କ'ଣ ପାଇଁ ୭ ଦିନ ହେବ ଶୋଇ ନାହାଁନ୍ତି ବରୁନ୍‌

ମୁମ୍ବାଇ: ଆଗକୁ ଆସୁଛି ବରୁନ୍‌ ଧବନଙ୍କ ଫିଲ୍ମ ‘ଅକ୍ଟୋବର’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ୍‌ ସରକାର। ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି। ଏହି ଫିଲ୍ମ ପାଇଁ ବରୁନ୍‌  ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବାର ନଜର ଆସିଛନ୍ତି। ଗତ ୭ଦିନ ହେବ ସେ ଶୋଇ ନାହାଁନ୍ତି। ଆପଣ ଭାବୁଥିବେ ସେ ସୁଟିଂରେ ବ୍ୟସ୍ତ ରହୁଥିବେ, ତେଣୁ ତାଙ୍କୁ ଶୋଇବା ପାଇଁ ସମୟ ମିଳୁନଥିବ।, ସୁଟିଂ ପାଇଁ ନୁହେଁ ବରଂ ତାଙ୍କ ଲୁକ୍‌ ପାଇଁ ସେ ଶୋଇନାହାଁନ୍ତି।  ଫିଲ୍ମରେ ତାଙ୍କ ଚରିତ୍ର […]

varun_1024_1520481368_618x347

varun_1024_1520481368_618x347

Rakesh Mallick
  • Published: Thursday, 08 March 2018
  • Updated: 08 March 2018, 02:41 PM IST

Sports

Latest News

ମୁମ୍ବାଇ: ଆଗକୁ ଆସୁଛି ବରୁନ୍‌ ଧବନଙ୍କ ଫିଲ୍ମ 'ଅକ୍ଟୋବର'। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ୍‌ ସରକାର। ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି। ଏହି ଫିଲ୍ମ ପାଇଁ ବରୁନ୍‌  ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବାର ନଜର ଆସିଛନ୍ତି। ଗତ ୭ଦିନ ହେବ ସେ ଶୋଇ ନାହାଁନ୍ତି। ଆପଣ ଭାବୁଥିବେ ସେ ସୁଟିଂରେ ବ୍ୟସ୍ତ ରହୁଥିବେ, ତେଣୁ ତାଙ୍କୁ ଶୋଇବା ପାଇଁ ସମୟ ମିଳୁନଥିବ।, ସୁଟିଂ ପାଇଁ ନୁହେଁ ବରଂ ତାଙ୍କ ଲୁକ୍‌ ପାଇଁ ସେ ଶୋଇନାହାଁନ୍ତି।  ଫିଲ୍ମରେ ତାଙ୍କ ଚରିତ୍ର ପାଇଁ ଦରକାର ଥିଲା କ୍ଳାନ୍ତ ଚେହେରା  ଓ ଭାରି ସ୍ୱର।  ତେଣୁ  ତାଙ୍କୁ ରାତିରେ ମାତ୍ର ଗୋଟେ ଘଣ୍ଟା ଶୋଇବା ପାଇଁ ଦିଆଯାଉଥିଲା।

ଏହି ଚରିତ୍ରକୁ ଆହୁରୀ ଜୀବନ୍ତ କରିବା ପାଇଁ ଫିଲ୍ମର ନିର୍ଦ୍ଦେଶକ ସୁଜିତ ସରକାର ବରୁନ୍‌ଙ୍କୁ ମେଡିଟେସନ କରିବା ପାଇଁ ମଧ୍ୟ କହୁଛନ୍ତି। ବରୁନ୍‌ଙ୍କ କହିବା ଅନୁଯାୟୀ ଏହି ଫିଲ୍ମ ତାଙ୍କ କ୍ୟାରିୟର ଉପରେ ଗଭୀର ପ୍ରଭାବ ପକାଇବ। ଏହି ଫିଲ୍ମର ସୁଟିଂ କରିବା ପରେ ସେ କହିଛନ୍ତି ଜୀବନକୁ ଦେଖିବାର  ଶୈଳୀ ଏବେ ମୋର ବଦଳି ଯାଇଛି। ସୁଟିଂର କିଛି ଫଟୋକୁ ସେ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos