩,୩୩୫ କୋଟି।

୪)ଜୁରାସିକ୍‌ ୱାର୍ଲ୍ଡ

ଚତୁର୍ଥରେ ରହିଛି ‘ଜୁରାସିକ୍‌ ୱାର୍ଲ୍ଡ’। ୨୦୧୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ ଥିଲା ୧୦,୮୨୮ କୋଟି।

ଦ ଆଭଞ୍ଜରସ୍‌

ପଞ୍ଚମରେ ରହିଛି ‘ଦ ଆଭେଞ୍ଜରସ୍‌’। ୨୦୧୨ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ ଥିଲା ୯,୮୪୨ କୋଟି।

୬) ଫ୍ୟୁରିଅସ୍‌-୭

ଷଷ୍ଠରେ ରହିଛି ‘ଫ୍ୟୁରିଅସ୍‌-୭’। ୨୦୧୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସଅଫିସ୍‌ କଲେକ୍ସନ ଥିଲା ୯୫୮୩କୋଟି।

୭) ହ୍ୟାରି ପୋର୍ଟର ଆଣ୍ଡ ଡେଥି ହଲୋଜ୍‌ ପାର୍ଟ-୨

ସପ୍ତମରେ ରହିଛି ‘ହ୍ୟାରି ପୋର୍ଟର ଆଣ୍ଡ ଡେଥି ହଲୋଜ୍‌ ପାର୍ଟ-୨’। ୨୦୧୧ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ ଥିଲା ୯୬୮୯ କୋଟି।

୮) ଆଭେଞ୍ଜର୍ସ: ଏଜ୍‌ ଅଫ୍ ଅଲ୍‌ଟ୍ରନ୍‌

ଅଷ୍ଟମରେ ରହିଛି ‘ଆଭେଞ୍ଜର୍ସ: ଏଜ୍‌ ଅଫ୍ ଅଲ୍‌ଟ୍ରନ୍‌’ । ୨୦୦୫ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ ଥିଲା ୯୧୨୧ କୋଟି।

୯) ଷ୍ଟାର ୱାର: ଦ ଲାଷ୍ଟ ଜେଡି

ନବମ ସ୍ଥାନରେ ରହିଛି ‘ଷ୍ଟାର ୱାର: ଦ ଲାଷ୍ଟ ଜେଡି’। ୨୦୧୭ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ ଥିଲା ୮୫୭୧ କୋଟି।

୧୦) ଫ୍ରାଞ୍ଜନ୍‌

ଦଶମ ସ୍ଥାନରେ ରହିଛି ‘ଫ୍ରାଞ୍ଜନ୍‌’। ୨୦୧୩ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମର ବକ୍ସ ଅଫିସ୍‌ କଲେକ୍ସନ ଥିଲା ୮୨୫୩ କୋଟି।

 

 

 

 

 

 

 

 

 

 

 

 

 

 

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos