ବଲିଉଡ୍‌ରେ ଡେବ୍ୟୁ କରିବେ 'ଡ୍ୟାନ୍‌ସ୍‌ ପ୍ଲସ୍‌’ର ଜଜ୍‌ ଶକ୍ତି ମୋହନ

ମୁମ୍ୱାଇ: ବରୁଣ ଧୱନ୍‌ଙ୍କ ଅପ୍‌ କମିଂ ଫିଲ୍ମ ABCD 3 ଏବେ ଚର୍ଚ୍ଚାରେ ରହିଛି। ଲୋକପ୍ରିୟ ଟିଭି ଅଭିନେତ୍ରୀ ଓ ଡ୍ୟାନ୍ସର୍‌ ଶକ୍ତି ମୋହନ ରିମୋ ଡିସୋଜାଙ୍କ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିବେ। ଏକ ଇନଣ୍ଟରଭ୍ୟୁରେ ନିଜେ ଶକ୍ତି ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ବରୁଣ୍‌ ଧୱନ୍‌ ଲିଡ୍‌ ରୋଲ୍‌ରେ ଥିବାବେଳେ ତାଙ୍କ ସହ ଶ୍ରଦ୍ଧା କପୁର୍‌ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି। https://www.instagram.com/p/BruVVa9BgJh/?utm_source=ig_web_copy_link ଶକ୍ତି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, “ନିଜ ମେଣ୍ଟର୍‌ […]

shakti

shakti

Puspanjali Panda
  • Published: Wednesday, 16 January 2019
  • Updated: 16 January 2019, 07:54 AM IST

Sports

Latest News

ମୁମ୍ୱାଇ: ବରୁଣ ଧୱନ୍‌ଙ୍କ ଅପ୍‌ କମିଂ ଫିଲ୍ମ ABCD 3 ଏବେ ଚର୍ଚ୍ଚାରେ ରହିଛି। ଲୋକପ୍ରିୟ ଟିଭି ଅଭିନେତ୍ରୀ ଓ ଡ୍ୟାନ୍ସର୍‌ ଶକ୍ତି ମୋହନ ରିମୋ ଡିସୋଜାଙ୍କ ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିବେ। ଏକ ଇନଣ୍ଟରଭ୍ୟୁରେ ନିଜେ ଶକ୍ତି ଏହି ସୂଚନା ଦେଇଛନ୍ତି।

ଫିଲ୍ମରେ ବରୁଣ୍‌ ଧୱନ୍‌ ଲିଡ୍‌ ରୋଲ୍‌ରେ ଥିବାବେଳେ ତାଙ୍କ ସହ ଶ୍ରଦ୍ଧା କପୁର୍‌ ସ୍କ୍ରିନ୍‌ ଶେଆର୍‌ କରିବାକୁ ଯାଉଛନ୍ତି।
https://www.instagram.com/p/BruVVa9BgJh/?utm_source=ig_web_copy_link

ଶକ୍ତି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, “ନିଜ ମେଣ୍ଟର୍‌ ରିମୋ ଡିସୋଜାଙ୍କ ଫିଲ୍ମରେ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଥିବାରୁ ମୁଁ ଖୁବ୍‌ ଉତ୍ସାହିତ ଅଛି।" ସେ ଆହୁରି ମଧ୍ୟ କହିଥିଲେ, "ମୋତେ ଅଭିନୟ କରିବା ପାଇଁ ଭଲ ଲାଗେ ନାହିଁ। କିନ୍ତୁ ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। କାହିଁକି ନା ଏହା ହେଉଛି, ମୋ ପାଇଁ ଏକ ଡ୍ୟାନ୍ସ ଫିଲ୍ମ ଏବଂ ମୁଁ କୋଚ୍‌ ରିମୋଙ୍କ ସହ ଏକାଠି କାମ କରିବାକୁ ଯାଉଛି।“

ଫିଲ୍ମର ଶୁଟିଂ ପାଇଁ ଶକ୍ତି ପୂରା ଟିମ୍‌ ସହିତ ଲଣ୍ଡନ ଯାଉଛନ୍ତି। ସେ କହିଛନ୍ତି, “ମୁଁ ଆଶା କରୁଛି ଏହି ଶୁଟିଂ ମୋ ପାଇଁ ଏକ ପିକ୍‌ନିକ୍‌ ପରି ହେଉ।“
ବରୁଣ ଧୱନ୍‌ ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍ ରେ ଶେଆର୍‌ କରି ଲେଖିଥିଲେ, "ABCD 3 ଇଜ୍‌ ବ୍ୟାକ୍‌।"
https://www.instagram.com/p/BsSZOBTB9E_/?utm_source=ig_web_copy_link

ଫିଲ୍ମ 'ଭାରତ'ର ଶୁଟିଂ ପାଇଁ ବ୍ୟସ୍ତି ଥିବା ଯୋଗୁ  ABCD 3କୁ କ୍ୟାଟ୍‌ରିନା କୈଫ୍‌ ମନା କରିବା ପରେ ଶ୍ରଦ୍ଧା କପୁର୍‌ ଏହି ଫିଲ୍ମ ପାଇଁ ସାଇନ୍‌ କରିଛନ୍ତି। ABCD 2ରେ ବରୁଣ୍‌ ଓ ଶ୍ରଦ୍ଧାଙ୍କର କେମିଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos