ରାଜେଶ ଖନ୍ନା ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଦେଖୁ ଦେଖୁ ସବୁ ରୁମ୍ ବୁକ୍ ହୋଇଯାଇଥିଲା

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା ୭ ବର୍ଷ ହେଲାଣି ଏ ଦୁନିଆ ଛାଡ଼ି ଚାଲିଗଲେଣି। କ୍ୟାନସରରେ ପୀଡ଼ିତ ହୋଇ ୨୦୧୨ ଜୁଲାଇ ୧୮ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଇଣ୍ଡଷ୍ଟ୍ରିରେ ‘କାକା’ ନାଁରେ ପରିଚିତ ଏହି ଅଭିନେତାଙ୍କ ଫିଲ୍ମ ବ୍ୟାକ୍‌ ଟୁ ବ୍ୟାକ୍‌ ସଫଳତା ପାଇଥିଲା। ରାଜେଶଙ୍କ ପରି ଷ୍ଟାରଡମ୍‌ ଏଯାବତ୍‌ ଆଉ କାହାକୁ ମିଳିନାହିଁ। ୧୯୪୨ ମସିହା ଡିସେମ୍ବର ୨୯ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମ ହୋଇଥିଲେ ରାଜେଶ ଖନ୍ନା। […]

rajesh-5..

rajesh-5..

Niharika Rout
  • Published: Friday, 19 July 2019
  • Updated: 19 July 2019, 01:57 PM IST

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା ୭ ବର୍ଷ ହେଲାଣି ଏ ଦୁନିଆ ଛାଡ଼ି ଚାଲିଗଲେଣି। କ୍ୟାନସରରେ ପୀଡ଼ିତ ହୋଇ ୨୦୧୨ ଜୁଲାଇ ୧୮ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଇଣ୍ଡଷ୍ଟ୍ରିରେ ‘କାକା’ ନାଁରେ ପରିଚିତ ଏହି ଅଭିନେତାଙ୍କ ଫିଲ୍ମ ବ୍ୟାକ୍‌ ଟୁ ବ୍ୟାକ୍‌ ସଫଳତା ପାଇଥିଲା। ରାଜେଶଙ୍କ ପରି ଷ୍ଟାରଡମ୍‌ ଏଯାବତ୍‌ ଆଉ କାହାକୁ ମିଳିନାହିଁ।

୧୯୪୨ ମସିହା ଡିସେମ୍ବର ୨୯ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମ ହୋଇଥିଲେ ରାଜେଶ ଖନ୍ନା। ତାଙ୍କ ପିଲା ବେଳର ନାଁ ଥିଲା ଯତୀନ ଖନ୍ନା। ତାଙ୍କ ବାପାମା’ ତାଙ୍କୁ ଚୁନ୍ନିଲାଲ ଖନ୍ନା ନାମକ ଜଣେ ସଂପର୍କୀୟଙ୍କ ହାତରେ ଟେକି ଦେଇଥିଲେ। ଚୁନ୍ନିଲାଲ ତାଙ୍କୁ ଦିଲ୍ଲୀର ଏକ ପ୍ରତିଷ୍ଠିତ ସ୍କୁଲରେ ପାଠ ପଢ଼ାଇଥିଲେ। ପରେ ସେ ରାଜେଶ ଖନ୍ନା ନାମରେ ଦୁନିଆ ସାମ୍ନାରେ ପରିଚିତ ହେଲେ।

ରାଜେଶ ଖନ୍ନା ନିଜ ଫିଲ୍ମି କ୍ୟାରିଅର ୧୯୬୬ ମସିହାରେ ‘ଆଖିର ଖତ୍‌’ରୁ ଆରମ୍ଭ କରିଥିଲେ। ଏହାପରେ ୧୯୬୯ ମସିହାରେ ଆସିଥିବା ଫିଲ୍ମ ‘ଆରାଧନା’ ରାତାରାତି ତାଙ୍କୁ ସୁରପଷ୍ଟାର କରିଦେଲା। ୧୯୭୧ ମସିହା ପର୍ଯ୍ୟନ୍ତ ଲଗାତାର ୧୫ଟି ହିଟ୍‌ ଫିଲ୍ମ ଦେଇଥିଲେ ରାଜେଶ ଖନ୍ନା। ସେ ପ୍ରାୟ ୧୬୮ ଫିଲ୍ମରେ କାମ କରିଥିଲେ।  ୧୯୭୦ ମସିହାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ହିନ୍ଦୀ ସିନେମାର ସବୁଠୁ ଅଧିକ ଫିସ୍‌ ନେଉଥିବା ଆକ୍ଟର ଥିଲେ। ମୃତ୍ୟୁ ପରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଆସନ୍ତୁ ଜାଣିବା ଏହି ସୁପରଷ୍ଟାରଙ୍କ ବିଷୟରେ କିଛି ରୋଚକ କଥା।

୧-ଆଜିକାଲି ହେଉଥିବା ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ପରି ୧୯୬୫ ମସିହାରେ ଏପରି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେତା ହୋଇଥିଲେ ରାଜେଶ ଖନ୍ନା। ଏହି ପ୍ରତିଯୋଗିତରେ ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ସାମିଲ ହୋଇଥିଲେ।

୨-୧୯୬୯ରୁ ୭୫ ମସିହା ପର୍ଯ୍ୟନ୍ତ ରାଜେଶ ଖନ୍ନା ସୁପରଷ୍ଟାର ଥିଲେ। ଉକ୍ତ ସମୟରେ ଜନ୍ମ ହେଉଥିବା ବହୁ ପିଲାଙ୍କ ନାମ ବାପାମା’ ରାଜେଶ ରଖୁଥିଲେ।

୩- କ୍ୟାରିଅର ଆରମ୍ଭ ସମୟରେ ସେ ଯେଉଁଭଳି କାର୍‌ ଧରି ନିର୍ମାତାଙ୍କ ଅଫିସ୍‌କୁ ଯାଉଥିଲେ, ବଡ଼ ବଡ଼ ଷ୍ଟାର ବି ସେପରି କାର୍‌ ବ୍ୟବହାର କରୁ ନ ଥିଲେ।

-ଯୁବତୀଙ୍କ ମଧ୍ୟରେ କାକା ଖୁବ୍‌ ଲୋକପ୍ରିୟ ଥିଲେ। ବହୁ ଯୁବତୀ ରକ୍ତରେ ତାଙ୍କ ନିକଟକୁ ଚିଠି ଲେଖୁଥିବା ବେଳେ ବହୁ ଜଣ ତାଙ୍କ ଫଟୋକୁ ହିଁ ବାହା ହୋଇଯାଉଥିଲେ। ଆଉ କିଏ କିଏ ନିଜ ହାତରେ ରାଜେଶଙ୍କ ନାମରେ ଲେଖି ଦେଉଥିଲେ।

୫-ଷ୍ଟୁଡିଓ ବାହାରେ ରାଜେଶଙ୍କ ଗାଡ଼ି ଦେଖିଲେ, ଯୁବତୀମାନେ ତାହାକୁ ନିଜ ଲିପ୍‌ଷ୍ଟିକ୍‌ରେ ଲାଲ କରି ଦେଉଥିଲେ।

୬-ପାଇଲ୍ସ ଅପରେସନ୍‌ ଲାଗି ଥରେ ରାଜେଶ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସବୁଠୁ ମଜାଦାର କଥା ହେଉଛି, ସେଠାରେ ମଧ୍ୟ ତାଙ୍କ ଆଖପାଖ ରୁମ୍‌କୁ ନିର୍ମାତାମାନେ ବୁକ୍‌ କରି ଦେଇଥିଲେ। କାରଣ ସୁଯୋଗ ପାଇଲେ ସେମାନେ ରାଜେଶଙ୍କୁ ଦେଖା କରି ନିଜ ଫିଲ୍ମ ଲାଗି ସାଇନ୍‌ କରାଇ ନେବେ ବୋଲି ଭାବିଥିଲେ।

୭-  ମୁମ୍‌ତାଜ ଓ ଶର୍ମିଲା ଟାଗୋରଙ୍କ ସହ ତାଙ୍କ ଯୋଡ଼ି ସୁପରହିଟ୍‌ ଥିଲା। କେବଳ ମୁମତାଜଙ୍କ ସହ ସେ ୮ଟି ସୁପରହିଟ୍‌ ଫିଲ୍ମ ଦେଇଥିଲେ।

୮- ‘ଜଞ୍ଜିର’ ଓ ‘ଶୋଲେ’ ପରି ଆକ୍ସନ ଫିଲ୍ମରେ ଅମିତାଭଙ୍କ ଅଭିନୟ ଦେଖି ଫ୍ୟାନ୍‌ମାନେ ରାଜେଶଙ୍କ ରୋମାଣ୍ଟିକ୍‌ ଫିଲ୍ମରୁ ଧୀରେ ଧୀରେ ମୁହଁ ଫେରାଇ ନେଇଥିଲେ।  ଏହାପରଠାରୁ ରାଜେଶଙ୍କ ବହୁ ଫିଲ୍ମ ଫ୍ଲଫ୍‌  ହେବାକୁ ଲାଗିଲା।

୯- ରାଜେଶ ମନା କରି ଦେଇଥିବା ବହୁ ଫିଲ୍ମରେ ଅଭିନୟ କରି ଅମିତାଭ ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏହା ରାଜେଶଙ୍କ ପତନର କାରଣ ପାଲଟିଲା।

୧୦-ରାଜେଶଙ୍କର ବହୁ ହିରୋଇନଙ୍କ ସହ ଆଫେୟର ଚାଲିଥିବା ବେଳେ ଅଚାନକ ନିଜଠୁ ବୟସରେ ବହୁତ ଛୋଟ ଡିମ୍ପଲ କପାଡ଼ିଆଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

୧୧- ରାଜେଶଙ୍କର ଦୁଇ ଝିଅ ହେଲେ ଟ୍ୱିଙ୍କିଲ ଓ ରିଙ୍କି ଖନ୍ନା। ଟ୍ୱିଙ୍କଲ ତାଙ୍କ ବାପାଙ୍କର ଖୁବ୍‌ ନିକଟତର ଥିଲେ। ଉଭୟଙ୍କ ଜନ୍ମ ଦିନ ମଧ୍ୟ ଗୋଟିଏ ତାରିଖରେ ଅର୍ଥାତ୍‌ ଡିସେମ୍ବର ୨୯ ତାରିଖରେ।

୧୨- ଅକ୍ଷୟ କୂମାର ଥରେ ରାଜେଶଙ୍କ ଅଫିସ୍‌କୁ କାମ ମାଗିବାକୁ ଯାଇ ବହୁ ସମୟ ଅପେକ୍ଷା କରିଥିଲେ। ରାଜେଶ ଖନ୍ନାଙ୍କ ସହ ତାଙ୍କର ସାକ୍ଷାତ ହୋଇ ପାରି ନ ଥିଲା। ପରେ କିନ୍ତୁ ସେ ତାଙ୍କ ଜ୍ୱାଇଁ ହୋଇଥିଲେ।

୧୩-ରାଜେଶ ଖନ୍ନା ୩ ଥର ସର୍ବଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।

୧୪-ରାଜେଶଙ୍କ ଅଭିନୀତ ‘ଆରାଧନା’, ‘ସଚ୍ଚା ଝୁଠା’, ‘କଟି ପତଙ୍ଗ’, ‘ହାତୀ ମେରା ସାଥୀ’, ‘ମେହବୁବ କି ମେହେନ୍ଦୀ’, ‘ଆନନ୍ଦ’, ‘ଆନ ମିଲୋ ସଜନା’ ଓ ‘ଆପକି କିସମତ’ ପରି ଫିଲ୍ମ ସୁପରହିଟ୍‌ ହୋଇ ଖୁବ୍‌ ଆୟ କରି ପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story