ବିଦ୍ୟା ବାଲନ୍ ହେବେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ୍ ହେବେ ପ୍ରଧାନମନ୍ତ୍ରୀ। ବଡ଼ ପରଦାର ଦେଶର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ‘ଇନ୍ଦିରା ଗାନ୍ଧି’ଙ୍କ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ବିଦ୍ୟା। ଖବର ଅନୁଯାୟୀ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷଙ୍କ ବହି ‘Indira, India’s Most Powerful PM’  ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ପିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବିଦ୍ୟାଙ୍କ ସ୍ୱାମୀ ସିଦ୍ଧାର୍ଥ ରାୟ କପୁର। ବିଦ୍ୟା ଏହି ଫିଲ୍ମରେ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ […]

vidya-balan

vidya-balan

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 04:47 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ୍ ହେବେ ପ୍ରଧାନମନ୍ତ୍ରୀ। ବଡ଼ ପରଦାର ଦେଶର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ‘ଇନ୍ଦିରା ଗାନ୍ଧି’ଙ୍କ ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଛନ୍ତି ବିଦ୍ୟା। ଖବର ଅନୁଯାୟୀ ବରିଷ୍ଠ ସାମ୍ବାଦିକା ସାଗରିକା ଘୋଷଙ୍କ ବହି 'Indira, India's Most Powerful PM'  ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ପିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବିଦ୍ୟାଙ୍କ ସ୍ୱାମୀ ସିଦ୍ଧାର୍ଥ ରାୟ କପୁର। ବିଦ୍ୟା ଏହି ଫିଲ୍ମରେ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବୋଲି ସାମ୍ବାଦିକା ସାଗରିକା ଘୋଷ ଟ୍ୱିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଏହା ଜାଣି ବହୁତ ଖୁସି ଯେ ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ବିଦ୍ୟା ବାଲନ ମୋ ବହି 'Indira, India's Most Powerful PM' ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ।’Vidya-balan-as-indiraସାଗରିକାଙ୍କ ଏହି ଟ୍ୱିଟ୍‌ ସ୍ପଷ୍ଟ କରିଦେଉଛି ଯେ ବିଦ୍ୟା ହିଁ ଇନ୍ଦିରାଙ୍କ ଭୂମିକାରେ ନଜର ଆସିବେ। କେବଳ ଏତିକି ନୁହେଁ ସାଗରିକା ଫିଲ୍ମରେ ଇନ୍ଦିରାଙ୍କ ସ୍ୱାମୀ ଫିରୋଜ ଗାନ୍ଧୀଙ୍କ ଭୂମିକାରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଟ୍ୱିଟ୍ କରି ଜଣାଇଦେଇଛନ୍ତି। ତେବେ ଅକ୍ଷୟ ଓ ବିଦ୍ୟାଙ୍କ ଯୋଡ଼ି କ’ଣ କମାଲ କରୁଛି ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos