ମୁମ୍ବାଇ: ଅପ୍କମିଂ ମଲ୍ଟି ଷ୍ଟାରର୍ ବଲିଉଡ୍ ଫିଲ୍ମ 'ଭାରତ'ର ଷ୍ଟାର୍ କାଷ୍ଟ୍ରେ ସାମିଲ ହୋଇଯାଇଛି ଆଉ ଏକ ନାଁ। ଫିଲ୍ମରେ ସଲମାନ୍ ଖାନ୍, କ୍ୟାଟ୍ରିନା କୈଫଙ୍କ ପରେ ଏବେ ବରୁଣ ଧାୱନ୍ 'ଭାରତ'ର ସୁଟିଂରେ ଯୋଗ ଦେଇଛନ୍ତି। ଫିଲ୍ମରେ ବରୁଣଙ୍କର ଏକ ସ୍ୱତନ୍ତ୍ର ଚରିତ୍ର ଥିବା ଜଣାପଡିଛି। ବରୁଣଙ୍କ ବ୍ୟତୀତ ଏଥିରେ ଅଭିନେତ୍ରୀ ଦିଶା ପଟାନୀ, ତବୁ, ଜ୍ୟାକୀ ଶ୍ରଫ୍ ଓ ସୁନିଲ୍ ଗ୍ରୋଭର୍ ପ୍ରମୁଖ ଅଭିନୟ କରିଛନ୍ତି।
ସଲମାନ୍ ଖାନ୍ ବ୍ୟାନର୍ରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଅଲୀ ଆବାସ୍ ଜାଫର୍ ସମ୍ଭାଳିଛନ୍ତି। ଆସନ୍ତା ବର୍ଷ ଜୁନ ୧୯ ତାରିଖ, ଇଦ୍ରେ ଏହି ଫିଲ୍ମଟି ପରଦା ଉପରକୁ ଆସିବ। କୁହାଯାଉଛି, ଫିଲ୍ମ ‘ଭାରତ’ ହେଉଛି ସଲମାନ୍ଙ୍କର ଡ୍ରିମ୍ ପ୍ରେଜେକ୍ଟ।
ବରୁଣ ଧାୱନ୍ ଏବେ କରନ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କଲଙ୍କ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବରୁଣଙ୍କ ବ୍ୟତୀତ 'କଲଙ୍କ'ରେ ମାଧୁରୀ ଦୀକ୍ଷିତ ନେନେ, ସଞ୍ଜୟ ଦତ୍ତ, କିଆରା ଆଡଭାନୀ ଓ ଆଦିତ୍ୟ ରାୟ କପୁର ମଧ୍ୟ ନଜର ଆସିବେ।
କିଛି ଦିନ ତଳେ ବରୁଣ ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ ସିଜନ୍-୧୨କୁ ନିଜ ଫିଲ୍ମ ‘ସୁଇ ଧାଗା’ର ପ୍ରମୋଶନ୍ ପାଇଁ ଆସିଥିଲେ। ‘ସୁଇ ଧାଗା’ରେ ଅନୁଷ୍କା ଶର୍ମା ବରୁଣଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।