ଆଜି ପଡ଼ିବ ହାତ ଗଣ୍ଠି; ଭିକିଙ୍କ କନିଆ ସାଜିବେ କ୍ୟାଟ୍‌

ମୁମ୍ବାଇ: ଆଜି ହାତକୁ ଦି ହାତ ହେବେ ବଲିଉଡର ଚିକନି ଚମେଲି ଓ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା।  ନିଜଠୁ ୫ ବର୍ଷ ସାନ  ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ […]

vicky,-kat

Niharika Rout
  • Published: Thursday, 09 December 2021
  • , Updated: 09 December 2021, 08:55 AM IST

ମୁମ୍ବାଇ: ଆଜି ହାତକୁ ଦି ହାତ ହେବେ ବଲିଉଡର ଚିକନି ଚମେଲି ଓ ଅଭିନେତା ଭିକି କୌଶଲ୍ । ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ୍ର ଏହି ଲଭ୍ ବାର୍ଡ । ଆଜି ଭିକିଙ୍କ କନିଆଁ ସାଜିବେ କ୍ୟାଟ୍ରିନା।  ନିଜଠୁ ୫ ବର୍ଷ ସାନ  ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି । ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ।

ଆଜି ବାଜିବ ଶାହାନାଇ । ପଡ଼ିବ ହାତଗଣ୍ଠି। ସାତଫେରା  ନେଇ ଜନ୍ମ ଜନ୍ମର ସାଥୀ ପାଲଟଇଯିବେ ଏହି ଲଭ୍‌ ବାର୍ଡ । ଏଥିପାଇଁ ଚକ୍‌ ମକ୍‌ ଆଳୁଆରେ ପୂରା ରଙ୍ଗୀନ ହୋଇଛି ବାରବରା ହୋଟେଲ। ଏହି ଦୁଇ ଷ୍ଟାର ସେଲେବ୍ରିଟିଙ୍କ ବିବାହକୁ ନେଇ ଏବେ ଚାରିଆଡେ ଲାଗି ରହିଛି ଚର୍ଚ୍ଚା।

[caption id="attachment_697592" align="aligncenter" width="650"] କ୍ୟାଟ୍ରିନା କୈଫ, ଭିକି କୌଶଲ ।[/caption]

ବିବାହ ମଣ୍ଡପକୁ ହେଲିକପ୍ଟରରେ ଆସିବେ ଭିକି-କ୍ୟାଟ୍ । ପୂରାପୂରି ପ୍ରାଇଭେଟ୍ ରହିବ ମ୍ୟାରେଜ୍ ସେରିମନି। ଉତ୍ସବରେ ଅତିଥିଙ୍କ ପାଇଁ ରହିବ ନୋ ଫୋନ୍ ପଲିସି । କେହି ଫଟୋ ଉଠାଇ ପାରିବେ ନାହିଁ  କେହି ସୋଶାଲ  ମିଡିଆରେ ଫଟୋ ସେୟାର୍ କରିପାରିବେ ନାହିଁ ।

ସୂଚନା ମୁତାବକ, ପର୍‌ଫେକ୍ଟ ପଞ୍ଜାବୀ ବଧୂ ବେଶରେ ତାଙ୍କ ଭାବି ବୋହୂ ସଜେଇ ହୁଅନ୍ତୁ ବୋଲି ଭିକିଙ୍କ ମା’ ବିଣା କୌଶାଲଙ୍କ ଇଚ୍ଛା। ଏବେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି କ୍ୟାଟ୍ରିନା।   ଆଜି ପୂରା ପଞ୍ଜାବୀ କନିଆଁ ଗେଟ୍‌ଅପ୍‌ରେ ନଜର ଆସିବେ। ଏଥିଲାଗି ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନ୍‌ର ସବ୍ୟସାଚୀ ତାଙ୍କ ପାଇଁ ଏବେ ଖାସ୍‌ ଲେହେଙ୍ଗା ଡିଜାଇନ୍‌ କରିଛନ୍ତି। କ୍ୟାଟ୍ରିନା ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲେହେଙ୍ଗା ପିନ୍ଧି ମଣ୍ଡପରେ ବସିବେ।

ଗତ ୨ ଦିନ ହେଲା କ୍ୟାଟ୍‌ଙ୍କ ମେହେନ୍ଦୀ ଓ ସଙ୍ଗୀତ ସେରିମନି ଖୁବ୍‌ ଧୁମ୍‌ଧାମରେ ସେଲିବ୍ରେଟ୍‌ ହୋଇ ଯାଇଥିବା ଜଣାଯାଇଛି।  କ୍ୟାଟ୍ରିନାଙ୍କ ମେହେନ୍ଦୀକୁ ନେଇ ମଧ୍ୟ ଏକ ରୋଚକ କଥା ସାମ୍ନାକୁ ଆସିଛି। ସେ ନିଜ ହାତରେ ‘ସୋଜତ’ର ମେହେନ୍ଦୀ ଲଗାଇଥିଲେ। ଏହା ଏକ ପ୍ରକାରର ବିଶେଷ ମେହେନ୍ଦୀ, ଯାହାକୁ ରାଜସ୍ଥାନ ଜୋଧପୁରରୁ ବରଦା କରାଯାଇଛି। ଏହି ମେହେନ୍ଦୀର ଦାମ୍‌ ଲକ୍ଷେ ଟଙ୍କା ରହିଛି।

Related story