ପୁନମଙ୍କ ନୂଆ ଅବତାର

ମୁମ୍ବାଇ: ପୁନମ ପାଣ୍ଡେଙ୍କ ନୂଆ ଅବତାର । ପୁଣି ଟପ୍‌ଲେସ୍ ହେଲେ ପୁନମ। ଏମିତି ଏକ ବୋଲଡ୍‌ ସିନ୍‌ ସୁଟ୍‌ କରି ନିଜେ ପୁନମ ଆଜି ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି। ଅର୍ଦ୍ଧନଗ୍ନ ଶରୀରର ଏହି  ଫଟୋକୁ ନେଇ ତାଙ୍କ କ୍ରେଜ୍ ବଢିଯାଇଛି। ଏହି ଫଟୋଟି  ହେଉଛି ତାଙ୍କ ଆଗାମୀ ପ୍ରୋଜେକ୍ଟର ଏକ ଅଂଶବିଷେଶ। ହେଲେ ଏହି  ପ୍ରୋଜେକ୍ଟଟି  ଟପ୍‌ସିକ୍ରେଟ ବୋଲି ସେ କହିଛନ୍ତି। ଏବେଠାରୁ ଏ ସମ୍ପର୍କରେ କିଛି ସେୟାର କରିବାକୁ ଇଛା କରିନାହାନ୍ତି ପୁନମ।

ବଲିଉଡର୍‌ ଗ୍ଲାମର ଗର୍ଲ ପୁନମ ଅନେକ ସମୟରେ ନିଜର ସେକ୍ସି ଇମେଜ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏଭଳି ଏକ ଭିଡିଓ ଅପଲୋଡ଼ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୧ରେ  ବିବାଦୀୟ ବୟାନ ଦେଇ ଲୋକଲୋଚନକୁ ଆସିଥିଲେ ପୁନମ। କହିଥିଲେ ଯଦି ଭାରତ ବିଶ୍ୱକପ୍ ଜିତେ ତେବେ ସେ ସର୍ବସମ୍ମୁଖରେ ଉଲଗ୍ନ ହେବାକୁ କୁଣ୍ଠିତ ହେବେ ନାହିଁ। ସେତେବେଳେ ତାଙ୍କର ଏଭଳି ମତ ଦେଶରେ ହଟଚମଟ ସୃଷ୍ଟି କରିଥିଲା।