ପାକିସ୍ତାନରେ ଜଳି ନ ପାରେ ସଲମାନଙ୍କ ‘ଟ୍ୟୁବ୍‌ଲାଇଟ୍‌’; ପଢ଼ନ୍ତୁ କାହିଁକି

ମୁମ୍ୱାଇ: ଚଳିତବର୍ଷ ଇଦ୍‌ରେ ପାକିସ୍ତାନରେ ରିଲିଜ୍ ହୋଇନପାରେ ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ୍ ‘ଟ୍ୟୁବ୍‌ଲାଇଟ୍‌’। କାରଣ ଏହାକୁ ସେଠାକାର ଫିଲ୍ମ ପ୍ରଯୋଜକ ଓ ଡିଷ୍ଟ୍ରିବ୍ୟୁଟର ବିରୋଧ କରୁଛନ୍ତି। ଇଦ୍‌ରେ ପାକିସ୍ତାନରେ ’ଟ୍ୟୁବ୍‌ଲାଇଟ୍’ ରିଲିଜ୍ ହେଲେ ସେଠାକାର ସ୍ଥାନୀୟ ଫିଲ୍ମଗୁଡ଼ିକ ମାଡ଼ ଖାଇ ଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଇଦ୍ ଅବସରରେ ସେଠାରେ ଦୁଇଟି ଫିଲ୍ମ ‘ୟଲ୍‌ଗାର’ ଓ ‘ଶୋର ଶରାବା’ ରିଲିଜ୍‌ ହେବାକୁ ଯାଉଛି। ଏହା ସହିତ  ଆଉ କିଛି ଫିଲ୍ମ ରିଲିଜ୍‌ କରିବାକୁ ମଧ୍ୟ […]

salman

salman

Rakesh Mallick
  • Published: Monday, 01 May 2017
  • Updated: 01 May 2017, 09:05 AM IST

Sports

Latest News

ମୁମ୍ୱାଇ: ଚଳିତବର୍ଷ ଇଦ୍‌ରେ ପାକିସ୍ତାନରେ ରିଲିଜ୍ ହୋଇନପାରେ ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ୍ ‘ଟ୍ୟୁବ୍‌ଲାଇଟ୍‌’। କାରଣ ଏହାକୁ ସେଠାକାର ଫିଲ୍ମ ପ୍ରଯୋଜକ ଓ ଡିଷ୍ଟ୍ରିବ୍ୟୁଟର ବିରୋଧ କରୁଛନ୍ତି। ଇଦ୍‌ରେ ପାକିସ୍ତାନରେ ’ଟ୍ୟୁବ୍‌ଲାଇଟ୍’ ରିଲିଜ୍ ହେଲେ ସେଠାକାର ସ୍ଥାନୀୟ ଫିଲ୍ମଗୁଡ଼ିକ ମାଡ଼ ଖାଇ ଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ଇଦ୍ ଅବସରରେ ସେଠାରେ ଦୁଇଟି ଫିଲ୍ମ ‘ୟଲ୍‌ଗାର’ ଓ ‘ଶୋର ଶରାବା’ ରିଲିଜ୍‌ ହେବାକୁ ଯାଉଛି। ଏହା ସହିତ  ଆଉ କିଛି ଫିଲ୍ମ ରିଲିଜ୍‌ କରିବାକୁ ମଧ୍ୟ ଯୋଜନା କରାଯାଉଛି।

ସଲମାନଙ୍କ କ୍ରେଜ୍‌ ସାରା ବିଶ୍ୱରେ ଅଛି। ତେଣୁ ଇଦ୍‌ ଅବସରରେ ‘ଟ୍ୟୁବ୍‌ଲାଇଟ୍‌’  ପାକିସ୍ତାନରେ ରିଲିଜ୍‌ ହେଲେ ଆଉ ସବୁ ଫିଲ୍ମର ବେପାର ମାନ୍ଦା ହୋଇଯିବ ବୋଲି ସେଠାକାର ପ୍ରଯୋଜକ ଓ ଡିଷ୍ଟ୍ରିବ୍ୟୁଟର କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos