ଯୁଦ୍ଧ କରିବେ କି ବିଦ୍ୟା? ୧୦ ଦିନରେ ଶିଖିଲେ ବନ୍ଧୁକ ଚାଳନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ନିଜର ଦମ୍‌ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ୧୦ ଦିନ ଭିତରେ  ବନ୍ଧୁକ ଚାଳନା ଶିଖି ସେ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ତାଙ୍କର ଅପ୍‌କମିଂ ଫିଲ୍ମ ‘ବେଗମ୍‌ ଜାନ୍‌’ ରେ କୋଠେବାଲି ଭୂମିକାରେ ଅଭିନୟ କରୁଛନ୍ତି ସେ। ଦେଶ ବିଭାଜନ ପୃଷ୍ଠଭୁମିରେ ନିର୍ମିତ ଏହି ଫିଲ୍ମରେ ଅନେକ ଆକ୍ସନ ସିନ୍ ଅଛି। ଏଣୁ ବିଦ୍ୟାଙ୍କ ସମେତ ଅନ୍ୟ ମହିଳା କଳାକାରମାନେ ବନ୍ଧୁକ ଚଳାଇବା ଶିଖିବା ସହିତ […]

vidya

vidya

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 10:09 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ନିଜର ଦମ୍‌ଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ୧୦ ଦିନ ଭିତରେ  ବନ୍ଧୁକ ଚାଳନା ଶିଖି ସେ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ତାଙ୍କର ଅପ୍‌କମିଂ ଫିଲ୍ମ ‘ବେଗମ୍‌ ଜାନ୍‌’ ରେ କୋଠେବାଲି ଭୂମିକାରେ ଅଭିନୟ କରୁଛନ୍ତି ସେ। ଦେଶ ବିଭାଜନ ପୃଷ୍ଠଭୁମିରେ ନିର୍ମିତ ଏହି ଫିଲ୍ମରେ ଅନେକ ଆକ୍ସନ ସିନ୍ ଅଛି। ଏଣୁ ବିଦ୍ୟାଙ୍କ ସମେତ ଅନ୍ୟ ମହିଳା କଳାକାରମାନେ ବନ୍ଧୁକ ଚଳାଇବା ଶିଖିବା ସହିତ ଘୋଡ଼ା ଉପରେ ବସିବା ମଧ୍ୟ ଶିଖିଥିଲେ।

ଏହି ଫିଲ୍ମରେ ବିଦ୍ୟାଙ୍କ ବ୍ୟତୀତ ନସିରୁଦ୍ଦୀନ ଶାହ, ଇଲା ଅରୁଣ, ଗୌହର ଖାନ ଓ ପଲ୍ଲବୀ ଶାରଦା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

‘ବେଗମ୍ ଜାନ୍’ ଏପ୍ରିଲ ୧୪ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos