୧୦୩ ଡିଗ୍ରୀ ଜ୍ୱରରେ ଶ୍ରୀଦେବୀ କରିଥିଲେ ଏହି ଗୀତର ଶୁଟିଂ

ମୁମ୍ୱାଇ: ହିନ୍ଦୀ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ‘ହୱା ହୱାଇ’ ଶ୍ରୀଦେବୀଙ୍କର ଆଜି ହେଉଛି ଜୟନ୍ତୀ। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମ ହୋଇଥିବା ଏହି ମହାନ ଅଭିନେତ୍ରୀଙ୍କର ଚଳିତବର୍ଷ ଫେବ୍ରୁଆରୀ ୨୪ ତାରିଖରେ ଦେହାନ୍ତ ହୋଇଥିଲା। ଶ୍ରୀଦେବୀଙ୍କ ବିଷୟରେ ଏମିତି ଅନେକ କଥା ରହିଛି, ଯାହା ହୁଏତ ଆପଣ ଜାଣି ନଥିବେ। ଆଜି ତାଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା। ୧. ଶ୍ରୀଦେବୀ […]

sridevi

sridevi

Ordigital Desk
  • Published: Monday, 13 August 2018
  • Updated: 13 August 2018, 12:21 PM IST

Sports

Latest News

ମୁମ୍ୱାଇ: ହିନ୍ଦୀ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ତେଲୁଗୁ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିବା ‘ହୱା ହୱାଇ’ ଶ୍ରୀଦେବୀଙ୍କର ଆଜି ହେଉଛି ଜୟନ୍ତୀ। ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ଜନ୍ମ ହୋଇଥିବା ଏହି ମହାନ ଅଭିନେତ୍ରୀଙ୍କର ଚଳିତବର୍ଷ ଫେବ୍ରୁଆରୀ ୨୪ ତାରିଖରେ ଦେହାନ୍ତ ହୋଇଥିଲା।

ଶ୍ରୀଦେବୀଙ୍କ ବିଷୟରେ ଏମିତି ଅନେକ କଥା ରହିଛି, ଯାହା ହୁଏତ ଆପଣ ଜାଣି ନଥିବେ। ଆଜି ତାଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା।

sridevi୧. ଶ୍ରୀଦେବୀ ତାମିଲନାଡୁର ଶିବକାଶୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପୂରା ନାଁ ଶ୍ରୀ ଅମ୍ମା ୟେଙ୍ଗର ଅୟପ୍ପନ୍‌ ଥିଲା।

୨. ୧୯୭୬ରେ ପ୍ରଥମେ ତାମିଲ ଫିଲ୍ମ ‘ମୁନଦ୍ରୁ ମୁଦ୍ରିଚୁ’ରୁ ସେ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।

sridevi୩. ତାଙ୍କୁ ଭାରତୀୟ ଫିଲ୍ମ ଜଗତର ପ୍ରଥମ ମହିଳା ସୁପର୍‌ଷ୍ଟାର୍‌ କୁହାଯାଏ।

୪. ହିନ୍ଦୀ ଫିଲ୍ମ ‘ସୋଲୱାଁ ସାୱନ୍‌’ରୁ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ‘ହିମ୍ମତୱାଲା’ରେ ତାଙ୍କୁ ଖୁବ ଲୋକପ୍ରିୟତା ମିଳିଥିଲା। ଶ୍ରୀଦେବୀ ‘ନାଗୀନ୍‌’, ‘ମିଷ୍ଟର୍‌ ଇଣ୍ଡିଆ’, ‘ଚାଲ୍‌ବାଜ୍’, ‘ଲମ୍‌ହା’, ‘ଖୁଦା ଗୱା’ ଓ ‘ଜୁଦାଇ’ ପରି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି।

sridevi୫. ତାଙ୍କ କ୍ୟାରିଅରର ପ୍ରସିଦ୍ଧ ଗୀତ ଗୁଡ଼ିକ ମଧ୍ୟରେ ‘‘ନା ଜାନେ କହାଁ ସେ ଆଇ ହୈ...’’ ଗୀତ ଗୋଟିଏ। ସେହି ଗୀତର ଶୁଟିଂ ତାଙ୍କୁ ବର୍ଷାରେ କରିବାକୁ ଥିଲା। ଆଉ ସେତେବେଳେ ତାଙ୍କୁ ୧୦୩ ଡିଗ୍ରୀ ଜ୍ୱର ହୋଇଥିଲା। ତଥାପି ସେ ଜ୍ୱରକୁ ଖାତିର୍‌ ନ କରି ବର୍ଷାରେ ଭିଜି ଶୁଟିଂ କରିଥିଲେ। ଆଉ ସେହି ଗୀତ ସୁପର ଡୁପର ହିଟ୍‌ ମଧ୍ୟ ହୋଇଥିଲା।

୬. ଶ୍ରୀଦେବୀ ହଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଏଲ୍‌ବର୍ଗଙ୍କ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ। ଏଥିରେ ତାଙ୍କ ଚରିତ୍ର ଛୋଟ ଥିଲା। କିନ୍ତୁ ବ୍ୟସ୍ତତା କାରଣରୁ ସେ ମନା କରିଦେଇଥିଲେ।

sridevi୭. ନିଜ ଝିଅ ଜାହ୍ନବୀ ଓ ଖୁସିଙ୍କ ନାଁ କେମିତି ରଖିଥିଲେ ଜାଣିଛନ୍ତି? ଏହା ପଛରେ ଏକ ବଡ଼ କାରଣ ରହିଛି। ଦୁହିଁଙ୍କ ନାଁ ତାଙ୍କ ସ୍ୱାମୀ ବୋନୀ କପୁରଙ୍କ ଫିଲ୍ମ ‘ଜୁଦାଇ’ ଓ ‘ହମାରା ଦିଲ୍‌ ଆପ୍‌ କେ ପାସ୍‌ ହୈ’ର ହିରୋଇନ୍‌ଙ୍କ ନାଁ ଅନୁଯାୟୀ ରଖା ଯାଇଛି।

୮. ଅନୀଲ୍‌ କପୁରଙ୍କ ସହ ଫିଲ୍ମ ‘ବେଟା’ରେ କାମ କରିବାକୁ ତାଙ୍କୁ ଅଫର୍ ଦିଆଯାଇଥିଲା। କିନ୍ତୁ ସେ ପୂର୍ବରୁ ଅନୀଲ୍‌ଙ୍କ ସହ ଅନେକ ଫିଲ୍ମରେ କାମ କରିଥିବାରୁ ଏହି ଫିଲ୍ମରେ କାମ କରିବେ ନାହିଁ କହି ମନା କରିଦେଇଥିଲେ।

୯. ବହୁତ କମ୍‌ ଲୋକ ଜାଣିଥିବେ ଶ୍ରୀଦେବୀ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ କାମ କରିଥିଲେ। ସେ ଫିଲ୍ମ ‘ସଦ୍‌ମା’ ଓ ‘ଚାନ୍ଦିନୀ’ରେ ଗୀତ ଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story