ରିଲିଜ୍ ହେଲା ବିଗ୍ବିଙ୍କ ଫିଲ୍ମ ‘ବଦଲା’ର ଟ୍ରେଲର୍
ମୁମ୍ବାଇ: ରିଲିଜ୍ ହୋଇଯାଇଛି ଫିଲ୍ମ ‘ବଦଲା’ର ଟ୍ରେଲର୍। ସିନେମାର କାହାଣୀ ବେଶ୍ ଦମ୍ଦାର ଥିବାବେଳେ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ତାପସୀ ପନ୍ନୁ। ଫିଲ୍ମରେ ଅମିତାଭଙ୍କୁ ଜଣେ ପୁଲିସ୍ ଅଫିସର୍ ଚରିତ୍ରରେ ଦେଖିବାକୁ ମିଳିଛିା ଟ୍ରେଲର୍ ଆରମ୍ଭରେ ଅମିତାଭ ଗୋଟେ ଦମ୍ଦାର୍ ଡାଇଲଗ୍ କହୁଛନ୍ତି, ‘ବଦଲା ଲେନା ହର ବାର ସହି ନେହି ହୋତା, ଲେକିନ୍ ମାଫ୍ କରଦେନା ଭି ହର୍ ବାର୍ ସହି ନେହିଁ ହୋତା’। ଟ୍ରେଲର୍ ରିଲିଜ୍ ହେବାର ମାତ୍ର ୨ ଘଣ୍ଟା ଭିତରେ ଏହାକୁ ୪ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଟ୍ରେଲର୍ଟିକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି।
Badla lena har baar sahi nahi hota, lekin maaf kar dena bhi har baar sahi nahi hota .#BadlaTrailerTomorrow@Taapsee @sujoy_g @iamsrk @gaurikhan @SunirKheterpal @PuriAkshai @_GauravVerma @RedChilliesEnt @iAmAzure pic.twitter.com/igzO039m9X
— Amitabh Bachchan (@SrBachchan) February 11, 2019
ଟ୍ରେଲର୍ ଆରମ୍ଭରେ ଘର ଭିତରେ ଏକ ହତ୍ୟା ହୋଇଯାଉଥିବା ଦେଖିବାକୁ ମିଳିଛି। ଯାହାର ଇନଭେଷ୍ଟିଗେସନ୍ ଦାୟିତ୍ୱ ଅମିତାଭଙ୍କୁ ଦିଆଯାଇଛି। କିଭଳି ଭାବେ ସେ ଏହି ମର୍ଡର ମିଷ୍ଟ୍ରିକୁ ସଲ୍ଭ କରୁଛନ୍ତି, ତାକୁ ଅତି ସୁନ୍ଦର ଭାବେ ପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ସୁଜୟ ଘୋଷ।
ନିର୍ଦ୍ଦେଶକ ସୁଜୟଙ୍କ ସହ ଅମିତାଭଙ୍କର ଏହା ତୃତୀୟ ସିନେମା ହୋଇଥିବାବେଳେ ତାପସୀଙ୍କ ସହ ଅମିତାଭଙ୍କୁ ଦ୍ୱିତୀୟ ଥର ପାଇଁ ଦେଖିବେ ଦର୍ଶକ। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୮ ତାରିଖରେ ପରଦାକୁ ଆାସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।