ରାକେଶ ଶର୍ମାଙ୍କ ବାୟୋପିକ୍ରେ ଶାହାରୁଖଙ୍କୁ ରିପ୍ଲେସ କଲେ ଭିକ୍କି କୌଶଲ
ମୁମ୍ବାଇ: ଫିଲ୍ମ ‘ଉରୀ ‘ଦ’ ସର୍ଜିକଲ ଷ୍ଟ୍ରାଇକ୍’ର ସଫଳତା ଫିଲ୍ମର ଲିଡ୍ ହିରୋ ଭିକ୍କି କୌଶଲଙ୍କୁ ରାତାରାତି ଷ୍ଟାର୍ କରିଦେଇଛି। ଭିକ୍କିଙ୍କ ଫ୍ୟାନ୍ ଫଲୋଇଂ ଏତେ ବଢ଼ିଯାଇଛି ଯେ, ତାଙ୍କୁ ଏବେ ନ୍ୟାସନାଲ୍ କ୍ରଶ୍ ବି କୁହାଯାଉଛି। ଫିଲ୍ମରେ ଭିକ୍କିଙ୍କ ଅଭିନୟ ଅନେକ ବଲିଉଡ ନିର୍ଦ୍ଦେଶକଙ୍କୁ ଭଲ ଲାଗିଛି। ତେଣୁ ପ୍ରାୟ ସମସ୍ତେ ଭିକ୍କିଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଏବେ ଖବର ମିଳିଛି ଯେ, ଭିକ୍କି ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍ ‘ସାରେ ଜାହାଁ ସେ ଆଛା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏ ଯାଏଁ ଫିଲ୍ମ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସୂଚନା ମିଳିନାହିଁ।
‘Hot Stepper of the Year’. Thank You @filmfare #FilmfareGlamourAndStyleAwards ?? pic.twitter.com/LfA6I5O8cS
— Vicky Kaushal (@vickykaushal09) February 13, 2019
ପ୍ରଥମେ ଏହି ଫିଲ୍ମରେ ଆମୀର୍ ଖାନ୍ ଅଭିନୟ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଅନ୍ୟ କାମରେ ବ୍ୟସ୍ତ ଥିବା କାରଣରୁ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରିଦେଇଥିଲେ। ତା’ପରେ ସେ ଏହି ଫିଲ୍ମ ପାଇଁ ଶାହାରୁଖ୍ ଖାନ୍ଙ୍କୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଶାହାରୁଖ୍ ବି ଏଥିରେ ରାଜି ହୋଇଗଲେ। ହେଲେ କୌଣସି କାରଣରୁ ଶାହାରୁଖ ଏହି ପ୍ରୋଜେକ୍ଟରୁ ବାହାରିଯାଇଥିଲେ। ଶୁଣିବାକୁ ମିଳୁଛି ଯେ ସେ ‘ଡନ୍-୩’ ପାଇଁ ଏହି ଫିଲ୍ମରୁ ଓହରିଗଲେ।
Looking at the fruits in hand and the roots underneath my feet. #AboutLastNight … • Lokmat Maharashtrian of the Year Award. • Femina Fresh Face of the Year Award. • Dada Saheb Phalke Award- Best Performance in a Leading Role (URI). pic.twitter.com/cbmTnInjcH
— Vicky Kaushal (@vickykaushal09) February 21, 2019
ଖବର ମୁତାବକ ଫିଲ୍ମର ପ୍ରୋଯୋଜକ ରନି ସକୃବାଲା ଉରୀରେ ଭିକ୍କିଙ୍କ ଅଭିନୟରି ଅନେକ ପ୍ରଭାବିତ ହୋଇଥିଲେ। ସେଥିପାଇଁ ସେ ଭିକ୍କିଙ୍କୁ ‘ସାରେ ଜାହାଁ ସେ ଆଚ୍ଛା’ ପାଇଁ ଫାଇନାଲ୍ କରିଦେଇଛନ୍ତି। ଏଭଳି ବି ଖବର ଆସୁଛି ଯେ ଭିକ୍କି ନିଜ ଭୂମିକା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।