ସୁଟିଂ ସେଟ୍‌ରେ ବେହୋସ୍‌ ହୋଇପଡ଼ିଲେ ସିମରନ୍‌

ମୁମ୍ୱାଇ: ଟେଲିଭିଜନ ଶୋ’ର ବ୍ୟସ୍ତ ସିଡ୍ୟୁଲ୍‌ ଯୋଗୁ ଏଥିରେ କାମ କରୁଥିବା କଳାକାର ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିନଥାନ୍ତି। ନିକଟରେ ସିରିୟଲ୍‌ ‘ଇଶାରେଁ ଇଶାରେଁ’ର ଅଭିନେତ୍ରୀ ସିମରନ୍‌ ପରିଜା ଅସୁସ୍ଥ ହୋଇ ପଡ଼ିଥିବା ଖବର ଶୁଣିବାକୁ ମିଳିଛି। ସିମରନ୍‌ ଏତେ ଅସୁସ୍ଥ ଥିଲେ ଯେ ସୁଟିଙ୍ଗ୍‌ ସେଟ୍‌ରେ ବେହୋସ୍‌ ହୋଇ ପଡ଼ିଥିଲେ। ଏହି ସିରିଏଲ୍‌ରେ ସିମରନ୍‌ ଜଣେ ମୂକ ଝିଅ ଚରିତ୍ରରେ ଅଭିନୟ କରୁଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁସାରେ ଗତ କିଛି ଦିନ ଧରି […]

sssss

sssss

Puspanjali Panda
  • Published: Tuesday, 10 September 2019
  • Updated: 10 September 2019, 10:12 AM IST

Sports

Latest News

ମୁମ୍ୱାଇ: ଟେଲିଭିଜନ ଶୋ’ର ବ୍ୟସ୍ତ ସିଡ୍ୟୁଲ୍‌ ଯୋଗୁ ଏଥିରେ କାମ କରୁଥିବା କଳାକାର ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିନଥାନ୍ତି। ନିକଟରେ ସିରିୟଲ୍‌ ‘ଇଶାରେଁ ଇଶାରେଁ’ର ଅଭିନେତ୍ରୀ ସିମରନ୍‌ ପରିଜା ଅସୁସ୍ଥ ହୋଇ ପଡ଼ିଥିବା ଖବର ଶୁଣିବାକୁ ମିଳିଛି। ସିମରନ୍‌ ଏତେ ଅସୁସ୍ଥ ଥିଲେ ଯେ ସୁଟିଙ୍ଗ୍‌ ସେଟ୍‌ରେ ବେହୋସ୍‌ ହୋଇ ପଡ଼ିଥିଲେ।

ଏହି ସିରିଏଲ୍‌ରେ ସିମରନ୍‌ ଜଣେ ମୂକ ଝିଅ ଚରିତ୍ରରେ ଅଭିନୟ କରୁଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆର ଖବର ଅନୁସାରେ ଗତ କିଛି ଦିନ ଧରି ସିମରନଙ୍କ ଗଳାରେ ଇନ୍‌ଫେକସନ୍‌ ଥିଲା। କିନ୍ତୁ କାମରେ ବ୍ୟସ୍ତ ରହିବା କାରଣରୁ ସେ ଡାକ୍ତରଙ୍କ ପାଖକୁ ଯାଇପାରିନଥିଲେ।

https://www.instagram.com/p/BtLeSB_nj3T/?utm_source=ig_web_copy_link

ଏହାକୁ ନେଇ ସିମରନ୍‌ କହିଛନ୍ତି, ‘ଟେଲିଭିଜନରେ କାମ କଲେ ମଝିରେ ମଝିରେ ଆମକୁ  ବ୍ରେକ୍‌ ମିଳିଥାଏ। କିନ୍ତୁ ଅନ୍ୟମାନଙ୍କ ପରି ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିନଥାଏ। ମୁଁ କିଛି ଦିନ ଧରି ଅସୁସ୍ଥ ଥିଲି କିନ୍ତୁ ଡାକ୍ତରଙ୍କ ପାଖକୁ ଯାଇପାରିନଥିଲି। ସିରିଏଲ୍‌ରେ ବିବାହ ସିକ୍ୟୁଏନ୍ସ ଥିବା ଯୋଗୁ ମୁଁ ସୁଟ୍‌ରେ ବ୍ୟସ୍ତ ରହିଥିଲି। ସେଟ୍‌ରେ ବେହୋସ୍‌ ହେବା ପରେ ସ୍ୱାସ୍ଥ୍ୟକୁ ଅବହେଳା କରିବା କେତେ କ୍ଷତିକାରକ ମୁଁ ଜାଣିପାରିଲି। ବର୍ତ୍ତମାନ ମୁଁ ସୁସ୍ଥ ଅଛି। ଖୁବ୍‌ ଶୀଘ୍ର ସେଟ୍‌କୁ ଫେରିବି’

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସିରିଏଲ୍‌ ‘ଇସ୍କ ସୁଫିଆନା’ର ଅଭିନେତ୍ରୀ ହେଲି ଶାହ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସେ ୬ରୁ ୧୦ ଦିନ ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ସୁଟିଙ୍ଗ୍‌ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos