କାମକୁ ଫେରିଲେ ଭିକି, ଭାଉଜଙ୍କ ହାଲଚାଲ ପଚାରିଲେ ଫ୍ୟାନ୍ସ

ମୁମ୍ବାଇ: ସରିଲା ବିବାହ ଓ ହନିମୁନ । କେବଳ ଗ୍ରାଣ୍ଡ ରିସେପସନକୁ ଅପେକ୍ଷା। ହେଲେ ଏହା ମଧ୍ୟରେ କାମକୁ ଫେରିଛନ୍ତି ଉରି ଫେମ୍‌ ଭିକି କୌଶଲ। ପତ୍ନୀଙ୍କୁ ଘରେ ଛାଡ଼ି ସୁଟିଂ ସେଟ୍‌କୁ ବ୍ୟାକ୍‌ କଲେ  ।ଗତକାଲି ସକାଳେ ନିଜ ଇନଷ୍ଟାରେ ଏକ ଫଟୋ ପୋଷ୍ଟ କରି ଭିକି ଏନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି। ଭିକି ନିଜ କାର୍‌ରେ ବସିଥିବା ବେଳେ ପଛରୁ ସୂର୍ଯ୍ୟ କିରଣ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଛି। ଏଥିସହ ସେ ଏକ […]

vicktrina

Niharika Rout
  • Published: Sunday, 19 December 2021
  • , Updated: 19 December 2021, 12:46 PM IST

ମୁମ୍ବାଇ: ସରିଲା ବିବାହ ଓ ହନିମୁନ । କେବଳ ଗ୍ରାଣ୍ଡ ରିସେପସନକୁ ଅପେକ୍ଷା। ହେଲେ ଏହା ମଧ୍ୟରେ କାମକୁ ଫେରିଛନ୍ତି ଉରି ଫେମ୍‌ ଭିକି କୌଶଲ। ପତ୍ନୀଙ୍କୁ ଘରେ ଛାଡ଼ି ସୁଟିଂ ସେଟ୍‌କୁ ବ୍ୟାକ୍‌ କଲେ  ।ଗତକାଲି ସକାଳେ ନିଜ ଇନଷ୍ଟାରେ ଏକ ଫଟୋ ପୋଷ୍ଟ କରି ଭିକି ଏନେଇ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ଭିକି ନିଜ କାର୍‌ରେ ବସିଥିବା ବେଳେ ପଛରୁ ସୂର୍ଯ୍ୟ କିରଣ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଛି। ଏଥିସହ ସେ ଏକ କଫି କପ୍‌ର ଇମୋଜି ବି ଦେଇଛନ୍ତି। ଭିକି କାମକୁ ବ୍ୟାକ୍‌ କରିବା ପରେ ଫ‍୍ୟାନ୍ସଙ୍କ ମଧ୍ୟରେ ଏହାକୁ ନେଇ କ୍ରେଜ ବଢ଼ିଥିବା ବେଳେ ଭାଉଜଙ୍କ ହାଲଚାଲ ବୁଝିବାର ସୁଯୋଗକୁ ହାତଛଡ଼ା କରି ନାହାନ୍ତି ଫ୍ୟାନ୍ସ।

ବିକି ନିଜ ଇନଷ୍ଟାଗ୍ରାମ୍‌ରେ ଫଟୋ ପୋଷ୍ଟ କରିବା ପରେ ଫ୍ୟାନ୍ସଙ୍କ ପ୍ରଶ୍ନ ବାଣ ଆରମ୍ଭ ହୋଇଯାଇଛି। କିଛି ଫ୍ୟାନ୍ସ ଭାଉଜଙ୍କୁ ଛାଡ଼ି କିପରି କାମକୁ ଫେରିଲେ ବୋଲି ଚିଡ଼ାଇଥିବା ବେଳେ  ଆଉ କିଛି ଭାଉଜ କେଉଁଠି ବୋଲି ପଚାରିଛନ୍ତି।

[caption id="attachment_700137" align="aligncenter" width="650"] ଭିକି କୌଶଲ ଓ କ୍ୟାଟ୍ରିନା କୈଫ ।[/caption]

ଏପରିକି ହନିମୁନରୁ ଫେରି ଶାଶୁ ଘରେ ଥିବା କ୍ୟାଟ୍ରିନା ପ୍ରଥମ ଥର ପାଇଁ ହାଲୱା କରି ଏହାର ଫଟୋ ପୋଷ୍ଟ କରିଥିବା ବେଳେ  ଏହା କିପରି ଥିଲା ବୋଲି ଭିକିଙ୍କୁ ପଚରା ଯାଇଛି ପ୍ରଶ୍ନ । ଆଗକୁ ପତ୍ନୀଙ୍କ ସହ କୌଣସି ଫିଲ୍ମରେ ନଜର ଆସିବେ କି ବୋଲି ମଧ୍ୟ ପଚାରିଛନ୍ତି ଫ୍ୟାନ୍ସ।

ଭିକି କୌଶଲ ସୁଟିଂ ଫେରିଥିଲେ ମଧ୍ୟ ଏବେ ସେ କେଉଁ ଫିଲ୍ମର ସୁଟିଂ କରୁଛନ୍ତି ସେ ନେଇ କିଛି ଖୁଲାସା କରି ନାହାନ୍ତି।  କିନ୍ତୁ ଏବେ ତାଙ୍କ ହାତରେ ‘ଗୋବିନ୍ଦା ନାମ ମେରା’ ଓ ‘ଶ୍ୟାମ ବହାଦୁର’ ନାମକ ୨ଟି ପ୍ରୋଜେକ୍ଟ ଥିବା ଜଣାଯାଇଛି।

ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ସମ୍ପନ୍ନ ହୋଇଥିଲା ଭିକଟ୍ରିନାଙ୍କ ବିବାହ।  । ଏହାପରେ ନବଦମ୍ପତ୍ତି  ହନିମୁନ୍‌ ପାଇଁ ମାଲଦ୍ୱୀପ ଯାଇଥିବା ବେଳେ  ମୁମ୍ବାଇ ଫେରି ଆସିଲେଣିvicktrina। ଏବେ ଗ୍ରାଣ୍ଡ ରିସେପସନକୁ ଅପେକ୍ଷା। ଆସନ୍ତା ୨୦ ତାରିଖରେ ଏହି ନବ ବିବାହିତ ଯୋଡ଼ି ଏକ ତାରକା ହୋଟେଲରେ ବଲିଉଡ କଳାକାରଙ୍କୁ ଦେବେ ଏକ ଗ୍ରାଣ୍ଡ ପାର୍ଟି। ଏଥିରେ ବଲିଉଡର ବହୁ ବଡ଼ ବଡ଼ କଳାକାର ସାମିଲ ହେବେ ବୋଲି ଜଣାଯାଇଛି।

 

View this post on Instagram

 

A post shared by Vicky Kaushal (@vickykaushal09)

Related story